ଓଡିଶା

odisha

ଇସ୍କନ ରଥଯାତ୍ରା; ବର୍ଷା ସତ୍ତ୍ବେ ବି ଭକ୍ତଙ୍କ ପ୍ରବଳ ଭିଡ, ମହାବାହୁଙ୍କ ଦର୍ଶନ କରି ଆନନ୍ଦିତ ଶ୍ରଦ୍ଧାଳୁ - Iskcon Temple Rath Yatra

By ETV Bharat Odisha Team

Published : Jul 7, 2024, 8:18 PM IST

Updated : Jul 7, 2024, 8:36 PM IST

Rath Yatra 2024: ଭୁବନେଶ୍ବର ଇସ୍କନ ମନ୍ଦିରରେ ହଜାର ହଜାର ଲୋକଙ୍କ ଭିଡ଼ ଭିତରେ ଗଡ଼ିଛି ମହାପ୍ରଭୁଙ୍କ ରଥ । ପ୍ରବଳ ବର୍ଷା ସତ୍ତ୍ବେ ମଧ୍ୟ ପ୍ରବଳ ଜନସମାଗମ ହୋଇଥିଲା । ଅଧିକ ପଢ଼ନ୍ତୁ

Bhubaneswar Iskcon Temple
Bhubaneswar Iskcon Temple (ETV Bharat Odisha)

ଭୁବନେଶ୍ବର:ବଡ଼ ଦିଅଁ ବଡ଼ ଠାକୁରଙ୍କ ଘୋଷଯାତ୍ରା । ଏହି ଅବସରରେ ଭୁବନେଶ୍ବର ଇସ୍କନ ମନ୍ଦିର ମଧ୍ୟ ରଥଯାତ୍ରା ପାଇଁ ଚଳଚଞ୍ଚଳ ହୋଇ ଉଠିଥିଲା । ହଜାର ହଜାର ଭକ୍ତଗଣଙ୍କ ଗହଣରେ ଘଣ୍ଟ ଘଣ୍ଟା, ହୁଳହୁଳି ହରିବୋଲ ଓ ଜୟ ଜଗନ୍ନାଥ ଧ୍ୱନୀ ସହ ମାଉସୀ ମାଆ ଘରେ ପହଞ୍ଚିଛନ୍ତି ଚତୁର୍ଦ୍ଧାମୂରତି ।

Bhubaneswar Iskcon Temple (ETV bharat Odisha)

ଆଜି ହେଉଛି ବିଶ୍ଵନିଅନ୍ତା ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା । ଆଉ ଏହି ପବିତ୍ର ଦିବସରେ ରଥାରୁଢ଼ ହୋଇ ଚତୁର୍ଦ୍ଧାମୂରତି ରତ୍ନବେଦୀ ଛାଡ଼ି ମନ୍ଦିରରୁ ବାହାରି ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ବିଶ୍ୱ ନିଅନ୍ତା ଏହି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଭୁବନେଶ୍ୱରର ଇସ୍କନରେ ବି ଅନୁଷ୍ଠିତ ହୋଇଛି । ମହାପ୍ରଭୁ ଜଗନ୍ନାଥ ବଳଭଦ୍ର ଓ ମା' ସୁଭଦ୍ରା ରଥାରୁଢ଼ ହୋଇ ଇସ୍କନ ମନ୍ଦିରରୁ ଭକ୍ତଙ୍କ ଗହଣରେ ବାହାରି ସିଆରପି ସ୍ଥିତ ମାଉସୀ ମାଆ ମନ୍ଦିରକୁ ଯାତ୍ରା କରିଛନ୍ତି । ସକାଳୁ ମଙ୍ଗଳ ଆଳତୀ ନୀତିକାନ୍ତି ଆରମ୍ଭ ହୋଇଥିବା ବେଳେ ଦିନ ୧୧ଟାରେ ଚତୁର୍ଦ୍ଧାମୁରତି ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କ ସହ ସୁଦର୍ଶନ ପହଣ୍ଡି ବିଜେ କରିଥିଲେ । ଦିନ ୨ଟାରେ ଛେରା ପହଁରା ନୀତି ହୋଇଥିଲା । ଦିନ ୩ଟା ୩୦ ମିନିଟ ସମୟରେ ରଥ ଟଣା ଆରମ୍ଭ ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ବଡ଼ଦାଣ୍ଡରେ ଭିନ୍ନ ଦୃଶ୍ୟ; କାଳିଆ ଦୂଆରେ ସମସ୍ତେ ଏକାକାର, ମଞ୍ଚ ତଳକୁ ଆସି ନବୀନଙ୍କୁ ପାଛୋଟି ନେଲେ ଧର୍ମେନ୍ଦ୍ର - Ratha Yatra 2024

ତେବେ ପ୍ରବଳ ବର୍ଷା ସତ୍ତ୍ବେ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଭକ୍ତମାନେ ସମାଗମ ହୋଇ ଘଣ୍ଟ ଘଣ୍ଟା ନାଦରେ 3 ରଥକୁ ଟାଣିଥିବା ବେଳେ ସୁଭଦ୍ରାଙ୍କ ରଥକୁ ମହିଳାମାନେ ଟାଣି ନେଇଛନ୍ତି । ବର୍ଷକେ ଥରେ ରତ୍ନବେଦୀ ଛାଡି ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ମହାପ୍ରଭୁ ଜଗନ୍ନାଥ ରଥାରୁଢ଼ ହୋଇ ଆସିଥିବା ବେଳେ ଭକ୍ତ ଭଗବାନଙ୍କ ଏହି ଅପୂର୍ବ ମିଳନର ପବିତ୍ର ଯାତ୍ରାରେ ସାମିଲ ହୋଇ ପରମାନନ୍ଦ ଲାଭ କରିଛନ୍ତି । ଏପରିକି ଓଡିଶା ବାହାରର କିଛି ଭକ୍ତ ଆସି ଇସ୍କନ ମନ୍ଦିର ମହାପ୍ରଭୁଙ୍କ ରଥଯାତ୍ରାରେ ସାମିଲ ହୋଇ ବେଶ ଖୁସି ହୋଇଥିବା ବ୍ୟକ୍ତ କରିଛନ୍ତି । ଭକ୍ତି ଆଗରେ ହାର ମାନିଛି ବର୍ଷା । ଇସ୍କନ ମନ୍ଦିର ସମ୍ମୁଖରେ ବର୍ଷା ପାଣି ଜମି ଥିଲେ ଏହାକୁ ଖାତିର କରି ନଥିଲେ ଶ୍ରଦ୍ଧାଳୁ । ବର୍ଷାରେ ଭିଜି ଭିଜି ଭକ୍ତି ରସରେ ମଜ୍ଜି ଯାଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 7, 2024, 8:36 PM IST

ABOUT THE AUTHOR

...view details