ଓଡିଶା

odisha

ETV Bharat / state

ରାଉରକେଲାରେ ରାକ୍ଷୀ ବଜାର ମାନ୍ଦା, ଅଫଲାଇନରେ କିଣିବାକୁ ଗ୍ରାହକଙ୍କ ନାପସନ୍ଦ ! - Rakhi Sellers Bearing Loss - RAKHI SELLERS BEARING LOSS

Rakhi Sellers Bearing Loss: ରାଉରକେଲା ସହରରେ ବିଭିନ୍ନ ସ୍ଥାନରେ ଲାଗିଛି ରାକ୍ଷୀ ଷ୍ଟଲ। ହେଲେ ପୂର୍ବାପେକ୍ଷା କମ୍ ଗ୍ରାହକ ଆସୁଛନ୍ତି । କାହିଁକି କମିଛି ଚାହିଦା? ପଢନ୍ତୁ ପୂରା ଖବର ।

Rakhi Sellers Bearing Loss
Rakhi Sellers Bearing Loss (ETV Bharat Odisha)

By ETV Bharat Odisha Team

Published : Aug 18, 2024, 11:00 PM IST

ରାଉରକେଲା: ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଚଳଚଞ୍ଚଳ ରାଜ୍ୟ । ଭାଇ ହାତରେ ଶ୍ରଦ୍ଧାର ସହ ସୁରକ୍ଷା ପାଇଁ ସ୍ନେହର ଡୋରି ବାନ୍ଧିବ ଭଉଣୀ।ଏଥିପାଇଁ ବଜାରରେ ଚାଲିଛି ରାକ୍ଷୀ କିଣାବିକା । ଏହାକୁ ନେଇ ରାଉରକେଲା ସହରରେ ବିଭିନ୍ନ ସ୍ଥାନରେ ଲାଗିଛି ରାକ୍ଷୀ ଷ୍ଟଲ। ଆଉ ରାକ୍ଷୀ ଷ୍ଟଲରେ ରହିଛି ଭେରାଇଟି ଭେରାଇଟିର ରାକ୍ଷୀ ଏବଂ ଏହାକୁ କିଣିବାକୁ ଲୋକେ ମଧ୍ୟ ଆସୁଛନ୍ତି । ଯେପରି ନିଜ ଭାଇ ହାତରେ ଏହା ସୁନ୍ଦର ଦେଖାଯିବ ସେହିପରି ମନପସନ୍ଦର ରାକ୍ଷୀ ଭଉଣୀମାନେ ବାଛୁଛନ୍ତି ।

Rakhi Sellers Bearing Loss (ETV Bharat Odisha)

ବ୍ୟବସାୟ ମାନ୍ଦା:

ବର୍ତ୍ତମାନ ପୂର୍ବ ଅପେକ୍ଷା ବଜାରରେ ରାକ୍ଷା ବ୍ୟବସାୟ ମାନ୍ଦା ଦେଖିବାକୁ ମିଳୁଛି । ଆଉ ଅଧିକ ମାତ୍ରାରେ ଲୋକେ ଆସି ରାକ୍ଷୀ କିଣା କିଣି କରୁନଥିବା ଅଭିଯୋଗ ଆଣିଛନ୍ତି ବ୍ୟବସାୟୀ । କାରଣ ଆଜିକାଲି ଅନଲାଇନ ରାକ୍ଷୀ ଉପରେ ସମସ୍ତେ ନିର୍ଭର କରୁଥିବା ଅନୁମାନ ହେଉଛି। "ଇ-କମର୍ସ କମ୍ପାନୀ ଗ୍ରାହକଙ୍କ ପାଇଁ ଘରେ ବସି ଆରାମରେ ରାକ୍ଷୀ ଦେଖିବା ଏବଂ କିଣିବା ସହଜ କରିଦେଇଥିବାରୁ ବେପାର ମାନ୍ଦା ରହିଛି" ବୋଲି କହିଛନ୍ତି ବ୍ୟବସାୟୀ ସୁନିଲ ଦାସ ।
ଏହା ବି ପଢନ୍ତୁ...ରାକ୍ଷୀରେ ଝଲସୁଛି ସମ୍ବଲପୁରୀ କଳା ସଂସ୍କୃତିର ଝଲକ, ଯୁବତୀଙ୍କୁ କରିଛି ଲକ୍ଷପତି - Sambalpuri Rakhi

'ବାଧକ ସାଜୁଛି ଇ-କମର୍ସ କମ୍ପାନୀ'

ବ୍ୟବସାୟୀ ଆହୁରି କହିଛନ୍ତି, "ବିଭିନ୍ନ ଧରଣର ରାକ୍ଷୀ ଆସିଛି ଏବଂ ପ୍ରତ୍ୟେକ ବର୍ଷ ଭଳି ନୂଆ ଡିଜାଇନ ଏବଂ ଫ୍ୟାନ୍ସି ରାକ୍ଷୀ ମଧ୍ୟ ଗ୍ରାହକଙ୍କୁ ଆକୃଷ୍ଟ କରୁଛି । କିନ୍ତୁ ପୂର୍ବ ଭଳି ବେପାର ନଥିବାରୁ ବର୍ତ୍ତମାନ ମାନ୍ଦା ଅବସ୍ଥା ରହିଛି ।" ଭଲ ବିକ୍ରିବଟା ହେଉନଥିବା ଯୋଗୁ ହତାଶ ବେପାରୀ । ରାଉରକେଲା ସହରରେ ରାକ୍ଷୀ ବଜାରରେ ସେତେଟା ଭିଡ଼ ପରିଲକ୍ଷିତ ହେଉନାହିଁ । ଅନ୍ୟପଟେ ଲକ୍ଷ ଲକ୍ଷ ଟଙ୍କାର ରାକ୍ଷୀ ଆଣି କ୍ଷତି ସହୁଛନ୍ତି ବୋଲି କହିଛନ୍ତି ବ୍ୟବସାୟୀ ।

ଏହା ବି ପଢନ୍ତୁ...ଦିନକ ପରେ ରାକ୍ଷୀ ପୂର୍ଣ୍ଣିମା, ସ୍ନେହର ଡୋରି ତିଆରି କରୁଛନ୍ତି ଭିନ୍ନକ୍ଷମ ଛାତ୍ରଛାତ୍ରୀ - DISABLED STUDENTS MADE RAKHI

ଏବେବି କିଛି ଗ୍ରାହକଙ୍କ ପସନ୍ଦ ପାରମ୍ପରିକ ଷ୍ଟଲ:

ରାକ୍ଷୀ କିଣିବାକୁ ଆସିଥିବା ଜଣେ ଗ୍ରାହକ କହିଛନ୍ତି, "ପ୍ରତ୍ୟକ ବର୍ଷ ଭଳି ଏଥର ମଧ୍ୟ ରାକ୍ଷୀ ପୂର୍ଣ୍ଣିମାରେ ଭାଇ ହାତରେ ସ୍ନେହର ଡୋରି ବାନ୍ଧିବି। ଭାଇ ପାଇଁ ମନପସନ୍ଦର ରାକ୍ଷୀକୁ ବାଛି ନେଉଛି । ଏଥର ମଧ୍ୟ ଶାଶୁ ଘରୁ ନିଜ ଘରକୁ ଆସିଛି, ଖାସ କରି ଭାଇ ହାତରେ ରାକ୍ଷୀ ବାନ୍ଧିବା ପାଇଁ। ଦୁଇ ଭାଇ ଭଉଣୀଙ୍କ ସମ୍ପର୍କ ଅତୁଟ ରହୁ ବୋଲି ପ୍ରାର୍ଥନା କରୁଛି ।"

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details