ଭଦ୍ରକ: ରେଳବାଇ ଫାଟକ ଖୋଲିବା ବେଳେ କୌଣସି କାରଣରୁ ଫାଟକର କେବୁଲ ଛିଡ଼ି ଯିବା ଯୋଗୁଁ ହଠାତ୍ ଗେଟଟି ଖସି ପଡ଼ିଲା । ଫଳରେ ରେଳବାଇ ଫାଟକ ମଝିରେ ଶତାଧିକ ଲୋକ ଫସି ରହିଲେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଦେଇ ଯାଇଥିବା 119ନମ୍ବର ଚରମ୍ପା ବରାଳ ପୋଖରୀ ତାରିଣୀ ଫାଟକ ନିକଟରେ । ହେଲେ ସୌଭାଗ୍ୟ କ୍ରମେ ବର୍ତ୍ତିଗଲେ ରେଳ ଧାରଣା ମଝିରେ ଫସି ଯାଇଥିବା ଲୋକେ । ରେଳ ଫାଟକର ଜଗୁଆଳି ଗେଟ ଟେକି ଧରିବା ପରେ, ବହୁ କଷ୍ଟରେ ଫାଟକ ପାରି ହୋଇଥିଲେ ଲୋକେ ।
ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲା ଦେଇ ଯାଇଥିବା ବ୍ୟସ୍ତ ବହୁଳ ରେଳ ଫାଟକ ହେଉଛି ଭଦ୍ରକ ରେଳଷ୍ଟେସନ ବାମ ପଟେ ଥିବା 119 ନମ୍ବର ଚରମ୍ପା ବରାଳପୋଖରୀ ତାରିଣୀ ଫାଟକ । ତେବେ ଗତକାଲି(ଗୁରୁବାର) ଅପରାହ୍ନରେ ଏକ ମାଲବାହୀ ଟ୍ରେନ ସେହି ଫାଟକ ଦେଇ ପାରି ହେବା ପାଇଁ, ଫାଟକର ଜଗୁଆଳି ଗେଟକୁ ବନ୍ଦ କରିଥିଲେ । ପରବର୍ତ୍ତୀ ସମୟରେ ମାଲବାହୀ ଟ୍ରେନଟି ସେହି ଫାଟକ ଦେଇ ପାସ ହେବା ପରେ, ଫାଟକ ଜଗୁଆଳି ଗେଟକୁ ଖୋଲି ଥିଲେ । ହେଲେ କୌଣସି କାରଣରୁ ଲୋକେ ରେଳ ଧାରଣା ପାର ହେଉଥିବା ସମୟରେ ଗେଟର ତାର ଛିଡି ଯିବାରୁ ଗେଟଟି ପଡ଼ିଯାଇଥିଲା । ଗେଟଟି ଲକ୍ ହୋଇ ଯାଇଥିଲା ।
ଏହା ମଧ୍ୟ ପଢନ୍ତୁ ......ନୂଆ ରୂପ ପାଇବ ବାଲେଶ୍ଵର ରେଳ ଷ୍ଟେସନ, ଅଗଷ୍ଟରୁ କାମ ଆରମ୍ଭ