ସମ୍ବଲପୁର:ଜେଲରେ ରାତି ଅଧିଆ ରେଡ । ସମ୍ବଲପୁର ମଣ୍ଡଳ କାରାଗାରରେ ଜିଲ୍ଲା ପୋଲିସର ରାତି ଅଧିଆ ଚଢାଉ । ଭୋର 4ଟାରେ ରେଡ କରି ଗୁଟକା, ଭାଙ୍ଗ, ଖଇନି ଇତ୍ୟାଦି ମାଦକ ଦ୍ରବ୍ୟ ଜବତ କରିଛି ପୋଲିସ । ସମ୍ବଲପୁର ଏସପି ମୁକେଶ ଭାମୁଙ୍କ ନେତୃତ୍ୱରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜେଲରେ 2 ଘଣ୍ଟା ଧିର ପୋଲିସ ରେର୍ଡ କରିଥିଲା । ତେବେ କେଉଁ ଜେଲ ଭିତରକୁ ଏହି ମାଦକ ଦ୍ରବ୍ୟ କିପରି ଆସିଲା ସେନେଇ ଜେଲ ପରିଚାଳନା ଓ ସୁରକ୍ଷା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
୫୭୬ ଅନ୍ତେବାସୀଙ୍କ ବେଡରୁ ମାଦକ ଦ୍ରବ୍ୟ ଜବତ:
ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର ୪ଟା ସମୟରେ ସମ୍ବଲପୁର ମଣ୍ଡଳ କାରାଗାରରେ ହଠାତ ପହଞ୍ଚିଥିଲ ଜିଲ୍ଲା ପୋଲିସ । ଜେଲ ଭିତରେ ଚଢାଉ କରି 2 ଘଣ୍ଟା ଛାନଭିନ କରିବା ପରେ ଗୁଟକା, ଭାଙ୍ଗ, ଖଇନି ଜବତ କରାଯାଇଥିଲା । ଜେଲର 22 ଟି ୱାର୍ଡରେ ଥିବା 576 ଜଣ ଅନ୍ତେବାସୀଙ୍କ ବେଡ଼ରେ ପୋଲିସ ଖୋଜା ଖୋଜି କରି ଏହି ସାମଗ୍ରୀ ଜବତ କରିଛି । ଚଢାଉରେ ସମ୍ବଲପୁର ଏସପି ମୁକେଶ ଭାମୁ, ଅତିରିକ୍ତ ଏସପି ହରେଶ ଚନ୍ଦ୍ର ପାଣ୍ଡେ, ବୁର୍ଲା ଏସଡ଼ିପିଓ, 4 ପ୍ଲାଟୁନ ପୋଲିସ ସାମିଲ ହୋଇଥିଲେ ।
POLICE RAID IN JAIL (ETV BHARAT ODISHA) ଏହା ମଧ୍ୟ ପଢନ୍ତୁ-ବନ୍ଧା ହେଲେ ମୁଖ୍ୟଯନ୍ତ୍ରୀ ଏନଭି ହରିହର, କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ - NV Harihara Rao arrested
ଏହା ମଧ୍ୟ ପଢନ୍ତୁ-ଜେଲ ଗଲେ କୋଠାପ୍ରେମୀ ଯନ୍ତ୍ରୀ, ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାନ୍ଧିଥିଲା ଭିଜିଲାନ୍ସ - Prasanna sent to judicial Custody
ଏହା ମଧ୍ୟ ପଢନ୍ତୁ-ଭିଜିଲାନ୍ସ ଜାଲରେ ଖାଦ୍ୟ ସୁରକ୍ଷା ଅଧିକାରୀ, ଫ୍ୟାକ୍ଟ୍ରି ଲାଇସେନ୍ସ ପାଇଁ ଲାଞ୍ଚ ନେଇ ଧରାପଡ଼ିଲେ - FSO IN VIGILANCE NET
କେମିତି ଜେଲ ଭିତରକୁ ଗଲା ମାଦକ ଦ୍ରବ୍ୟ ?
POLICE RAID IN JAIL (ETV BHARAT ODISHA) ଏନେଇ ସମ୍ବଲପୁର ଅତିରିକ୍ତ ଏସପି ହରେଶ ଚନ୍ଦ୍ର ପାଣ୍ଡେ କହିଛନ୍ତି,'' ଭୋର ସମୟରେ ସମ୍ବଲପୁର ସେଣ୍ଟ୍ରାଲ ଜେଲରେ ଚଢାଉ କରାଯାଇଥିଲା । ଚେକିଂ ସୟମରେ ଜେଲ ଭିତରୁ ମାଦକ ଦ୍ରବ୍ୟ ଜବତ କରାଯାଇଛି । ଖଇନି, ପାନ ମସଲା, ବିଡ଼ି ଓ ଲାଇଟର ଆଦି ଜବତ ହୋଇଛି । ଜେଲରେ ସିସିଟିଭି ଲାଗିଛି ଓ ତାହା ଭଲ ଭାବେ କାମ ମଧ୍ୟ କରୁଛି । ଜେଲରେ ଥିବା କଏଦୀ ମାନେ ଲୁଚେଇ ରଖୁଛନ୍ତି ମାଦକ ଦ୍ରବ୍ୟ । ଅନ୍ତେବାସୀମାନେ ଜେତେବେଳେ ଜେଲରେ ଏଣ୍ଟ୍ରି କରୁଛନ୍ତି ସେତେବେଳେ ମେଟାଲ ଡିଟେଲରେ ଚେକ ହୋଇଥାଏ । ଏହା ସତ୍ତ୍ବେ ମଧ୍ୟ ସେମାନେ କୌଣସି ମତେ ଲୁଚେଇ କି ମାଦକ ଦ୍ରବ୍ୟ ରଖିଛନ୍ତି । ତେଣୁ କିପରି ଭାବରେ ଜେଲ ଭିତରକୁ ଏହି ସବୁ ସାମଗ୍ରୀ ଯାଉଛି ତାର ତଦନ୍ତ ହେବ । ''
POLICE RAID IN JAIL (ETV BHARAT ODISHA) ଇଟିଭି ଭାରତ, ସମ୍ବଲପୁର