ରାଉରକେଲା:ଓଡିଶାରେ ଭାରତ ଯୋଡ ନ୍ୟାୟ ଯାତ୍ରାର ଆଜି (ବୁଧବାର) ଦ୍ୱିତୀୟ ଦିନ । ଆଜି ରାଉରକେଲାରୁ ସୁନ୍ଦରଗଡ ଯିବ ଏହି ଯାତ୍ରା । ଗତକାଲିକଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ସୁନ୍ଦରଗଡ ଜିଲ୍ଲାର ବୀରମିତ୍ରପୁରଠାରେ ଏହି ଯାତ୍ରାକୁ ଆରମ୍ଭ କରିଥିଲେ । ଆଜି ରାହୁଲ ଗାନ୍ଧୀ ପ୍ରଥମେ ବେଦବ୍ୟାସ ଶୈବପୀଠକୁ ଯାଇ ସେଠାରେ ମହାଦେବଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି । ଏହାପରେ ରାଉରକେଲା ଉଦିତନଗର ଏସପି ଅଫିସ ସମ୍ମୁଖ ଛକରୁ ପଦଯାତ୍ରା ଆରମ୍ଭ କରିଛନ୍ତି । ଏହାପରେ ପାନପୋଷ ଛକଠାରେ ଦିନ 11ଟାରେ ପହଞ୍ଚିବେ । ସେଠାରେ ରାହୁଲ ଗାନ୍ଧୀ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେବେ ।
ଏହାପରେ ଆଗକୁ ବଢି ରାଜଗାଙ୍ଗପୁରର ରାଣୀବନ୍ଧ ଠାରୁ ପୁଣି ଯାତ୍ରା ଆରମ୍ଭ ରିବେ ଏବଂ କୁତ୍ରାରେ ସେ ଜନସାଧାରଣଙ୍କୁ ଉଦବୋଧନ ଦେବେ । ବଡଗାଁ ଠାରେ ମଧ୍ୟ ସେ ଜନସାଧାରଣଙ୍କୁ ଉଦବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ବଡଗାଁରୁ ବାହାରିବା ପରେ ସୁନ୍ଦରଗଡ଼ ବସଷ୍ଟାଣ୍ଡ୍ ଛକରେ ଅପରାହ୍ନ ସାଢେ 4ଟାରେ ପହଞ୍ଚି ପଦଯାତ୍ରା କରିବେ । ଏହି ପଦଯାତ୍ରା ଷ୍ଟାଡିୟମ ଛକ ଓ ସୁନ୍ଦରଗଡ଼ ଏସବିଆଇ ଛକ ହୋଇଯିବ । ସେଠାରୁ ଝାରସୁଗୁଡା ଅଭିମୁଖେ ଯାଇ ଅମଲିପାଲି ଠାରେ ରାତ୍ରୀଯାପନ କରିବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ।
ଏହାମଧ୍ୟ ପଢନ୍ତୁ.. ଓଡ଼ିଶାରେ ଭାରତ ଯୋଡ଼ ନ୍ୟାୟ ଯାତ୍ରା ଆରମ୍ଭ; ପ୍ରତି ଲୋକଙ୍କ ଦୁଃଖ ଶୁଣିବୁ କହିଲେ ରାହୁଲ