ବ୍ରହ୍ମପୁର : MKCG ରେ ପୁଣି ରାଗିଂ ଅଭିଯୋଗ । ପୁଣି ଥରେ ଅଧ୍ୟୟନରତ ଡାକ୍ତର ବିଦ୍ୟାର୍ଥୀଙ୍କୁ ମଧ୍ୟରାତ୍ରରେ ସିନିୟର ଛାତ୍ରମାନେ ମିଳିତ ଭାବରେ ହଷ୍ଟେଲ ଛାତ ଉପରକୁ ନେଇ ଶାରୀରିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ଘଟଣା ସମ୍ପର୍କରେ ପୀଡିତ ଛାତ୍ରଙ୍କ ପରିବାର ମେଡିକାଲ କର୍ତ୍ତୁପକ୍ଷଙ୍କୁ ଲିଖିତ ଭାବରେ ଅବଗତ କରିବା ପରେ ତୁରନ୍ତ ‘ଆଣ୍ଟି ରାଗିଂ କମିଟି’ ବୈଠକ କରାଯାଇ ତଦନ୍ତ ଆରମ୍ଭ ହୋଇଛି । ଏହି ଘଟଣାରେ ସମ୍ପୃକ୍ତ ପାଞ୍ଚ ଜଣ ସିନିୟର ଛାତ୍ରଙ୍କୁ ହୋଷ୍ଟେଲରୁ ବହିଷ୍କାର କରାଯିବା ସହିତ କ୍ୟାମ୍ପସ୍ ନଆସିବା ଉପରେ କଟକଣା ଜାରି କରାଯାଇଛି । କେବଳ ଏତିକି ନୁହେଁ, ସେମାନଙ୍କ ବିରୋଧରେ ବ୍ରହ୍ମପୁରର ବୈଦ୍ୟନାଥପୁର ଥାନାରେ ଅପରାଧିକ ମାମଲା ରୁଜୁ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।
- ୫ ସିନିୟର ଛାତ୍ରଙ୍କୁ ୬ ମାସ କ୍ୟାମ୍ପସ ବାରଣ:-
ଗତ କିଛି ମାସ ଧରି ଲଗାତର ଭାବରେ ରାଗିଂକୁ ନେଇ ବାରମ୍ୱାର ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲ ଚର୍ଚ୍ଚା ଓ ବିବାଦରେ ରହିଛି । ତେବେ ଏବେ ପୁଣି ଥରେ ଏହି ଅଭିଯୋଗ ଆସିବା ପରେ ଗତକାଲି (ବୁଧବାର) ଆଣ୍ଟି ରାଗିଂ ସେଲ ବୈଠକ ବସିଥିଲା । କ୍ୟାମ୍ପସର ସମ୍ମିଳନୀ କକ୍ଷରେ ପ୍ରାୟ ଦୁଇ ଘଣ୍ଟା ଧରି ଜାରି ରହିଛିବା ଏହି ବୈଠକରେ ମେଡିକାଲର ଅଧ୍ୟକ୍ଷ ଡ଼ା ସୁଚିତ୍ରା ଦାସଙ୍କ ସହ ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଡା.ଶ୍ରବଣ ବିବେକ୍ ଏମ, ମେଡିକାଲର ମୁଖ୍ୟ ପ୍ରଶାସନିକ ଅଧିକାରୀ ସଂଗ୍ରାମ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।
- ବୈଠକ ପରେ କାର୍ଯ୍ୟାନୁଷ୍ଠାନ:-
ବୈଠକରେ ପୁଙ୍ଖାନୁଫୁଙ୍ଖ ଆଲୋଚନା ପରେ ମାମଲାରେ ସମ୍ପୃକ୍ତ ପାଞ୍ଚ ଜଣ ଚତୁର୍ଥ ବର୍ଷର ଛାତ୍ରଙ୍କୁ ହଷ୍ଟେଲରୁ ବହିଷ୍କାର କରାଯିବା ସହିତ ୬ ମାସ ପର୍ଯ୍ୟନ୍ତ କଲେଜ କ୍ୟାମ୍ପସକୁ ବାରଣ କରାଯାଇଛି । ଏପରିକି ସେମାନଙ୍କ ବିରୋଧରେ ଥାନାରେ ମଧ୍ୟ ଲିଖିତ ଅଭିଯୋଗ ଦିଆଯିବାକୁ ସ୍ଥିର କରାଯାଇଛି । ଏହି ପାଞ୍ଚ ଜଣ ଚତୁର୍ଥ ବର୍ଷର ଛାତ୍ର ମାନେ ଦ୍ବିତୀୟ ବର୍ଷର ଛାତ୍ରଙ୍କୁ ଶାରିରୀକ ଓ ମାନସିକ ଭାବେ ରାଗିଂ କରିଥିବାର ଅଭିଯୋଗ ହୋଇଥିଲା ।
- ମଧ୍ୟରାତ୍ରିରେ ହଷ୍ଟେଲ ଛାତ ଉପରେ ନିର୍ଯାତନା !
ରାତ୍ର ୧୨ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଅଭିଯୋଗକାରୀ ବିଦ୍ୟାର୍ଥୀଙ୍କୁ କରାଯାଇଥିଲା ରାଗିଂ । ଏମ୍.କେ.ସି.ଜି ମେଡିକାଲରେ ଦ୍ୱିତୀୟ ବର୍ଷ ବିଦ୍ୟାର୍ଥୀଙ୍କୁ 4ର୍ଥ ବର୍ଷର କିଛି ବିଦ୍ୟାର୍ଥୀ ଏହି ନିର୍ଯାତନା ଦେଇଛନ୍ତି । ଅଭିଯୋଗ ହେବା ପରେ ଘଟଣାରେ ସତ୍ୟତା ଥିବା ମଧ୍ୟ ଜଣାପଡିଛି ।
- ଘଟଣାର ପ୍ରମାଣ ଥିବା ନେଇ ସ୍ପଷ୍ଟ କଲେ କର୍ତ୍ତୃପକ୍ଷ :