ଓଡିଶା

odisha

ETV Bharat / state

MKCG ମେଡିକାଲ କଲେଜରେ ରାଗିଂ ! ଅଭିଭାବକଙ୍କ ଅଭିଯୋଗ ପରେ ଆଣ୍ଟି ରାଗିଂ ସେଲ୍ ତଦନ୍ତ

ବ୍ରହ୍ମପୁର ଏମକେସିଜି (MKCG) ମେଡିକାଲ କଲେଜରେ ଦ୍ବିତୀୟ ବର୍ଷ ବିଦ୍ୟାର୍ଥୀଙ୍କୁ ରାଗିଂ ଅଭିଯୋଗ । ଅଭିଭାବକଙ୍କ ଅଭିଯୋଗ ପରେ ଆଣ୍ଟି ରାଗିଂ ସେଲ ଆରମ୍ଭ କରିଛି ଯାଞ୍ଚ ।

MKCG RAGGING
MKCG RAGGING (ETV Bharat Odisha)

By ETV Bharat Odisha Team

Published : 3 hours ago

ବ୍ରହ୍ମପୁର: MKCG (ଏମକେସିଜି) ମେଡିକାଲ କଲେଜରେ ରାଗିଂ ଅଭିଯୋଗ । ଦ୍ଵିତୀୟ ବର୍ଷ ଏମ.ବି.ବି.ଏସ ବିଦ୍ୟାର୍ଥୀଙ୍କୁ ସିନିୟର ବିଦ୍ୟାର୍ଥୀମାନେ ରାଗିଂ କରିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ମେଡିକାଲ କଲେଜ କର୍ତ୍ତୃପକ୍ଷ ଗୁରୁତ୍ବର ସହ ନେବା ସହ ଖୋଳତାଡ ଆରମ୍ଭ କରିଛନ୍ତି । ଏହାକୁ ନେଇ ଗତକାଲି ମେଡିକାଲର ଆଣ୍ଟି ରାଗିଂ ସେଲ ବୈଠକ ଅନୁଷ୍ଠିତ ହୋଇଥିଲା ।

MBBS ଦ୍ବିତୀୟ ବର୍ଷ ଛାତ୍ରଙ୍କୁ ରାଗିଂ ଅଭିଯୋଗ:

ବହ୍ମପୁର ଏମ.କେ.ସି.ଜି ମେଡିକାଲ କଲେଜରେ ବାରମ୍ବାର ଅଧ୍ୟୟନରତ ବିଦ୍ୟାର୍ଥୀଙ୍କୁ ରାଗିଂ ହେଉଥିବା ଅଭିଯୋଗ ହୋଇ ଆସୁଥିବାର ନଜର ରହିଥିବା ବେଳେ ଚଳିତଥର ଦ୍ଵିତୀୟ ବର୍ଷ ଏମ୍.ବି.ବି.ଏସ୍ ବିଦ୍ୟାର୍ଥୀଙ୍କୁ ସିନିୟର ବିଦ୍ୟାର୍ଥୀ ମାନେ ରାଗିଂ କରୁଥିବା ଅଭିଯୋଗ ଆସିଛି । ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି । ହେଲେ ଏହି ଘଟଣାରେ ଏମ୍.କେ.ସି.ଜିରେ ରାଗିଂ ନେଇ ବିଦ୍ୟାର୍ଥୀ ନୁହେଁ ବରଂ ସେମାନଙ୍କ ଅଭିଭାବକ ମାନେ ଆଣ୍ଟି ରାଗିଂ ସେଲ୍ ଏବଂ ଏନ୍.ଏମ୍.ସି ସେଲକୁ ଅଭିଯୋଗ କରିଛନ୍ତି ।

ରାଗିଂ ଅଭିଯୋଗ (ETV Bharat Odisha)

ଅଭିଯୋଗ ପରେ ତଦନ୍ତ ଆରମ୍ଭ:

ଅଭିଭାବକ ଏପରି ଅଭିଯୋଗ ଆଣିବା ପରେ ମେଡିକାଲ ପକ୍ଷରୁ ଏନେଇ ଆଣ୍ଟି ରାଗିଂ ସେଲ ବୈଠକ କରାଯାଇ ଘଟଣାର ତଦନ୍ତ କରାଯାଇଛି । ବିଦ୍ୟାର୍ଥୀଙ୍କ ହଷ୍ଟେଲ ପରିବର୍ତ୍ତନ ପରେ ଏପରି ହୋଇଥିବା ଅଭିଯୋଗ ହୋଇଛି ।

କାହିଁକି ହେଲା ରାଗିଂ:

ଏମ.କେ.ସି.ଜି ମେଡିକାଲ କର୍ତ୍ତୃପକ୍ଷଙ୍କୁ ମିଳିଥିବା ଆଣ୍ଟି ରାଗିଂ ସେଲ୍ ଏବଂ ଏନ୍.ଏମ୍.ସି ସେଲର ପତ୍ର ଅନୁଯାୟୀ, ମେଡିକାଲ କଲେଜର ପ୍ରଥମବର୍ଷ ବିଦ୍ୟାର୍ଥୀମାନେ ଦ୍ଵିତୀୟ ବର୍ଷକୁ ଉତ୍ତୀର୍ଣ୍ଣ ହେବା ପରେ ସେମାନଙ୍କ ହଷ୍ଟେଲ ପରିବର୍ତ୍ତନ କରାଯାଇଥିଲା । ସେମାନଙ୍କୁ କ୍ୟାବିନ୍ ବ୍ଳକ୍‌ରୁ ତିନୋଟି ହଷ୍ଟେଲକୁ ପଠାଯାଇଥିଲା । ହେଲେ ସେଠାରେ ସିନିୟର ମାନେ ସେଠାରେ ରାଗିଂ କରୁଛନ୍ତି ବୋଲି କିଛି ଅଭିଯୋଗ କରିଥିଲେ । ଆଣ୍ଟି ରାଗିଂ ସେଲ୍‌ରୁ ତଦନ୍ତ କରିବାକୁ ଏମକେସିଜି ଡିନଙ୍କୁ ପତ୍ର ଆସିଥିବା ବେଳେ ଡିନ୍ ପ୍ରଫେସର ଡା. ସୁଚିତ୍ରା ଦାଶଏ ସଂକ୍ରାନ୍ତରେ ମେଡିକାଲ କଲେଜର ସମସ୍ତ ହଷ୍ଟେଲର ୱାର୍ଡେନ ମାନଙ୍କ ସହିତ ଆଲୋଚନା କରିଛନ୍ତି ।

MKCG RAGGING (ETV Bharat Odisha)

ମୁହଁ ଖୋଲୁନାହାନ୍ତି ଛାତ୍ର:

ଏଥିସହିତ ସମସ୍ତ ହଷ୍ଟେଲରେ ବିଦ୍ୟାର୍ଥୀଙ୍କ ସହ ଆଲୋଚନା କରି କେଉଁଠି ରାଗିଂ ହୋଇଛି ପଚାରି ବୁଝିବା ସହିତ ଘଟଣାର କିଛି ବିଦ୍ୟାର୍ଥୀଙ୍କୁ ନିଜେ ଡାକି ପଚରାଉଚରା କରିଥିଲେ । ହେଲେ ଏ ସଂକ୍ରାନ୍ତରେ କେହି ମୁହିଁ ଖୋଲୁନଥିବା ସେ କହିଛନ୍ତି । ହେଲେ ଏହି ଘଟଣାରେ ତଦନ୍ତରେ କିଛି ପ୍ରମାଣ ମିଳେ ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ:

ରାଗିଂ ଘଟଣାରେ ଆକ୍ସନ, 17 ଛାତ୍ରଙ୍କ ଉପରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ନେଲା କାର୍ଯ୍ୟାନୁଷ୍ଠାନ - Berhampur Ragging Incident

ସୀମା ଟପିଲା ରାଗିଂ, ଛାତ୍ରଙ୍କୁ ମାଡମାରି ୨ ମହଲା କୋଠାରୁ ତଳକୁ ଠେଲିଦେଲେ - College Ragging

ରାତି ସାରା ଛାତ୍ରଙ୍କୁ ମାନସିକ ନିର୍ଯାତନା, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଆସିଲା ରାଗିଂ ଅଭିଯୋଗ - ragging in Berhampur University

ହୋମିଓପ୍ୟାଥି କଲେଜରେ ଛାତ୍ରୀଙ୍କୁ ରାଗିଂ ଅଭିଯୋଗ, ପୋଲିସର ତଦନ୍ତ ଆରମ୍ଭ - Ragging in Sambalpur

ଏମ୍.କେ.ସି.ଜି ଆଣ୍ଟି ରାଗିଂ ସେଲର ବୈଠକ:

MKCG RAGGING (ETV Bharat Odisha)

ବ୍ରହ୍ମପୁର ଏମ୍‌କେସିଜିରେ ରାଗିଂ ଅଭିଯୋଗ ଆସିବା ପରେ ଏମକେସିଜି ମେଡିକାଲ କଲେଜ ପରିସରରେ ଅଧ୍ୟକ୍ଷଙ୍କ ସମେତ ମେଡିକାଲ କଲେଜର ସମସ୍ତ ବିଭାଗର ମୁଖ୍ୟ, ଆଣ୍ଟି ରାଗିଂ ସେଲର ସଦସ୍ୟଙ୍କ ସମେତ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ବୈଠକ କରାଯିବା ସହିତ ଦ୍ଵିତୀୟ ବର୍ଷ ବିଦ୍ୟାର୍ଥୀ ଉପସ୍ଥିତିରେ ଆଲୋଚନା କରାଯାଇଛି । କାହା ଉପରେ ରାଗିଂ ହୋଇଛି ତାହାକୁ କମିଟି ପଚରାଉଚରା କରାଯାଇଥିବା ବେଳେ ସେଭଳି କୌଣସି ତଥ୍ୟ କମିଟି କର୍ତ୍ତୃପକ୍ଷ ପାଇନଥିବା ବେଳେ ଆଗାମୀ ଦିନରେ ଏହାକୁ ନେଇ ଅଭିଯୋଗର କେତେ ସତ୍ୟତା ରହିଛି ତାହା ତଦନ୍ତ ଶେଷ ପରେ ସ୍ପଷ୍ଟ ହେବ ବୋଲି କୁହାଯାଇଛି ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details