ଓଡିଶା

odisha

By ETV Bharat Odisha Team

Published : Feb 21, 2024, 10:11 PM IST

ETV Bharat / state

ହାତୀ ଶରୀରରେ ପ୍ରଥମ କରି ଲାଗିଲା 'ରେଡ଼ିଓ କଲାର'

Radio Collar Fitted On Elephant : ହାତୀରେ ଗତିବିଧି ଉପରେ ନଜର ରଖିବ 'ରେଡ଼ିଓ କଲାର'। ଅନୁଗୁଳ ଛେଣ୍ଡିପଦା ରେଞ୍ଜରେ ଆହାତ ଅବସ୍ଥରେ ଉଦ୍ଧାର ହୋଇଥିବା ହାତୀ ସୁସ୍ଥ ହେବା ପରେ ଶରୀରରେ ଲାଗିଲା 'ରେଡ଼ିଓ କଲାର' । ଅଧିକ ପଢନ୍ତୁ

ହାତୀ ଶରୀରରେ ପ୍ରଥମ କରି ଲାଗିଲା 'ରେଡ଼ିଓ କଲାର'
ହାତୀ ଶରୀରରେ ପ୍ରଥମ କରି ଲାଗିଲା 'ରେଡ଼ିଓ କଲାର'

ଭୁବନେଶ୍ବର:ହାତୀ ଶରୀରରେ ଲାଗିଲା 'ରେଡ଼ିଓ କଲାର' । ରାଜ୍ୟରେ ପ୍ରଥମ କରି ହାତୀ ଶରୀରରେ ଲାଗିଲା 'ରେଡ଼ିଓ କଲାର' । ଅନୁଗୁଳ ଛେଣ୍ଡିପଦା ରେଞ୍ଜରେ ହାତୀ ଶରୀରରେ ଖଞ୍ଜାଗଲା । ଏହା ଦ୍ୱାରା ହାତୀର ଗତିବିଧି ଉପରେ ନଜର ରଖାଯାଇ ପାରିବ ବନ ବିଭାଗ । ଆଗାମୀ ଦିନରେ ଅନ୍ୟ ହାତୀପଲଙ୍କ ପାଇଁ ବ୍ୟବହାର ହେବ ।

ଅନୁଗୁଳ ଜିଲ୍ଲାର ଚେଣ୍ଡିପଡ଼ି ରେଞ୍ଜର ଚେଣ୍ଡିପଡ଼ି ଜଙ୍ଗଲରେ ଏକ ଆଘାତ ପ୍ରାପ୍ତ ଏକ ପୁରୁଷ ହାତୀ ଦେଖିବାକୁ ମିଳିଥିଲା । ଏହାକୁ ଫେବୃଆରୀ ୧୪ତାରିଖ ପର ଠାରୁ ହାତୀଟିକୁ ପର୍ଯ୍ୟବେକ୍ଷଣ କରାଯାଇଥିଲା । ଯାହା ହାତୀଟି ସାତକୋଶିଆ ୱାଇଲ୍ଡ ଲାଇଫ୍ ଡ଼ିଭିଜନର ପ୍ରାଣୀ ଚିକିତ୍ସକ ଏବଂ ଅନୁଗୁଳ ମୋବାଇଲ୍ ପ୍ରାଣୀ ଚିକିତ୍ସା ୟୁନିଟ୍ (MVU) ଦ୍ୱାରା ସଫଳତାର ସହିତ ଚିକିତ୍ସା କରାଯାଇଥିଲା । ଆଜି (ବୁଧବାର) ଦିନ ହାତୀଟି ସମ୍ପୂର୍ଣ ରୂପେ ସୁସ୍ଥ ହୋଇଯାଇଥିଲା ।

ହାତୀଟି ଜଙ୍ଗଲରେ ମୁକ୍ତ ହେବା ପୂର୍ବରୁ ହାତୀକୁ 'ରେଡ଼ିଓ କଲାର' ଲଗାଯାଇଥିଲା । ଏହାର ଚିକିତ୍ସା ପରବର୍ତ୍ତୀ ପର୍ଯ୍ୟବେକ୍ଷଣ ପାଇଁ ହାତୀର ଗତିବିଧି ଉପରେ ନଜର ରଖିବା ସହିତ ହାତୀଟିର ଆଚରଣ ଉପରେ ନଜର ରଖିବାରେ ଏହା ସାହାଯ୍ୟ କରିବ । ଏହା ମାନବ-ହାତୀ ବିବାଦ ଥିବା ଅଞ୍ଚଳରେ ହାତୀକୁ ଟ୍ରାକ୍ କରିବାରେ ସାହାଯ୍ୟ କରିବ । ଯାହା ଦ୍ୱାରା ଏହି ପରି ଦ୍ୱନ୍ଦ୍ୱକୁ ରୋକିବା ପାଇଁ ଠିକ୍ ସମୟରେ ପଦକ୍ଷେପ ନିଆଯାଇ ପାରିବ ।

ଏହା ମଧ୍ୟ ପଢନ୍ତୁ ...ବିଲୁପ୍ତ ଶାଗୁଣା ଉଦ୍ଧାର, ପ୍ରାଥମିକ ଚିକିତ୍ସା ପରେ ପଠାଗଲା ନନ୍ଦନକାନନ

ସୂଚନା ଅନୁଯାୟୀ, ଆହତ ହାତୀ ଯାହାକି ପୋଖରୀରେ ଅସୁରକ୍ଷିତ ହୋଇଥାନ୍ତା । ବର୍ତ୍ତମାନ କୌଣସି ଅଘଟଣକୁ ରୋକିବା ପାଇଁ ଏହାର ଗତିବିଧି ଉପରେ ନଜର ରଖିବା ସହଜ ହେବ । ତେବେ 'ରେଡ଼ିଓ କଲାର' ଲଗାଇ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ସମସ୍ୟାଜନିତ ହାତୀ ପଲକୁ ଟ୍ରାକିଂ କରିବାରେ ଏହି ପଦ୍ଧତି ବ୍ୟବହାର କରିବାକୁ ପ୍ରସ୍ତାବ ଦିଆଯାଇଛି । ସେପଟେ ଜଙ୍ଗଲୀ ଜୀବଜନ୍ତୁ ଉଦ୍ଧାର କରିବା ପାଇଁ ବନ ବିଭାଗକୁ ଆଉ ସଂଘର୍ଷ କରିବାକୁ ପଡିବନି । କାରଣ ପ୍ରାଣୀ ମଣିଷ ସଂଘର୍ଷ ରୋକିବା ପାଇଁ ଗଠନ ହୋଇଛି ରାପିଡ ରେସପୋନସ ଟିମ୍ । ଜଙ୍ଗଲରେ ଯଦି ଜୀବଜନ୍ତୁ କୌଣସି ଅସୁବିଧାରେ ଥିବେ ସେମାନଙ୍କୁ ଉଦ୍ଧାର କରିବ ଏହି ଟିମ ।

ଏଥିପାଇଁ ନନ୍ଦନକାନନ ପକ୍ଷରୁ ଉପଯୁକ୍ତ ଇକ୍ୟୁମେଣ୍ଟ କିଣା ଯାଇ ପ୍ରଦର୍ଶିତ କରାଯାଇଛି । ଏହି ରାପିଡ଼ ରେସ୍ପନ୍ସ ଟିମ ଓଡ଼ିଶାରେ ମୋଟ୍ ୬ଟିମ୍ ଗଠନ ହୋଇଛି । ବର୍ତ୍ତମାନ ସେମାନଙ୍କ ପ୍ରଶିକ୍ଷଣ ଚାଲିଛି । ନନ୍ଦନକାନନରେ ଗଠିତ ଟିମରେ ୧୦ ଜଣ ସଦସ୍ୟ ରହିବେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details