ଓଡିଶା

odisha

ETV Bharat / state

ବୌଦ୍ଧ ପଞ୍ଚାୟତ ସମିତି ବୈଠକରେ ଆବାସ ଦୁର୍ନୀତି ନେଇ ହଟ୍ଟଗୋଳ - Boudh Panchayat Samiti

Panchayat Samiti Meeting In Boudh: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତିକୁ ନେଇ ପଞ୍ଚାୟତ ସମିତିର ବୈଠକରେ ସମିତି ସଭ୍ୟଙ୍କ ବ୍ଲକ ପ୍ରଶାସନକୁ ସିଧାସଳଖ ଟାର୍ଗେଟ । ବୈଠକରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଉପସ୍ଥିତ ଥିଲେ । ଅଧିକ ପଢନ୍ତୁ

ବୌଦ୍ଧ ପଞ୍ଚାୟତ ସମିତି ବୈଠକରେ ଆବାସ ଦୁର୍ନୀତି ନେଇ ହଟ୍ଟଗୋଳ
ବୌଦ୍ଧ ପଞ୍ଚାୟତ ସମିତି ବୈଠକରେ ଆବାସ ଦୁର୍ନୀତି ନେଇ ହଟ୍ଟଗୋଳ

By ETV Bharat Odisha Team

Published : Feb 27, 2024, 10:25 PM IST

ବୌଦ୍ଧ ପଞ୍ଚାୟତ ସମିତି ବୈଠକରେ ଆବାସ ଦୁର୍ନୀତି ନେଇ ହଟ୍ଟଗୋଳ

ବୌଦ୍ଧ: ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି ଗରିବ ଜନସାଧାରଣ । ପ୍ରଶାସନିକ ଅବହେଳାରୁ ଘଟିଛି ଏଭଳି ଅଭାବନୀୟ ଘଟଣା । ଯାହାକୁ ନେଇ ବୌଦ୍ଧ ପଞ୍ଚାୟତ ସମିତି ବୈଠକରେ ହୋଇଛି ତୁମ୍ବିତୋଫାନ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ତଥା ଅନିୟମିତତା ଅଭିଯୋଗ କରି ପଞ୍ଚାୟତ ସମିତିର ବୈଠକରେ ସମିତି ସଭ୍ୟଙ୍କ ବ୍ଲକ ପ୍ରଶାସନକୁ ସିଧାସଳଖ ଟାର୍ଗେଟ । ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ସମିତି ସଭ୍ୟ ବୈଠକରେ ଅସନ୍ତୋଷ ପ୍ରକାଶ ପାଇଛି ।

ଗତ ଅଶୀ ଦିନରୁ ଉର୍ଦ୍ଧ୍ବ ହେଲା ସାମାଜିକ ସୁରକ୍ଷା ପରିଷଦ ପକ୍ଷରୁ ବୌଦ୍ଧ କାର୍ଯ୍ୟାଳୟ ସମ୍ମୁଖରେ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ବିରୋଧରେ ଅହୋରାତ୍ର ଗଣଧାରଣା ଜାରି ରହିଛି । ବିଶେଷ ଭାବରେ ଅଯୋଗ୍ୟ ହିତାଧିକାରୀମାନେ ସରକାରଙ୍କ ଏହି କଲ୍ୟାଣକାରୀ ଯୋଜନାରୁ ହାତେଇଥିବା ବେଳେ ଯୋଗ୍ୟ ହିତାଧିକାରୀଙ୍କୁ ବ୍ଲକ ପ୍ରଶାସନର ଜ୍ଞାତସାରରେ ବାଦ ଦିଆଯାଇଥିବା ଅଭିଯୋଗ ହୋଇଛି । ବ୍ରାହ୍ମଣୀପାଲିର ସମିତି ସଭ୍ୟ ସୁମନ୍ତ ସାହୁ କହିଛନ୍ତି ଯେ ନୋଡାଲ ଅଫିସରଙ୍କ ପାଇଁ ଜଣେ ଗରିବ ବୃଦ୍ଧା ମାଟି ଚାଳ ଘରେ ରହିବାକୁ ବାଧ୍ୟ ହୋଇଛନ୍ତି । ତାଙ୍କୁ ଚଞ୍ଚକତା କରି ଆବାସ ଯୋଜନାରୁ ବାଦ୍ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ...ନିୟମଗିରି ଶିଖରରେ ପାଳିତ ହେଲା ନିୟମରାଜା ପର୍ବ

ସୂଚନାଯୋଗ୍ୟ ଯେ ଆଜି ବୌଦ୍ଧ ଜିଲ୍ଲା ସଦର ବ୍ଲକ ଠାରେ ପଞ୍ଚାୟତ ସମିତି ବୈଠକର ଅନୁଷ୍ଠିତ ହୋଇଥିଲା । ଏଥିରେ ଜଙ୍ଗଲ ଅଞ୍ଚଳରେ ବସବାସ କରୁଥିବା ଅଧିବାସୀଙ୍କ ପାଇଁ ସରକାର ପ୍ରଣୟନ କରିଥିବା ଜଙ୍ଗଲ ଜମିପଟ୍ଟା ହିତାଧିକାରୀଙ୍କ ବରଦାନ ହୋଇଥିବାରୁ ସଦସ୍ୟମାନେ ସରକାରଙ୍କୁ କୃତଜ୍ଞତା ଜଣାଇଥିଲେ । ସେହିପରି ଅଣ ଆଦିବାସୀ ମାନେ ଦୀର୍ଘବର୍ଷ ଧରି ଜଙ୍ଗଲ ଜମିରେ ଚାଷ କରୁଥିଲେ ମଧ୍ୟ ତାଙ୍କ ନାଁରେ ଜମିପଟ୍ଟା ନଥିଲା । କିନ୍ତୁ ସରକାରଙ୍କ ନୂଆ ଆଇନ ବଳରେ ସେମାନଙ୍କ ନାଁ ରେ ମଧ୍ୟ ଜମିପଟ୍ଟା ରେକର୍ଡ ସମ୍ଭବ ହୋଇପାରିଛି ।

ତେବେ ବୌଦ୍ଧ ବ୍ଲକର ବିଭିନ୍ନ ଅଞ୍ଚଳରେ ପାନୀୟଜଳର ଉତ୍କଟ ସମସ୍ୟାକୁ ନେଇ ସରପଞ୍ଚ ଓ ସମିତି ସଭ୍ୟମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ଗରିବ ଅସହାୟ ତଥା ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରୁ ଖୋଦ ବ୍ଲକର ଅଫିସର ମାନେ ବାଦ ଦେଉଥିବା ନେଇ ବୈଠକରେ ସିଧାସଳଖ ଭାବରେ ଅଭିଯୋଗ ହୋଇଥିଲା । ବୈଠକରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ଉପସ୍ଥିତିରେ ଏଭଳି ଘଟଣା ବେଶ ଚର୍ଚ୍ଚାର ବିଷୟ ହୋଇଥିଲା ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details