ଓଡିଶା

odisha

ETV Bharat / state

ଡିସେମ୍ବର 31 ଓ ଜାନୁଆରୀ 1 ପାଇଁ କଟକଣା, କେବଳ ସିଂହଦ୍ବାର ପଟେ ଶ୍ରୀମନ୍ଦିରକୁ ପ୍ରବେଶ ଅନୁମତି - CROWD CONTROL IN NEW YEAR

ନୂଆବର୍ଷରେ କେବଳ ସିଂହଦ୍ଵାର ଦେଇ ମହାପ୍ରଭୁଙ୍କ ଦର୍ଶନ । ପୁରୀରେ ହୋଟେଲରେ ବ୍ୟାପକ ପ୍ରସ୍ତୁତି । ଶାନ୍ତିଶୃଙ୍ଖଳା ରକ୍ଷା ନେଇ ବ୍ୟାପକ ପୋଲିସ ଫୋର୍ସ ମୁତୟନ ।

NEW YEAR PREPARATION IN PURI
NEW YEAR PREPARATION IN PURI (ETV Bharat Odisha)

By ETV Bharat Odisha Team

Published : Dec 24, 2024, 10:19 PM IST

ପୁରୀ:ନୂଆବର୍ଷରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ପୁରୀକୁ ଆସିବେ ଲକ୍ଷାଧିକ ଭକ୍ତ ଓ ପର୍ଯ୍ୟଟକ । ଶୃଙ୍ଖଳିତ ଦର୍ଶନ ପାଇଁ ଡିସେମ୍ବର 31 ଓ ଜାନୁଆରୀ 1 ତାରିଖରେ କେବଳ ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ପ୍ରବେଶ କରିବେ ଭକ୍ତ ।

NEW YEAR PREPARATION IN PURI (ETV Bharat Odisha)

କେବଳ ସିଂହଦ୍ୱାର ବାଟେ ଶ୍ରୀମନ୍ଦିରକୁ ପ୍ରବେଶ

ନବବର୍ଷରେ ମହାପ୍ରଭୁଙ୍କ ଆଶୀର୍ବାଦ ନେବା ପାଇଁ ପୁରୀକୁ ଲକ୍ଷ ଲକ୍ଷ ଭକ୍ତଙ୍କ ଆଗମନ ହେବ । ତେବେ ଭକ୍ତମାନେ ଯେଭଳି ମହାପ୍ରଭୁଙ୍କୁ ଶାନ୍ତି ଶୃଙ୍ଖଳାର ସହ ଦର୍ଶନ କରିପାରିବେ ସେନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି । ଡିସେମ୍ବର ୩୧ ଏବଂ ଜାନୁଆରୀ ୧ ତାରିଖରେ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖାଯାଇ ଏହି ଦିନ କେବଳ ସିଂହଦ୍ଵାର ପଟେ ଭକ୍ତଙ୍କ ପ୍ରବେଶ ଅନୁମତି ରହିବ । ଭକ୍ତମାନେ ସିଂହଦ୍ବାର ବାଟେ ପ୍ରବେଶ କରିବା ସହ ଅନ୍ୟ ତିନି ଦ୍ବାରରେ ପ୍ରସ୍ଥାନ କରିବେ । ଭକ୍ତମାନେ ଶାନ୍ତି ଶୃଙ୍ଖଳାରେ ଶ୍ରୀମନ୍ଦିରରେ ପ୍ରବେଶ କରିବା ପାଇଁ ମାର୍କେଟ ଛକଠାରୁ ବ୍ୟାରିକେଡ୍ ନିର୍ମାଣ କରାଯାଉଛି ।

NEW YEAR PREPARATION IN PURI (ETV Bharat Odisha)

ଜିରୋ ନାଇଟ ସେଲିବ୍ରେସନ ପାଇଁ ବ୍ୟାପକ ପ୍ରସ୍ତୁତି

ପୁରୀରେ ଜିରୋ ନାଇଟ ସେଲିବ୍ରେସନକୁ ଧୁମଧାମରେ ପାଳନ କରିବା ପାଇଁ ପୁରୀର ନାମିଦାମୀ ହୋଟେଲଗୁଡ଼ିକ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପର୍ଯ୍ୟଟକମାନଙ୍କୁ ଅଧିକ ଆମୋଦପ୍ରମୋଦ ପ୍ରଦାନ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ହୋଟେଲ ଗୁଡ଼ିକରେ ମ୍ୟୁଜିକାଲ ନାଇଟ ଆୟୋଜନ କରାଯାଉଥିବା ବେଳେ ବହୁ ପ୍ରସିଦ୍ଧ କଣ୍ଠଶିଳ୍ପୀଙ୍କୁ ସଂଗୀତ ପରିବେଷଣ ପାଇଁ ଆମନ୍ତ୍ରିତ କରାଯାଇଥିବା ହୋଟେଲ ଆସୋସିଏସନ ପକ୍ଷରୁ କୁହାଯାଇଛି।

NEW YEAR PREPARATION IN PURI (ETV Bharat Odisha)

ସେହିପରି ପର୍ଯ୍ୟଟକଙ୍କୁ ବିଭିନ୍ନ ରକମର ଖାଦ୍ୟର ମଜା ଦେବାପାଇଁ ପାରମ୍ପରିକ ଓଡ଼ିଆ ଖାଦ୍ୟ ସହିତ ଇଣ୍ଡିଆନ୍, ଚାଇନିଜ ଏବଂ ବିଭିନ୍ନ କଣ୍ଟିନେଣ୍ଟାଲ ଫୁଡର ବ୍ୟବସ୍ଥା କରାଯିବ ।‌ ପୁରୀ ଆସୁଥିବା ପର୍ଯ୍ୟଟକମାନେ ନୂଆବର୍ଷରେ ଯେଭଳି ଏକ ନୂଆ ଅନୁଭୂତି ନେଇ ଫେରିବେ ସେଥିପାଇଁ ବିଭିନ୍ନ ନାମିଦାମୀ ହୋଟେଲ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଉଥିବା ପୁରୀ ହୋଟେଲ ଆସୋସିଏସନ ଉପସଭାପତି ସୂଚନା ଦେଇଛନ୍ତି ।

ଆସିବେ ବଲିଉଡ ଓ ଓଲିଉଡ ଆର୍ଟିଷ୍ଟ

ପୁରୀ ହୋଟେଲ ଆସୋସିଏସନର ଉପସଭାପତି ରାଜ କିଶୋର ପାତ୍ର କହିଛନ୍ତି, "ଜିରୋ ନାଇଟ ସେଲିବ୍ରେସନ ସାରା ବିଶ୍ବରେ ହୁଏ । ସମସ୍ତଙ୍କ ମଧ୍ୟରେ ଏହାକୁ ନେଇ ଉତ୍ସୁକତା ଥାଏ । ଯାହା ଆମ ପାଖରେ ଖବର ରହିଛି ପୁରୀରେ ଥିବା 25ରୁ 30ଟି ବଡ଼ ହୋଟେଲରେ ଜିରୋ ନାଇଟ ସେଲିବ୍ରେସନ ହେବ । ଏହି କାର୍ଯ୍ୟକ୍ରମରେ କିଛି ବଲିଉଡ ଓ ଓଲିଉଡର ଆର୍ଟିଷ୍ଟ ଆସି ଲୋକଙ୍କ ମନୋରଞ୍ଜନ କରିବେ। ପୁରୀକୁ ଆସିଥିବା ପର୍ଯ୍ୟଟକ କିଭଳି ସୁଖଦ ଅନୁଭୂତି ନେଇ ଫେରିବେ ସେଥିପାଇଁ ପ୍ରଚେଷ୍ଟା କରୁଛୁ । ଆମେ ବିଭିନ୍ନ ରକମର ଖାଦ୍ୟ ବ୍ୟବସ୍ଥା କରିବୁ । ପାରମ୍ପରିକ ଖାଦ୍ୟ ସହ ଚାଇନିଜ, ଇଣ୍ଡିଆନ, ମୋଗଲାଇ, ବେଙ୍ଗଲି ସବୁ ପ୍ରକାରର ଖାଦ୍ୟ ଜିରୋ ନାଇଟରେ ପର୍ଯ୍ୟଟକଙ୍କ ପାଇଁ ପରସା ଯିବ । ଜିରୋ ନାଇଟ ସେଲିବ୍ରେସନ ପାଇଁ ପୁରୀରେ ସବୁ ହୋଟେଲରେ ଶତ ପ୍ରତିଶତ ବୁକିଂ ସରିଛି ।"

NEW YEAR PREPARATION IN PURI (ETV Bharat Odisha)

ଶାନ୍ତିଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ


ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି , "ନୂଆବର୍ଷ ପାଇଁ ପୁରୀରେ ଲକ୍ଷାଧିକ ଭକ୍ତ ଓ ପର୍ଯ୍ୟଟକଙ୍କ ଭିଡ ରହିବ। ଏଣୁ ଶାନ୍ତିଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯିବ । ହୋଟେଲ ଓ ସମୁଦ୍ର କୂଳରେ ଆମର ସ୍ବତନ୍ତ୍ର ନଜର ରହିବ । 31 ଡିସେମ୍ବର ଓ ନୂଆବର୍ଷ ଜାନୁଆରୀ 1 ତାରିଖରେ କେବଳ ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ଭକ୍ତଙ୍କ ପ୍ରବେଶ ବ୍ୟବସ୍ଥା ରହିବ । ଅନ୍ୟ ତିନି ଦ୍ଵାରରେ ଭକ୍ତମାନେ ଦର୍ଶନ ସାରିବା ପରେ ପ୍ରତ୍ୟାବର୍ତ୍ତନ କରିବେ । ଭକ୍ତଙ୍କ ସୁବିଧା ପାଇଁ ଆମେ ସବୁ ଆନୁଷଙ୍ଗିକ ବ୍ୟବସ୍ଥା ସହ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଉଛି । ତେବେ 25 ଡିସେମ୍ବର ବଡ ଦିନରେ ପୁରୀରେ ପ୍ରବଳ ପର୍ଯ୍ୟଟକଙ୍କ ଭିଡ଼ ହେବ । ତେବେ ଶ୍ରୀମନ୍ଦିରରେ 25 ଡିସେମ୍ବର ଦିନ ଚାରି ଦ୍ଵାର ଦେଇ ଭକ୍ତଙ୍କ ପ୍ରବେଶ ଅନୁମତି ରହିବ ।

NEW YEAR PREPARATION IN PURI (ETV Bharat Odisha)

ଉତ୍ସାହିତ ହୋଟେଲ ମାଲିକ


ନୂଆବର୍ଷ ପାଳନ ପାଇଁ ସବୁଆଡେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପୁରୀକୁ ଅଧିକ ପର୍ଯ୍ୟଟକଙ୍କ ଆଗମନ ହେବ । ତେବେ ଆସନ୍ତା ଜାନୁଆରୀ 15 ତାରିଖ ଯାଏଁ ପୁରୀରେ ଥିବା ହୋଟେଲଗୁଡିକ 90 ପ୍ରତିଶତ ବୁକିଂ ସରିଛି । ଏଣୁ ହୋଟେଲଲିୟରମାନେ ଭଲ ବ୍ୟବସାୟକୁ ନେଇ ବେଶ ଉତ୍ସାହିତ ଅଛନ୍ତି । ପୁରୀ ସହରର ଛୋଟ ବଡ ହୋଟେଲ, ହଲି ଡେ ହୋମ, ଗେଷ୍ଟ ହାଉସ, ଲଜକୁ ମିଶାଇ ୭୦୦ରୁ ଅଧିକ ହେବ । ତେବେ ପୁରୀରେ 40ରୁ 50ଟି ବଡ ହୋଟେଲ ଥିବାବେଳେ ରୁମ ଦର 4 ହଜାରରୁ 7 ହଜାର ପର୍ଯ୍ୟନ୍ତ ରହିଛି ।

ଏହାମଧ୍ୟ ପଢନ୍ତୁ

ନୂଆବର୍ଷରୁ ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥା, ଖୁବଶୀଘ୍ର ହେବ ଟ୍ରାଏଲ ରନ୍

ନୂଆବର୍ଷ ଉପରେ ଅବକାରୀ ବିଭାଗର ନଜର, ବିଶୃଙ୍ଖଳା ଆଚରଣ କଲେ କାର୍ଯ୍ୟାନୁଷ୍ଠାନ

Puri: ନୂଆବର୍ଷରେ ପର୍ଯ୍ୟଟକଙ୍କ ଅଲ୍ ଟାଇମ୍ ଡେଷ୍ଟିନେସନ, ୯୦% ହୋଟେଲ ବୁକିଂ

ନୂଆବର୍ଷ ପାଇଁ ପ୍ରସ୍ତୁତ ହେଉଛି ନନ୍ଦନକାନନ, ଆସିଲେ 26 ନୂଆ ଅତିଥି

ପୁରୀ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟର ସୂଚନା ଅନୁଯାୟୀ, ନୂଆବର୍ଷ ସେଲିବ୍ରେସନ ପାଇଁ ବହୁତ ପର୍ଯ୍ୟଟକଙ୍କ ଆଗମନ ହେବ । ମିଳିଥିବା ସୂଚନା ଅନୁଯାୟୀ, କୋଭିଡ ପରେ ଗତ 2022 ମସିହାରେ ପୁରୀକୁ ମୋଟ 1 କୋଟି 47 ଲକ୍ଷ 47 ହଜାର 370 ଜଣ ପର୍ଯ୍ୟଟକ ପୁରୀ ବୁଲିବାକୁ ଆସିଥିଲେ । ସେଥିମଧ୍ୟରୁ 5 ହଜାର 140 ବିଦେଶୀ ପର୍ଯ୍ୟଟକ ଥିଲେ । ସେହିପରି ଗତ 2023 ମସିହାରେ 2କୋଟି 6ଲକ୍ଷ 58 ହଜାର 179 ଜଣ ପର୍ଯ୍ୟଟକ ପୁରୀ ବୁଲିବାକୁ ଆସିଥିଲେ । ସେଥିମଧ୍ୟରୁ 9 ହଜାର 2 ଶହ 54ଜଣ ବିଦେଶୀ ପର୍ଯ୍ୟଟକ ଥିଲେ । ତେବେ ଗତ 2022 ତୁଳନାରେ 2023 ମସିହାରେ ପୁରୀକୁ ଯଥେଷ୍ଟ ଅଧିକ ପର୍ଯ୍ୟଟକଙ୍କ ଆଗମନ ହୋଇଥିବାବେଳେ ଚଳିତ ବର୍ଷ 2024ରେ ବିଗତ ବର୍ଷ ଅପେକ୍ଷା ଅଧିକ ପର୍ଯ୍ୟଟକ ପୁରୀ ଆସିବେ ବୋଲି ପୁରୀ ଜିଲା ପର୍ଯ୍ୟଟନ ଅଧିକାରୀ ଓ ହୋଟେଲିୟର ଆଶା ରଖିଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details