ଓଡିଶା

odisha

ETV Bharat / state

ଶ୍ରୀମନ୍ଦିରରେ ଜୈବିକ ଚାଉଳରେ ପ୍ରସ୍ତୁତ ହେବ ମହାପ୍ରସାଦ, ସବୁଠି ସ୍ବାଗତ - ORGANIC RICE FOR MAHAPRASAD

ଜୈବିକ ଚାଉଳରେ ଶ୍ରୀମନ୍ଦିରରେ ପ୍ରସ୍ତୁତ ହେବ ମହାପ୍ରସାଦ । ଏଥିପାଇଁ ଆରମ୍ଭ ହେବ ପାଇଲଟ ପ୍ରକଳ୍ପ । ନିଷ୍ପତ୍ତିକୁ ଭକ୍ତ-ସେବାୟତଙ୍କ ସ୍ବାଗତ ।

PURI SRIMANDIR
PURI SRIMANDIR (ETV Bharat Odisha)

By ETV Bharat Odisha Team

Published : Feb 13, 2025, 8:06 PM IST

ପୁରୀ:କୋଟି ଓଡ଼ିଆଙ୍କ ସେ ହୃଦସ୍ପନ୍ଦନ । ତାଙ୍କ ମନ୍ଦିର ବଡ଼, ତାଙ୍କ ନେତ ବଡ଼ । ଜଗତର ଠାକୁର ଜଗନ୍ନାଥ । ଭୋଜନ ପ୍ରିୟ କାଳିଆ ସାଆନ୍ତେ । ମହାପ୍ରଭୁଙ୍କ ଭୋଗରେ ଲାଗେ ଷାଠିଏ ପଉଟି । ମହାପ୍ରଭୁଙ୍କ ଦର୍ଶନ ପାଇବାକୁ କେଉଁ କୋଣ ଅନୁକୋଣରୁ ଧାଇଁ ଆସନ୍ତି ଭକ୍ତ । ମହାପ୍ରଭୁଙ୍କ ଦର୍ଶନ ଓ ମହାପ୍ରସାଦ ପାଇବେ ଜୀବନ କୃତାର୍ଥ ହୁଏ ବୋଲି ଭକ୍ତର ମନରେ ରହିଛି ଅଗାଢ ବିଶ୍ବାସ । ଭକ୍ତ ଆବେଗକୁ ନେଇ ଶ୍ରୀମନ୍ଦିରରେ ପ୍ରସ୍ତୁତ ହେଉଥିବା ମହାପ୍ରସାଦ ଆଗାମୀ ଦିନରେ ଜୈବିକ ଚାଉଳରେ ପ୍ରସ୍ତୁତ କରାଯିବାକୁ ଯୋଜନା ଚାଲିଛି ।

ଶ୍ରୀମନ୍ଦିରରେ ଜୈବିକ ଚାଉଳରେ ପ୍ରସ୍ତୁତ ହେବ ମହାପ୍ରସାଦ (ETV Bharat Odisha)

ଜୈବିକ ଚାଉଳ କଣ ?

ଜୈବିକ ଚାଉଳ ଅର୍ଥାତ୍‌ ଯେଉଁ ଚାଉଳ ପ୍ରସ୍ତୁତିରେ କୌଣସି ରାସାୟନିକ ସାର ବ୍ୟବହାର ହୁଏ ନାହିଁ । କେବଳ ଜୈବିକ ପଦ୍ଧତିରେ ଗୋ ମୁତ୍ର, ଗୋବରକୁ ଖତ ଭାବରେ ବ୍ୟବହାର କରାଯାଇ ଚାଉଳ ଉତ୍ପାଦନ କରାଯାଏ । ଏହାକୁ ଜୈବିକ ଚାଉଳ କୁହାଯାଏ ।

ପ୍ରଥମେ କୋଠ ଭୋଗରେ ବ୍ୟବହାର ହେବ ଜୈବିକ ଚାଉଳ:

ପ୍ରାରମ୍ଭିକ ଭାବେ ଶ୍ରୀମନ୍ଦିର କୋଠ ଭୋଗରେ ଜୈବିକ ଚାଉଳ ବ୍ୟବହାର କରାଯିବ । ରାଜ୍ୟରେ ଉତ୍ପାଦିତ ହେଉଥିବା କଳାଜିରା, ପିମ୍ପୁଡ଼ିବାସ, ଯୁବରାଜ ଆଦି ଜୈବିକ ଚାଉଳ ଅମୃତ ଅନ୍ନ ମହାପ୍ରସାଦରେ ବ୍ୟବହୃତ ହେବ । ପରବର୍ତ୍ତୀ ସମୟରେ ଏହି ଜୈବିକ ଚାଉଳରୁ ମହାପ୍ରଭୁଙ୍କର ସମସ୍ତ ପିଠା ସହ ଶୁଖୁଲି ଭୋଗ ମଧ୍ୟ ପ୍ରସ୍ତୁତ ହେବ । ଶ୍ରୀମନ୍ଦିରକୁ ଆସୁଥିବା ପନିପରିବା ମଧ୍ୟ ଜୈବିକ ପଦ୍ଧତିରେ ଉତ୍ପାଦନ କରାଯିବ ।

ଜୈବିକ ଚାଉଳରେ ଶ୍ରୀମନ୍ଦିରରେ ପ୍ରସ୍ତୁତ ହେବ ମହାପ୍ରସାଦ (ETV Bharat Odisha)


ଦୈନିକ ମହାପ୍ରସାଦ ପାଇଁ କେତେ ଚାଉଳ ହୁଏ ବ୍ୟବହାର ?

ଶ୍ରୀମନ୍ଦିର ଦୈନନ୍ଦିନ ୫୦ ରୁ ୫୫ କୁଇଣ୍ଟାଲ୍ ଚାଉଳ ବ୍ୟବହାର ହେଉଥିବା ବେଳେ ସ୍ବତନ୍ତ୍ର ଦିନ ମାନଙ୍କରେ ଶହେରୁ ଦୁଇଶହ କୁଇଣ୍ଟାଲ୍ ପର୍ଯ୍ୟନ୍ତ ଚାଉଳ ମଧ୍ୟ ବ୍ୟବହୃତ ହୁଏ । ଏଥି ସହ କୋଠ ଭୋଗ ପାଇଁ ଶହେ କିଲୋ ଚାଉଳ ଦୈନିକ ବ୍ୟବହାର ହେଉଛି । ଅନ୍ନ ମହାପ୍ରସାଦ ପାଇଁ ଉଚ୍ଚମାନର ଚାଉଳ ଆବଶ୍ୟକ ହେଉଥିବା ବେଳେ ପିଠା ଭୋଗ ପାଇଁ ମସୁରୀ ଚାଉଳ ବ୍ୟବହୃତ ହେଉଛି ।

କେତେ ଏକରରେ ଚାଷ କରିବାକୁ ପ୍ରସ୍ତାବ ?

ଶ୍ରୀମନ୍ଦିରର ଆବଶ୍ୟକତାକୁ ପୂରଣ କରିବାକୁ ହେଲେ ଅନ୍ତତଃ ଚାରିଶହରୁ ପାଞ୍ଚଶହ ଏକର ଜମିରେ ଜୈବିକ ଧାନ ଚାଷ କରାଯିବା ଆବଶ୍ୟକ । ଏତିକି ହେଲେ ଶ୍ରୀମନ୍ଦିରର ଆବଶ୍ୟକତା ମେଣ୍ଟାଇବ ବୋଲି ସୁଆର ମହାସୁଆର ନିଯୋଗ ପକ୍ଷରୁ କୃଷି ବିଭାଗକୁ କୁହାଯାଇଛି ।

ଶ୍ରୀମନ୍ଦିର (ETV Bharat Odisha)

ଅମୃତ ଅନ୍ନ ନାମରେ କାର୍ଯ୍ୟକାରୀ ହେବ ପ୍ରକଳ୍ପ:

କୃଷି ବିଭାଗ ପକ୍ଷରୁ ଭୁବନେଶ୍ୱରରେ ଏକ ପ୍ରସ୍ତୁତି ବୈଠକ ବସିଥିଲା । ଏଥିରେ ଜୈବିକ ଚାଉଳରେ ମହାପ୍ରସାଦ ପ୍ରସ୍ତୁତି ପାଇଁ ଅମୃତ ଅନ୍ନ ନାମରେ ଏକ ସ୍ବତନ୍ତ୍ର ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ କୃଷି ବିଭାଗର ନିର୍ଦ୍ଦେଶକ, ଶ୍ରୀମନ୍ଦିର ଅଧିକାରୀ, ସୁଆର ମହାସୁଆର ନିଯୋଗର କର୍ମକର୍ତ୍ତା, ଜୈବିକ ଚାଉଳ ଉତ୍ପାଦନ କରୁଥିବା ବିଭିନ୍ନ ଅନୁଷ୍ଠାନର ପ୍ରତିନିଧି, ଗବେଷକ ମାନେ ଉପସ୍ଥିତ ଥିଲେ ।

ଚିହ୍ନଟ ହୋଇଛି କି ଜମି ?

ଜୈବିକ ପଦ୍ଧତିରେ ଧାନ ଚାଷ ପାଇଁ ବର୍ତ୍ତମାନ ସୁଦ୍ଧା ଜମି ଚିହ୍ନଟ ହୋଇନାହିଁ । କେଉଁ ସ୍ଥାନରେ ଏହି ଜୈବିକ ଚାଷ କରାଯିବ ସେ ନେଇ ନିଷ୍ପତ୍ତି ହୋଇନାହିଁ । ଦୁଇ ଶହ ଏକ ଜମିରେ ପ୍ରଥମେ ଜୈବିକ ଧାନ ଚାଷ କରାଯିବା ନେଇ ନିଷ୍ପତ୍ତି ହୋଇଛି ।

ବର୍ତ୍ତମାନ କେଉଁ ଚାଉଳରେ ପ୍ରସ୍ତୁତ ହେଉଛି ମହାପ୍ରସାଦ ?

ମହାପ୍ରଭୁଙ୍କ ମହାପ୍ରସାଦରେ ଉନ୍ନତମାନର ଚାଉଳ ବ୍ୟବହାର କରାଯାଉଛି । ଉଦାହରଣ ଭାବେ କଳାଜିରା, କାଶ୍ମୀର କେଶରକୁ ନିଆଯାଇପାରେ ।

ଶ୍ରୀମନ୍ଦିର (ETV Bharat Odisha)

ନିଷ୍ପତ୍ତିକୁ ସ୍ବାଗତ କଲେ ସେବାୟତ:

ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗର ସମ୍ପାଦକ ନାରାୟଣ ମହାସୁଆରକହିଛନ୍ତି, ‘ପୂର୍ବରୁ ଯେଉଁ ଭଳି ବିନା ରାସାୟନିକ ସାରରେ ପାରମ୍ପରିକ ପଦ୍ଧତିରେ ଧାନ ଚାଷ ହେଉଥିବା ସେହି ପଦ୍ଧତିରେ ଧାନ ଚାଷ କରାଯାଇ ଜୈବିକ ଚାଉଳ ଉତ୍ପାଦନ କରାଯିବ । ଗୋମୂତ୍ର, ଗୋବରକୁ ସାର୍ ଭାବେ ବ୍ୟବହାର କରାଯାଇ ଧାନ ଚାଷ କରାଯିବ । ଏଥିରୁ ଚାଉଳ ପ୍ରସ୍ତୁତ କରାଯାଇ ମହାପ୍ରସାଦ କରାଯିବ । ଏହା ଏକ ସ୍ବାଗତ ଯୋଗ୍ୟ କଥା । ଏହା ଦ୍ଵାରା ଗୋ ବଂଶ ବି ବୃଦ୍ଧି ପାଇବ । ତେବେ କେଉଁ ସ୍ଥାନରେ ଏହି ଜୈବିକ ଚାଷ କରାଯିବ ସେନେଇ ନିଷ୍ପତ୍ତି ହୋଇନାହିଁ । ତେବେ ଦୁଇ ଶହ ଏକ ଜମିରେ ପ୍ରଥମେ ଜୈବିକ ଧାନ ଚାଷ କରାଯିବା ନେଇ ନିଷ୍ପତ୍ତି ହୋଇଛି ।’

ସବସିଡିରେ ଯୋଗାଇ ଦେବାକୁ ରଖାଯାଇଛି ଦାବି:

ସେ ଆହୁରି କହିଛନ୍ତି, ‘ପ୍ରଥମେ ଆମେ ଜୈବିକ ଚାଉଳରୁ ପ୍ରସ୍ତୁତ ମହାପ୍ରସାଦ କୋଠ ଭୋଗ ପାଇଁ ପ୍ରସ୍ତୁତ କରିବୁ । ତେବେ ଭକ୍ତଙ୍କ ଚାହିଦା ରହିଲେ ଭକ୍ତଙ୍କୁ ମଧ୍ୟ ଜୈବିକ ଚାଉଳରେ ମହାପ୍ରସାଦ ଯୋଗାଇ ଦେବୁ । ପ୍ରଶାସନ ଆମକୁ ଚାଉଳ ଯୋଗାଇ ଦେବ । ତେବେ ଚାଉଳକୁ ଆମକୁ ପ୍ରଶାସନ ସବସିଡରେ ଯୋଗାଇ ଦେବାକୁ କହିଛୁ । ଯଦି ସବସିଡ ନମିଳେ ଆମେ ଭକ୍ତଙ୍କୁ ଜୈବିକ ଚାଉଳରୁ ମହାପ୍ରସାଦ ପ୍ରସ୍ତୁତି ହୋଇଥିବା ଜଣାଇବୁ । ଏଥି ପାଇଁ ଅଲଗା ଦର ରଖିବୁ । ଶ୍ରୀମନ୍ଦିର ପ୍ରଶାସନ ଏନେଇ ଭକ୍ତଙ୍କୁ ସୂଚନା ଦେବ ।’

ରଥଯାତ୍ରା ସମୟରେ ବ୍ୟବହାର ହୋଇପାରେ ଜୈବିକ ଚାଉଳ:

‘ତେବେ କେବେ ଠାରୁ ଜୈବିକ ଚାଉଳରୁ ମହାପ୍ରସାଦ ପ୍ରସ୍ତୁତି ହେବ ସେ ନେଇ ନିଷ୍ପତ୍ତି ହୋଇନାହିଁ । ତେବେ ଆସନ୍ତା ରଥଯାତ୍ରାରେ ମହାପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିବେ । ସେହି ସମୟରେ ମହାପ୍ରଭୁଙ୍କ ପାଇଁ ଆମେ ଜୈବିକ ଚାଉଳରୁ ମହାପ୍ରସାଦ’ କରିବୁ ବୋଲି କହିଛନ୍ତି ନାରାୟଣ ମହାସୁଆର


ଦର ନିୟନ୍ତ୍ରଣରେ ରହିବେ ସମସ୍ତଙ୍କୁ ସୁହାଇବ: ଶ୍ରଦ୍ଧାଳୁ

ଶ୍ରୀମନ୍ଦିରକୁ ଆସିଥିବା ଜଣେଶ୍ରଦ୍ଧାଳୁ ପ୍ରଦୀପ କୁମାର ଜେନା କହିଛନ୍ତି, ‘ଜୈବିକ ଚାଉଳ ଶରୀର ପାଇଁ ବହୁତ ଭଲ । ତେବେ ଏହାର ଦର ସରକାର ନିୟନ୍ତ୍ରଣରେ ରଖିବା ଉଚିତ୍ । ଯଦି ଜୈବିକ ଚାଉଳ ଦର ଅଧିକ ରହିବ ମହାପ୍ରସାଦ ଦର ମଧ୍ୟ ଅଧିକ ରହିବ । ଏହା ଦ୍ଵାରା ଭକ୍ତ ମାନେ ଅସୁବିଧାରେ ପଡ଼ିବେ । ଜୈବିକ ଚାଉଳ ଦାମ ଅଧିକ ରହିଲେ ମହାପ୍ରସାଦ ଦାମ ଅଧିକ ରହିବ । ଏହା ଫଳରେ ସବୁ ଭକ୍ତଙ୍କ ପାଇଁ ଦର ସୁହାଇବ ନାହିଁ । ଏଣୁ ଜୈବିକ ଚାଉଳ ଦର ସରକାରଙ୍କ ନିୟନ୍ତ୍ରଣରେ ରହିବା ଉଚିତ୍ । ତେବେ ଭକ୍ତଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖାଯାଇ ଶ୍ରୀମନ୍ଦିରକୁ ଜୈବିକ ଚାଉଳକୁ ଯୋଗାଣରେ ସରକାର ସବସିଡ ଦେବା ଉଚିତ୍ । ତେବେ ଜୈବିକ ଚାଉଳ ଶରୀର ପାଇଁ ଠିକ୍ ଥିବାରୁ ଏଥିରୁ ମହାପ୍ରସାଦ ପ୍ରସ୍ତୁତି ନେଇ ସରକାରଙ୍କ ପଦକ୍ଷେପକୁ ଆମେ ସ୍ବାଗତ କରୁଛୁ ।’

ଏହା ମଧ୍ୟ ପଢନ୍ତୁ:

ଶ୍ରୀମନ୍ଦିର ପ୍ରଶାସନର ସ୍ବତନ୍ତ୍ର ବୈଠକ, ସୁଧୁରିବ ପଞ୍ଜିକା ତ୍ରୁଟି

ଆବର୍ଜନା ଘେରରେ ଶ୍ବେତଗଙ୍ଗା: ଅସନ୍ତୋଷ ଭକ୍ତ, ପରିଷ୍କାର କେବେ ?

ଘୋଷଯାତ୍ରା ପାଇଁ ଅନୁକୂଳ ହେଲା ରଥ କାଠ

ପୁରୀରେ ବିପର୍ଯ୍ୟସ୍ତ ଡ୍ରେନେଜ୍ ଓ ରାସ୍ତାଘାଟ, ପୌରପାଳିକାର ଅବହେଳା ଅଭିଯୋଗ

୨ ମାସରେ ଗଲାଣି ୯ କୃଷ୍ଣସାର ମୃଗଙ୍କ ଜୀବନ, ଆଶା-ଆଶଙ୍କାରେ ବଂଶବୃଦ୍ଧି ଯୋଜନା ?

ପାଇଲଟ ପ୍ରକଳ୍ପ ଭାବେ କାର୍ଯ୍ୟ ଆରମ୍ଭ କରିବେ ଚାଷୀ:


ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁକହିଛନ୍ତି, ‘ଶ୍ରୀମନ୍ଦିରରେ ଜୈବିକ ଚାଉଳ ବ୍ୟବହାର ନେଇ ଏକ ଆଲୋଚନା ଚକ୍ର ହୋଇଯାଇଛି । କୃଷି ବିଭାଗରର ସବୁ ବରିଷ୍ଠ ଅଧିକାରୀ, ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ, ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗର ପ୍ରତିନିଧି, ବିଭିନ୍ନ ଗବେଷଣା ଅନୁଷ୍ଠାନର ସଦସ୍ୟ, ଜୈବିକ ଚାଷ କରୁଥିବା ବିଭିନ୍ନ ଏନଜିଓ, ଏସଏଚଜି ଏହି ବୈଠକରେ ସାମିଲ ହୋଇଥିଲେ । ସୁଆର ମହାସୁଆର ନିଯୋଗ ପକ୍ଷରୁ ବିଭିନ୍ନ ପ୍ରସଙ୍ଗ ଉତ୍ଥାପନ କରାଯାଇଥିବା ବେଳେ ସେ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ତେବେ ପ୍ରାଥମିକ ଭାବେ କୋଠ ଭୋଗରେ ଜୈବିକ ଚାଉଳ ବ୍ୟବହାର ନେଇ ଆଲୋଚନା ହୋଇଛି । ଶ୍ରୀ ମନ୍ଦିର ପାଇଁ କେତେ ଚାଉଳ ଆବଶ୍ୟକ ରହିଛି ସେହି ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା । ଖୁବଶୀଘ୍ର ପାଇଲଟ ପ୍ରକଳ୍ପ ଭାବେ ଚାଷୀ ମାନେ ଚାଷ କରିବା ଆରମ୍ଭ କରିବେ । ଆଗାମୀ ଦିନରେ ଆହୁରି ଏହି ପ୍ରସଙ୍ଗ ବ୍ୟାପକ ଭାବରେ ଆଲୋଚନା ହେବ । ଏହାର ରୂପରେଖ ଚୁଡାନ୍ତ କରାଯାଇ ଏହାକୁ କାର୍ଯ୍ୟକାରୀ କରାଯିବ ।

ଜୈବିକ ଚାଉଳରେ ଶ୍ରୀମନ୍ଦିରରେ ପ୍ରସ୍ତୁତ ହେବ ମହାପ୍ରସାଦ (ETV Bharat Odisha)

ଜୈବିକ ଚାଉଳ ବ୍ୟବହାର ନେଇ ଭୁବନେଶ୍ବରରେ ବସିଥିଲା ବୈଠକ:

ମହାପ୍ରସାଦରେ ଜୈବିକ ଚାଉଳ ବ୍ୟବହାର ନେଇ କୃଷି ବିଭାଗ ପକ୍ଷରୁ ଭୁବନେଶ୍ୱରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ କୃଷି ବିଭାଗର ନିର୍ଦ୍ଦେଶକ, ଶ୍ରୀମନ୍ଦିର ଅଧିକାରୀ, ସୁଆର ମହାସୁଆର ନିଯୋଗର କର୍ମକର୍ତ୍ତା, ଜୈବିକ ଚାଉଳ ଉତ୍ପାଦନ କରୁଥିବା ବିଭିନ୍ନ ଅନୁଷ୍ଠାନର ପ୍ରତିନିଧି, ଗବେଷକ ମାନେ ଉପସ୍ଥିତ ଥିଲେ । ଏଥିରେ ଜୈବିକ ଚାଉଳରୁ ପ୍ରସ୍ତୁତ ମହାପ୍ରସାଦକୁ ଅମୃତ ଅନ୍ନ ନାମରେ ଏକ ସ୍ବତନ୍ତ୍ର ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details