ପୁରୀ:ଗତ କାଲିର ଶ୍ରୀଜିଉ ମାନଙ୍କର ପହଣ୍ଡିରେ ବିଭ୍ରାଟ ମନରୁ ଲିଭିନଥିବା ବେଳେ ସୃଷ୍ଟି ହୋଇଛି ଆଉ ଏକ ବିବାଦ । ପୁଣି ଶ୍ରୀମନ୍ଦିର ଭିତର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଇନଷ୍ଟାଗ୍ରାମରେ ନିଖିଲ ଗିରି ନାମକ ଜଣେ ଯୁବକ ଶ୍ରୀମନ୍ଦିର ଭିତରେ ଫଟୋ ଉଠାଇ ନିଜ ସୋସିଆଲ ମିଡ଼ିଆ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ଅପଲୋଡ଼ କରିଛନ୍ତି । ତେବେ ଏହି ଫଟୋ କେଉଁ ଦିନ ଉଠା ଯାଇଛି ତାହା ଜଣାପଡ଼ିନାହିଁ । ଶ୍ରୀମନ୍ଦିର ଆନନ୍ଦ ବଜାରର ପ୍ରବେଶ ପଥରେ ଏହି ଫୋଟୋ ଉଠା ଯାଇଛି ବୋଲି ଦୃଶ୍ୟମାନ ହୋଇଛି । ଏଥି ସହ ଶ୍ରୀମନ୍ଦିରର ସମ୍ପୂର୍ଣ୍ଣ ଦୃଶ୍ୟ ନଜରକୁ ଆସିଛି ।
ଏହି ଫଟୋ ଭାଇରଲ୍ ପରେ ଜଗନ୍ନାଥ୍ ପ୍ରେମୀ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଛି । ଶ୍ରୀମନ୍ଦିରକୁ ମୋବାଇଲ ନେବା ନିଷିଦ୍ଧ ଥିବା ବେଳେ ଉକ୍ତ ଯୁବକ କିଭଳି ଶ୍ରୀମନ୍ଦିର ଭିତରକୁ ମୋବାଇଲ ନେଲେ ତାକୁ ନେଇ ପ୍ରଶ୍ନ ଉଠିଛି । ଉକ୍ତ ଯୁବକ ମୋବାଇଲ ନେଇଛି ନା କେଉଁ ସେବାୟତଙ୍କ ମୋବାଇଲରେ ଫଟୋ ଉଠାଯାଇଛି ତାହାର ତଦନ୍ତ ପୋଲିସ୍ କରି ନିୟମ ଉଲଘଂନ କରିଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି ।
ଏହା ମଧ୍ୟ ପଢନ୍ତୁ...ସୋସିଆଲ ମିଡିଆରେ ଘୁରି ବୁଲୁଛି ଶ୍ରୀମନ୍ଦିର ଭିତର ବେଢା ଫଟୋ, ଢିଲା ସୁରକ୍ଷା ବ୍ୟବସ୍ଥା ନେଇ ଉଠିଲା ପ୍ରଶ୍ନ