ପୁରୀ: ଆସନ୍ତା ୧୭ ତାରିଖରେ ପବିତ୍ର ଶ୍ରୀରାମ ନବମୀଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ପ୍ରସିଦ୍ଧ ସାହିଯାତ ପର୍ବ । ଏଣୁ ଏହାକୁ ନେଇ ପୁରାତନ ଆଠ ସାହି ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ବିଭିନ୍ନ ସାହିରେ ଥିବା ଜାଗା ଆଖଡ଼ା ପରିସରରେ ସାହି ଯାତ ପାଇଁ ସମସ୍ତ ପାରମ୍ପରିକ ନୃତ୍ୟ ଏବଂ ବାଦ୍ୟର ରିହରସାଲ୍ ଜୋରସୋରରେ ଚାଲିଛି । ପୁରୀର ପ୍ରସିଦ୍ଧ ସାହିଯାତରେ ପ୍ରଭୁ ଶ୍ରୀରାମଙ୍କ କଥାବସ୍ତୁ ଅତି ଚମତ୍କାର ଭାବେ ପରିବେଷିତ ହୋଇଥାଏ । ତେବେ ସାହି ଯାତକୁ ସଫଳ କରିବା ପାଇଁ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଏହାକୁ ଦେଖିବା ପାଇଁ ଅତି ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଭକ୍ତ ଓ ଶ୍ରୀକ୍ଷେତ୍ର ବାସୀ ।
ପାରମ୍ପରିକ ନୃତ୍ୟ ବାଦ୍ୟରେ କମ୍ପୁଛି ଜାଗା ପରିସର । ସାହି ଯାତ ପାଇଁ ଜାଗା ଆଖଡ଼ା ଗୁଡ଼ିକରେ ସକାଳେ ଏବଂ ଅପରାହ୍ନରେ ଚାଲୁଛି ଜୋରଦାର ଅଭ୍ୟାସ । କଳାକାର ମାନେ ଖଣ୍ଡା ଓ ଲାଠି ଚାଳନା ଶିଖୁଥିବା ବେଳେ ରାବଣ, ସପ୍ତସିରା, ପର୍ଶୁରାମ, ନାଗା ଓ ମେଢ଼ ଆଦି ନୃତ୍ୟାଭାସ ମଧ୍ୟ ଜୋରସୋରରେ ଚାଲିଛି । ଆସନ୍ତା ୧୭ ତାରିଖରେ ପବିତ୍ର ଶ୍ରୀରାମ ନବମୀ ଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ପ୍ରସିଦ୍ଧ ସାହି ଯାତ । ପ୍ରଭୁ ଶ୍ରୀରାମଙ୍କ ଲୀଳା ଏବଂ କଥାବସ୍ତୁ କଳାକାରମାନେ ବିଭିନ୍ନ ଜାଗା ଆଖଡ଼ା, ସାହି ଓ ବଡ଼ଦାଣ୍ଡରେ ପରିବେଷଣ କରିବେ । ଏଣୁ ସାହିଯାତ ୨୦୨୪ ପାଇଁ ଶ୍ରୀକ୍ଷେତ୍ର ଏବେ ଚଳଚଞ୍ଚଳ ।
ଏହା ମଧ୍ୟ ପଢନ୍ତୁ ...ଆଜିଠୁ ମା' ତାରିଣୀଙ୍କ ବିଶ୍ୱ ପ୍ରସିଦ୍ଧ ଚଇତି ପର୍ବ, ସୁନାବେଶରେ ଦର୍ଶନ ଦେଲେ ମା’ - Chaiti Parba At Tarini Temple