ଓଡିଶା

odisha

ETV Bharat / state

ଜଗନ୍ନାଥ ସେନାକୁ ଘାରିଲା ରତ୍ନ ଲୁଟ ହେବା ଭୟ, ମୁଖ୍ୟମନ୍ତ୍ରୀ ମୋହନଙ୍କୁ ଭେଟି କଲା ଏମିତି ଦାବି - RATNA BHANDAR ORNAMENTS COUNTING - RATNA BHANDAR ORNAMENTS COUNTING

Ornaments Counting: ରତ୍ନ ଅଳଙ୍କାର ଗଣତିରେ ବିଳମ୍ବ କରାଯାଉଥିବାରୁ ଜଗନ୍ନାଥ ସେନା ପକ୍ଷରୁ ବିରୋଧ କରାଯାଇଛି । ତୁରନ୍ତ ଗଣତି ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛି ଜଗନ୍ନାଥ ସେନା । ପଢନ୍ତୁ ପୂରା ଖବର ।

Ornaments Counting
Ornaments Counting (ETV Bharat Odisha)

By ETV Bharat Odisha Team

Published : Jul 21, 2024, 6:40 PM IST

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାରର ତୁରନ୍ତ ଗଣତି ପାଇଁ ଜୋର ଧରିଲା ଦାବି । ରତ୍ନଭଣ୍ଡାର ଖୋଲାଯିବା ପରେ ଏହା ଭିତରେ ଥିବା ରତ୍ନ ଅଳଙ୍କାରକୁ ମଧ୍ୟ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମକୁ ସ୍ଥାନାନ୍ତର କରାଯାଇଛି । ତେବେ ରତ୍ନ ଅଳଙ୍କାର ଗଣତିରେ ବିଳମ୍ବ କରାଯାଉଥିବାରୁ ଜଗନ୍ନାଥ ସେନା ପକ୍ଷରୁ ବିରୋଧ କରାଯାଇଛି । ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, "ତୁରନ୍ତ ରାଜ୍ୟ ସରକାର ରତ୍ନ ଅଳଙ୍କାର ଗଣତି କରି ସାର୍ବଜନୀନ କରନ୍ତୁ । ଆଉ ବିଳମ୍ବ ନକରି ଭକ୍ତଙ୍କୁ ଅନ୍ଧାରରେ ରଖାନଯାଉ।" ଏପରି ଦାବି କରିବା ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ 4 ଦଫା ସମ୍ବଳିତ ଏକ ଦାବିପତ୍ର ଜଗନ୍ନାଥ ସେନା ପକ୍ଷରୁ ପ୍ରଦାନ କରାଯାଇଛି ।

Ornaments Counting (ETV Bharat Odisha)

"ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଗଣତି ଦାୟିତ୍ବ ରାଜ୍ୟ ସରକାରଙ୍କ ଦ୍ଵାରା ଗଠିତ କମିଟି କରିବ । ସେହିପରି ରତ୍ନ ଭଣ୍ଡାର ମରାମତି କେନ୍ଦ୍ର ସରକାରଙ୍କ ASI କରିବ । ଯେହେତୁ ରତ୍ନ ଅଳଙ୍କାର ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମରେ ଅଛି ଏହାର ଗଣତି କରାଯାଇପାରିବ । ଏନେଇ କୌଣସି ଅସୁବିଧା ନାହିଁ । ତେବେ ରତ୍ନ ଭଣ୍ଡାର ମରାମତି ପରେ ରତ୍ନ ଅଳଙ୍କାର ଗଣତି କରାଯିବା ନିଷ୍ପତ୍ତି ଠିକ ନୁହେଁ । ତେବେ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତିରେ ରାଜ୍ୟ ସରକାରଙ୍କ ଗଠିତ ଉଚ୍ଚସ୍ତରୀୟ କମିଟି କାହିଁକି ବିଳମ୍ବ କରୁଛି ?" ବୋଲି ପ୍ରଶ୍ନ କରିଛନ୍ତି ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ।

ଏହା ବି ପଢନ୍ତୁ...ଖୋଲିଲା ରତ୍ନଭଣ୍ଡାର: କେବେ ହେବ ଅଳଙ୍କାର ଗଣତି ମଣତି ? ଏମିତି କହିଲେ କମିଟି ଅଧ୍ୟକ୍ଷ - Ornaments Counting

ଜଗନ୍ନାଥ ସେନା ଅଭିଯୋଗ କରିଛି ଯେ, ରତ୍ନ ଭଣ୍ଡାରରୁ ରତ୍ନ ଅଳଙ୍କାର ଲୁଟ କରାଯାଇଛି । ଏଣୁ ରତ୍ନ ନଥିବାରୁ କମିଟି ଏହାର ଗଣତି କରିବାରେ ପଛଘୁଞ୍ଚା ଦେଉଛି । ଯଦି ସବୁ ଠିକ ଅଛି, ତେବ ତୁରନ୍ତ ରତ୍ନ ଅଳଙ୍କାର ଗଣତି କରାଯାଇ ସାର୍ବଜନୀନ କରାଯାଉ । ଏହା ଜାଣିବା ପାଇଁ କୋଟି କୋଟି ଜଗନ୍ନାଥ ପ୍ରେମୀ ଅପେକ୍ଷାରେ ଅଛନ୍ତି । ଅଯଥା ବିଳମ୍ୱ କରାନଯାଇ ତୁରନ୍ତ ଗଣତି ହେଉ । ତେବେ ପୂର୍ବରୁ ଜଗନ୍ନାଥ ସେନା ଅଭିଯୋଗ କରିଆସୁଥିଲା ଯେ, ରତ୍ନ ଭଣ୍ଡାରରୁ ରତ୍ନ ଅଳଙ୍କାର ଲୁଟ ହୋଇଛି । ରାଜ୍ୟ ସରକାରଙ୍କ କମିଟି ଏହାର ଗଣତି ପାଇଁ ବିଳମ୍ବ କରୁଥିବାରୁ ଏନେଇ ସନ୍ଦେହ ବଢିଛି । ତେବେ ତୁରନ୍ତ ରତ୍ନ ଅଳଙ୍କାର ଲୁଟ ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ସିବିଆଇକୁ ଦାୟିତ୍ଵ ଦିଅନ୍ତୁ ବୋଲି ଜଗନ୍ନାଥ ସେନା ଦାବି କରିଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details