ଓଡିଶା

odisha

ETV Bharat / state

ଶ୍ରୀମନ୍ଦିରରେ ବିଗିଡ଼ି ଯାଇଛି ଦର୍ଶନ ବ୍ୟବସ୍ଥା, ଜିଲ୍ଲା ପ୍ରଶାସନର ସମୀକ୍ଷା - HUGE CROWD IN PURI - HUGE CROWD IN PURI

Crowd Managament in Puri: ରଜ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ତିନିଦିନ ସରକାରୀ ଛୁଟି ଥିବାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବାକୁ ବଡ଼ଦାଣ୍ଡରେ ଭକ୍ତଙ୍କ ଅଣାୟତ ଭିଡ଼ ଦେଖିବାକୁ ମିଳିଥିଲା । ଏହାଦ୍ୱାରା ସାଧାରଣ ଭକ୍ତମାନେ ଠିକ୍ ଭାବରେ ଠାକୁରଙ୍କ ଦର୍ଶନ କରିପାରିନଥିବା ଅଭିଯୋଗ କରିଥିଲେ । ଅଧିକ ପଢ଼ନ୍ତୁ,

Crowd Managament in Puri
Crowd Managament in Puri (ETV Bharat Odisha)

By ETV Bharat Odisha Team

Published : Jun 16, 2024, 10:48 PM IST

ପୁରୀ: ଚିନ୍ତା ବଢ଼ାଉଛି ଶ୍ରୀମନ୍ଦିରରେ ଭିଡ଼ । ଶ୍ରୀମନ୍ଦିର ଚାରିଦ୍ବାର ଭକ୍ତଙ୍କ ପ୍ରବେଶ ପାଇଁ ଖୋଲିବା ପରେ ଶ୍ରୀମନ୍ଦିର ଭିତରେ ଗହଳିକୁ ନିୟନ୍ତ୍ରଣ କରିବା ପ୍ରଶାସନ ପକ୍ଷରେ କାଠିକର ପାଠ ହେଲାଣି । ଶୀଘ୍ର ଏନେଇ କିଛି ପଦକ୍ଷେପ ନିଆ ନଗଲେ ଆଗାମୀ ଦିନରେ ଶ୍ରୀମନ୍ଦିର ଭିତରେ ଅଘଟଣ ଘଟିବାର ଆଶଙ୍କା ରହିଛି । ତେବେ ପୁରୀ ଏସପି ପିନାକ ମିଶ୍ରଙ୍କ କହିବା କଥା, ରଜ ସହିତ ଶନିବାର ଓ ରବିବାର ଲଗାତାର ଛୁଟି ଦିନ ପଡିଯିବାରୁ ପୁରୀକୁ ଯାତ୍ରୀଙ୍କ ସୁଅ ଛୁଟିବାରେ ଲାଗିଥିଲା । ତେବେ ଶ୍ରୀମନ୍ଦିର ଚାରିଦ୍ଵାର ଖୋଲା ଯାଇଥବାରୁ ସବୁ ଭକ୍ତ ଶ୍ରୀମନ୍ଦିର ଭିତରେ ପ୍ରବେଶ କରି ଭିଡ଼ କରିବାରୁ ଭକ୍ତମାନେ ସଠିକ୍ ଭାବେ ମହାପ୍ରଭୁଙ୍କ ଦର୍ଶନ ପାଇ ନଥିବା ପୁରୀ ଏସପି କହିଛନ୍ତି ।

Crowd Managament in Puri (ETV Bharat Odisha)

ସେ ଆହୁରି ମଧ୍ୟ କହିଛନ୍ତି, "ଆଗାମୀ ଦିନରେ କିଭଳି ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରାଯାଇପାରିବ ସେନେଇ ପଦକ୍ଷେପ ନିଆଯିବ । ବିଶେଷ କରି ଛୁଟିଦିନ ଶନିବାର, ରବିବାର ସହିତ ବିଭନ୍ନ ପର୍ବ ପର୍ବାଣୀରେ କିଭଳି ଭକ୍ତଙ୍କୁ ଅନ୍ୟ ବିକଳ୍ପ ଯୋଜନା ମାଧ୍ୟମରେ ମହାପ୍ରଭୁଙ୍କୁ ଦର୍ଶନ କରାଯାଇପାରିବ ସେନେଇ ସ୍ୱତନ୍ତ୍ର ବ୍ୟବସ୍ଥା ହେବ ।" ଶ୍ରୀମନ୍ଦିର ପ୍ରଶାସନ ସହିତ ଆଲୋଚନା କରାଯାଇ ଏହି ପଦକ୍ଷେପ ନିଆଯିବ ବୋଲି ପିନାକ ମିଶ୍ର କହିଛନ୍ତି । ସେପଟେ ରଜ ପର୍ବରେ ଶ୍ରୀମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଓ ଏହାକୁ ନିୟନ୍ତ୍ରଣ କରିବାରେ ଅସୁବିଧାକୁ ସ୍ବୀକାର କରିଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ।

ଏହା ମଧ୍ୟ ପଢ଼ନ୍ତୁ.. ଶେଷ ରଜ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼, ଅବ୍ୟବସ୍ଥାକୁ ନେଇ ଭକ୍ତଙ୍କ ଅସନ୍ତୋଷ - Flock of Devotees At Srimandira

ପୁରୀ ଜିଲ୍ଲାପାଳ କହିଛନ୍ତି, "ରଜ ପର୍ବ ସହ ଶନିବାର ଓ ରବିବାର ଛୁଟିଦିନ ଥିବାରୁ ପୁରୀକୁ ଲକ୍ଷାଧିକ ଭକ୍ତ ଆସିଥିଲେ । ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ଵାରରେ ପାନୀୟ ଜଳ, ସେଡ୍‌ ଓ ବାରିକେଡ଼ ବ୍ୟବସ୍ଥା ହୋଇଥିଲା । ତେବେ ଲକ୍ଷାଧିକ ଭକ୍ତଙ୍କ ଆଗମନ ହେତୁ ଶ୍ରୀମନ୍ଦିର ଚାରିପାଖରେ ପ୍ରବଳ ଭିଡ଼ ହେବା ସହ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତ ବେଶ୍ କଷ୍ଟ ଭୋଗିଥିଲେ । ଶ୍ରୀମନ୍ଦିର ସାତ ପାହାଚ ଠାରୁ ଭିତର କାଠ ଓ ବାହାର କାଠ ଦର୍ଶନ ବେଳେ ଅସମ୍ଭାଳ ଭିଡ଼ ହେଉଥିବା ଦେଖିବାକୁ ମିଳିଛି । ଯାହା ଫଳରେ ଭକ୍ତ ଅଣନିଶ୍ୱାସୀ ହୋଇପଡ଼ିଛନ୍ତି ।" ତେବେ ଏହାକୁ କିଭଳି ଶୃଙ୍ଖଳିତ କରାଯାଇ ପାରିବ ବୋଲି ଆଲୋଚନା ହୋଇଛି । ସେନେଇ ସ୍ବତନ୍ତ୍ର ଭାବେ ଶ୍ରୀମନ୍ଦିର ପରିଚାଳନା କମିଟି ଓ ଛତିଶା ନିଯୋଗ ସହ ଆଲୋଚୋନା କରାଯାଇ ପଦକ୍ଷେପ ନିଆଯିବ ବୋଲି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details