ଓଡିଶା

odisha

ETV Bharat / state

ନ୍ୟାୟ ପାଇଁ ହାଇକୋର୍ଟର ଦ୍ବାରସ୍ଥ ହେଲେ ବଡଦାଣ୍ଡ ଉଠା ଦୋକାନୀ - PURI STREET VENDORS PROBLEM

ଦୀର୍ଘ ଦିନର ଆନ୍ଦୋଳନ ପରେ ଗଲେ ହାଇକୋର୍ଟ । ଆସନ୍ତାକାଲି ଜିଲ୍ଲାପାଳ ଅଫିସ ଘେରିବେ ।

puri bada danda street vendors problem
puri bada danda street vendors problem (ETV Bharat Odisha)

By ETV Bharat Odisha Team

Published : Jan 12, 2025, 1:45 PM IST

ପୁରୀ:ବଡଦାଣ୍ଡରେ ଧାରଣାରେ ବସିଥିବା ଉଠା ଦୋକାନୀମାନେ ନିଜର ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି । ତେବେ ପ୍ରଶାସନ ପକ୍ଷରୁ ସେମାନଙ୍କର ଥାଇଥାନ ନେଇ କୌଣସି ସହଯୋଗ ନମିଳିବାରୁ ବଡଦାଣ୍ଡ ମିଳିତ ଉଠା ଦୋକାନୀ ସଂଘ ଆଇନଗତ ଲଢେଇ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଯେହେତୁ ମାମଲା ହାଇକୋର୍ଟରେ ପହଞ୍ଚିଛି, ତେଣୁ ନ୍ୟାୟାଳୟକୁ ସମ୍ମାନ ଦେଇ ଉଠା ଦୋକାନୀମାନେ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି । ପୁରୀ ଜିଲ୍ଲାପାଳ ଉଠା ଦୋକାନୀଙ୍କୁ ଥଇଥାନ ଦିଗରେ ପ୍ରତାରଣା କରିଥିବା ଅଭିଯୋଗ ନେଇ ଆସନ୍ତା ସୋମବାର ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ମିଳିତ ଉଠା ଦୋକାନୀ ସଂଘ ସୂଚନା ଦେଇଛି ।

ଦୀର୍ଘ 77 ଦିନ ହେବ ବଡଦାଣ୍ଡରେ ଥଇଥାନ ଦାବିରେ ଧାରଣା ଦେଇଥିଲେ ଉଠା ଦୋକାନୀ । ତେବେ ଗତ ତିନି ଦିନ ହେବ ଆମରଣ ଅନଶନ ଆରମ୍ଭ କରିଥିଲେ । ଫଳରେ 20ରୁ ଅଧିକ ଉଠା ଦୋକାନୀ ଅସୁସ୍ଥ ହୋଇ ପୁରୀ ମେଡିକାଲରେ ଭର୍ତ୍ତି ହୋଇଥିବା ସଂଘ ଅଭିଯୋଗ କରିଛି । ତେବେ ଗରିବ ଉଠା ଦୋକାନୀଙ୍କୁ ପ୍ରଶାସନ ଉଚ୍ଛେଦ କରି ନିଘୋଡ଼ ନିଦରେ ଶୋଇବାକୁ ନେଇ ଉଠା ଦୋକାନୀ ପୁରୀ ଜିଲ୍ଲାପାଳଙ୍କୁ କଡା ସମାଲୋଚନା କରିଛନ୍ତି ସଂଘର କାର୍ଯ୍ୟକର୍ତ୍ତା ।

puri bada danda street vendors problem (ETV Bharat Odisha)
  • ପ୍ରଶାସନ ଯେଉଁଠି ଜାଗା ଦେଇଛି, ସେଠାରେ ବ୍ୟବସାୟ ସମ୍ଭବ ନୁହେଁ: ସଂଘ

ଜଣେ ଉଠା ଦୋକାନୀ ହରେକୃଷ୍ଣ ସାହୁ ନିଜ ପ୍ରତିକ୍ରିୟାରେ କହିଛନ୍ତି," ବଡଦାଣ୍ଡରୁ ଉଚ୍ଛେଦ ଉଠା ଦୋକାନୀଙ୍କ ଥାଇଥାନ ନେଇ ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ଆମେ 77 ଦିନ ହେବ ବଡ ଦାଣ୍ଡରେ ଧାରଣା ଦେଲୁ । ହେଲେ ଦୁଃଖର ବିଷୟ ପ୍ରଶାସନର ନିଦ ଭାଙ୍ଗିଲା ନାହିଁ । ଆମର ତିନୋଟି ଦାବି ରହିଛି । ବନ୍ଦ ରହିଥିବା ମାସିକ ସହାୟତା ରାଶି ପ୍ରଦାନ କରିବା, ଯେଉଁ ସ୍ଥାନରେ ବ୍ୟବସାୟ ହୋଇପାରିବ ସେହି ସ୍ଥାନରେ ଆମକୁ ଥାଇଥାନ କରାଯାଉ । ଯେଉଁ ସ୍ଥାନରେ ଆମକୁ ଥଇଥାନ ପାଇଁ କୁହାଯାଇଛି ଉକ୍ତ ସ୍ଥାନରେ ଭିତ୍ତିଭୂମି ଉନ୍ନତି ନହେଲା ଯାଏଁ, ଆମକୁ ବଡ ଦାଣ୍ଡରେ ବ୍ୟବସାୟ ନେଇ ସୁଯୋଗ ଦିଆଯାଉ । ଶ୍ରୀସେତୁ ତଳେ ଆମକୁ ଯେଉଁ ବ୍ୟବସାୟ ପାଇଁ କୁହାଯାଇଛି । ସେଠାରେ ବ୍ୟବସାୟ ସମ୍ଭବ ନୁହେଁ । ସେଠାକୁ ଲୋକଙ୍କ ଚଳପ୍ରଚଳ ନାହିଁ । ଆମେ ସେଠାକୁ ଗଲେ କିଭଳି ବ୍ୟବସାୟ କରିବୁ । ଆମର ଦାବି ହେଉଛି ଆମକୁ ସହାୟତା ରାଶି ଯେଉଁ ଦିଆଯାଇଥିଲା । ତାହା ଗତ ଅଗଷ୍ଟ ମାସରୁ ବକେୟା ସବୁ ଦିଆଯାଉ । ଯେଉଁ ସ୍ଥାନକୁ ଭକ୍ତ ଓ ସାଧାରଣ ଲୋକଙ୍କ ଯାତାୟାତ ଥିବ ସେହି ସ୍ଥାନକୁ ଅମକୁ ବ୍ୟବସାୟ ପାଇଁ ବ୍ୟବସ୍ଥା କରାଯାଉ । "

puri bada danda street vendors problem (ETV Bharat Odisha)
puri bada danda street vendors problem (ETV Bharat Odisha)

'ଉଠା ଦୋକାନୀଙ୍କ ଦୁଃଖ ପ୍ରଶାସନ ଶୁଣିଲା ନାହିଁ'


ଉଠା ଦୋକାନୀ ସଂଘର ନେତା ପ୍ରିୟର୍ଶୀ ପଟ୍ଟନାୟକ କହିଛନ୍ତି," ବଡ଼ ଦାଣ୍ଡ ଗତ 4 ଦିନ ହେବ ଉଠା ଦୋକାନୀମାନେ ଆମରଣ ଅନଶନରେ ବସିଲେ । ହେଲେ ଉଠା ଦୋକାନୀଙ୍କ ଦୁଃଖ ପ୍ରଶାସନ ଶୁଣିଲା ନାହିଁ । ପ୍ରଶାସନ ଠାରୁ କୌଣସି ସହଯୋଗ ମିଳିବା ସମ୍ଭାବନା ନ ଥିବାରୁ ଆମେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛୁ । କୋର୍ଟକୁ ମାମଲା ଯାଇଥିବାରୁ କୋର୍ଟଙ୍କ ଉପରେ ଆମର ବିଶ୍ବାସ ରହିଛି । ଏଣୁ କୋର୍ଟଙ୍କୁ ସମ୍ମାନ ଜଣାଇ ଆମେ ଆନ୍ଦୋଳନ ପ୍ରତ୍ୟାହାର କଲୁ । ହେଲେ କିନ୍ତୁ ପ୍ରଶାସନ ଓ ନେତାଙ୍କ ବିରୋଧରେ ରାଜ୍ ରାସ୍ତାରେ ଲଢେଇ ହେବ । ଆଗାମୀ ସୋମବାର ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ହେବ । ଦାବି ପୂରଣ ପାଇଁ ବ୍ୟାପକ ଆନ୍ଦୋଳନ ହେବ । "

puri bada danda street vendors problem (ETV Bharat Odisha)

'ବିରାଟ ଆନ୍ଦୋଳନକୁ ଓହ୍ଲାଇବୁ '

ସେ ଆହୁରି ମଧ୍ୟ କହିଛନ୍ତି," ଆମକୁ 2 ମାସ ଭିତରେ ଥଇଥାନ ପାଇଁ କହି 14 ମାସ ସମୟ ନେଲେ । ହେଲେ ଏ ପର୍ଯ୍ୟନ୍ତ କାହାରିକୁ ଥଇଥାନ କରାଗଲା ନାହିଁ । ଯେଉଁ ସ୍ଥାନରେ ଥଇଥାନ ପାଇଁ କୁହାଯାଇଥିଲା, ସେଠାରେ ଭିତ୍ତିଭୂମି ନାହିଁ । ତେବେ ଥଇଥାନ ହେବା ଯାଏ, ପ୍ରତିମାସ ଦିଆଯାଉଥିବା ଆର୍ଥିକ ସହାୟତା ରାଶିକୁ ବନ୍ଦ କରାଯାଇଥିବା ବେଳେ ବକେୟା ଟଙ୍କା ତୁରନ୍ତ ପ୍ରଦାନ କରୁ ପ୍ରଶାସନ । ନହେଲେ ଗରିବ ଉଠା ଦୋକାନୀମାନେ ବିରାଟ ଆନ୍ଦୋଳନକୁ ଓହ୍ଲାଇବେ । ଦାବି ପୂରଣ ପାଇଁ ଆମେ ପ୍ରଶାସନର ନିଦ ହଜେଇ ଦବୁ ।"

ଶ୍ରୀସେତୁ ତଳେ ଭେଣ୍ଡିଂ ଜୋନ ନିର୍ମାଣ:

ଶ୍ରୀମନ୍ଦିରକୁ ଭକ୍ତଙ୍କ ଆଗମନ ବଢ଼ି ଚାଲିଥିବା ବେଳେ ବଡ଼ ଦାଣ୍ଡରେ ଉଠା ଦୋକାନୀଙ୍କ ଦ୍ଵାରା ରାସ୍ତା ସଙ୍କୁଚିତ ହୋଇ ଯାଇଥିଲା । ବଡ ଦାଣ୍ଡରେ ଭିଡ ନିୟନ୍ତ୍ରଣ, ଯାତ୍ରୀ ଯାତାୟାତ ସୁଗମ ଏବଂ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଶ୍ରୀମନ୍ଦିରଠାରୁ ମେଡିକାଲ ଛକ ଯାଏ ଉଠା ଦୋକାନୀଙ୍କୁ ଉଚ୍ଛେଦ କରିଥିଲେ ତତ୍କାଳୀନ ବିଜେଡି ସରକାର । ଶ୍ରୀସେତୁ ତଳେ ଭେଣ୍ଡିଂ ଜୋନ ନିର୍ମାଣ କରାଯାଇ, ସେଠାରେ ଉଚ୍ଛେଦ ଉଠା ଦୋକାନୀଙ୍କୁ ଥାଇଥାନ ପାଇଁ କୁହାଯାଇଥିଲା । ଥାଇଥାନ୍ ନହେବା ଯାଏଁ ଉଠା ଦୋକାନୀଙ୍କୁ ମାସିକ 15 ହଜାର ଟଙ୍କା ସରକାରଙ୍କ ପକ୍ଷରୁ ଦିଆଯାଉଥିଲା । ଦୋକାନ ଖୋଲିବା ପାଇଁ 50 ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯିବାର ବ୍ୟବସ୍ଥା ହୋଇଥିଲା ।

puri bada danda street vendors problem (ETV Bharat Odisha)

12 ଶହ ଉଠା ଦୋକାନୀ ଉଚ୍ଛେଦ ହୋଇଥିଲେ:

ସରକାରଙ୍କ ପକ୍ଷରୁ 12ଶହ ଉଠା ଦୋକାନୀ ବଡଦାଣ୍ଡରୁ ଉଚ୍ଛେଦ ହୋଇଥିଲେ । ତେବେ ଇତି ମଧ୍ୟରେ ନୂଆ ସରକାର ଗଠନ ହୋଇଥିବା ବେଳେ ବଡ଼ ଦାଣ୍ଡ ରୁ ଉଚ୍ଛେଦଉଠା ଦୋକାନୀ ଙ୍କ ପାଇଁ ଶ୍ରୀସେତୁ ନିକଟରେ କୌଣସି ଭିତ୍ତିଭୂମି ବ୍ୟବସ୍ଥା ହୋଇନଥିବା ଉଠା ଦୋକାନୀ ଅଭିଯୋଗ କରିଛନ୍ତି । ଏଣୁ ଆମେ ଗତ 6 ମାସ ହେବ ବିନା ରୋଜଗାରରେ ଅଛୁ । ଆମେ ଆମ ପିଲାଙ୍କୁ କିଭଳି ପାଠ ପଢା ସହ ବୃଦ୍ଧ ଲୋକଙ୍କୁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବୁ ସେ ନେଇ ଆମେ ଚିନ୍ତାରେ ଅଛୁ । ରାଜ୍ୟ ସରକାର ଗରିବ ଉଠା ଦୋକାନୀଙ୍କ ସମସ୍ୟା ଦୂର କରିବାକୁ ଆଗେଇ ଆସନ୍ତୁ ।"

ଏମିତି କହିଲେ ଜିଲ୍ଲାପାଳ:

ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ନିଜ ପ୍ରତିକ୍ରିୟାରେ କହିଛନ୍ତି," ବଡଦାଣ୍ଡରୁ ଉଚ୍ଛେଦ ହୋଇଥିବା 12 ଶହ ଉଠା ଦୋକାନୀଙ୍କ ଥଇଥାନ ଶ୍ରୀସେତୁ ତଳେ ହେବ । ତେବେ 8ଶହ ଉଠା ଦୋକାନୀ ପ୍ରଶାସନ ଓ ସରକାରଙ୍କ ଆର୍ଥିକ ସହାୟତା ରାଶିରେ ନେଇ ସାରିଲେଣି । ଶ୍ରୀସେତୁ ତଳେ ବିଭିନ୍ନ ବ୍ୟବସାୟ ପାଇଁ 8 ଶହରୁ ଅଧିକ ବ୍ୟବସାୟୀ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ତେବେ ଅଳ୍ପ କିଛି ଉଠା ଦୋକାନୀ ବଡ ଦାଣ୍ଡରେ ବସିବା ପାଇଁ ଜିଦ୍ ଧରିଛନ୍ତି । ଯାହାକି ସମ୍ଭବ ନୁହେଁ । ତାଙ୍କୁ ବୁଝାଇବା ପାଇଁ ପ୍ରଶାସନ ପକ୍ଷରୁ ଯୋଗାଯୋଗ କରାଯାଇଛି । ସବୁ ବକେୟା ରାଶି ପ୍ରଦାନ କରାଯିବ । ଯାହା ପୂର୍ବରୁ ନିଷ୍ପତ୍ତି ହୋଇଥିଲା ତାହା ଉଠା ଦୋକାନୀ ଭାଇମାନେ ମାନିନେବା ଉଚିତ୍ ।

ଏହା ମଧ୍ୟ ପଢନ୍ତୁ...ଥଇଥାନ ଦାବି ନେଇ ପୁରୀ ଜିଲ୍ଲାପାଳ ଅଫିସ ଘେରାଉ କଲେ ଉଠା ଦୋକାନୀ - Street Vendors Association Protest - STREET VENDORS ASSOCIATION PROTEST

ଏହା ମଧ୍ୟ ପଢନ୍ତୁ...ମହାପ୍ରଭୁଙ୍କ ଦର୍ଶନ କଲେ ବାଗେଶ୍ୱର ବାବା, ଭାରତକୁ ହିନ୍ଦୁ ରାଷ୍ଟ୍ର ଗଠନ ନେଇ କଲେ ପ୍ରାର୍ଥନା - BABA DHIRENDRA SHASTRI AT PURI

ଏହା ମଧ୍ୟ ପଢନ୍ତୁ...ପୁରୀରେ ପ୍ରବାସୀଙ୍କ ଭିଡ, ମହାପ୍ରଭୁଙ୍କ ଦର୍ଶନ ସହ ନେଉଛନ୍ତି ଭ୍ରମଣ ମଜା - PRAVASI BHARTIYA DIVAS


ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା:

ପୁରୀ ଗସ୍ତରେ ଆସିଥିବା ଆଇନ ମନ୍ତ୍ରୀ ପୃଥିବୀରାଜ୍ ହରିଚନ୍ଦନ କହିଛନ୍ତି, "ଉଠା ଦୋକାନୀଙ୍କୁ ଥଇଥାନ ପାଇଁ ସବୁ ବ୍ୟବସ୍ଥା ପ୍ରସ୍ତୁତ କରାଯାଉଛି । ଦିଲ୍ଲୀର ହାଟ ବଜାର ଭଳି ଏକ ବଜାର ପୁରୀରେ କରାଯିବ । ସେଠାରେ ସବୁ ପାରମ୍ପରିକ ଜିନିଷ ବିକ୍ରି ହେବ । ତେବେ ଧର୍ଯ୍ୟ ରଖିବାକୁ ମୁଁ ବ୍ୟବସାୟୀଙ୍କୁ କହୁଛି । ସରକାର ସବୁ ପ୍ରକାର ପଦକ୍ଷେପ ନେବେ ।"

ଇଟିଭି ଭାରତ,ପୁରୀ

ABOUT THE AUTHOR

...view details