ଯାଜପୁର: ପାଣି ପାଇଁ ତାତିଲେ ୱାର୍ଡବାସୀ । ପାଣି ପମ୍ପ ଗେଟରେ ପକାଇଲେ ତାଲା । ସରକାରୀ ପ୍ରତିଶୃତି ପାଲଟିଛି ଫମ୍ପା ମାଠିଆ । ଶୀତ ଦିନ ନସରୁଣୁ ପାଣି ସମସ୍ୟା ଦେଖିବାକୁ ମିଳିଲାଣି । ତେବେ ପାଣି ପମ୍ପର ମଟର ପୋଡି ଯାଇ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କିନ୍ତୁ ସ୍ଥାନୀୟ ପ୍ରଶାସନକୁ ଯେମିତି ଖବର ନାହିଁ । ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳି ନଥିଲା । ଶେଷରେ ବାଧ୍ୟ ହୋଇ ଗେଟରେ ତାଲା ପକାଇବା ସହ କନିଷ୍ଠ ଯନ୍ତ୍ରୀଙ୍କୁ ଅଟକ ରଖିଥିଲେ ଅଞ୍ଚଳବାସୀ ।
ତେବେ ଘଟଣାଟି ହେଉଛି ଯାଜପୁର ଜିଲ୍ଲାର । ଆଜକୁ ଅନେକ ଦିନ ହେବ ବ୍ୟାସନଗର ପୌର ପରିଷଦର ୱାର୍ଡ ନମ୍ବର 10 ଓ 8ରେ ଥିବା ପାଣି ପମ୍ପର ମଟର ପୋଡି ଯାଇଛି । ତେଣୁ ୱାର୍ଡ ବାସୀ ପାଣି ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟାକୁ ଦୂର କରିବା ପାଇଁ ବିଭାଗ୍ୟ ଅଧିକାରୀଙ୍କ ନିକଟକୁ ଧାଇଁ ଧାଇଁ ନୟାନ୍ତ ହେଇପଡି ଅଞ୍ଚଳବାସୀ । ଅନେକ ପ୍ରଚେଷ୍ଠା ପରେ ମଧ୍ୟ ବିଭାଗୀୟ ବାବୁଙ୍କର କିଛି ଧ୍ୟାନ ନାହିଁ । ଶେଷରେ ୱାର୍ଡବାସୀ ପାଣି ପମ୍ପର ମୁଖ୍ୟ ଫାଟକକୁ ତାଲା ପକେଇ ଦେଇଥିଲେ l ଏହି ଖବର ପାଇ ନୀଳାଞ୍ଚଳ କଲୋନୀରେ ପହଞ୍ଚିଥିଲେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ । ତେବେ କନିଷ୍ଠ ଯନ୍ତ୍ରୀଙ୍କୁ ଅଟକ ରଖିଲେ ୱାର୍ଡ ବାସିନ୍ଦା ।