ଓଡିଶା

odisha

ଏଣ୍ଟ୍ରି ପଏଣ୍ଟରେ Mpox ପାଇଁ ସତର୍କତା, ଯାତ୍ରୀଙ୍କ ଉପରେ କଡା ନଜର - Monkeypox precautionary

By ETV Bharat Odisha Team

Published : 14 hours ago

Precautionary Measures For Mpox At Entry Points: ମଙ୍କିପକ୍ସକୁ ନେଇ ପଦକ୍ଷେପ ଗ୍ରହଣ କଳା ସ୍ୱାସ୍ଥ୍ୟ ବିଭାଗ । ରାଜ୍ୟକୁ ପ୍ରବେଶପଥରେ ଯାତ୍ରୀମାନଙ୍କ ଉପରେ କଡା ନଜର । ଜାରି ହେଲା ହେଲ୍ପ ଲାଇନ ନମ୍ବର । ଅଧିକ ପଢ଼ନ୍ତୁ

Mpox
Mpox (ETV Bharat Odisha)

ଭୁବନେଶ୍ବର:ଭାରତରେ ଚିହ୍ନଟ ହୋଇଛି ଦ୍ବିତୀୟ ମଙ୍କିପକ୍ସ ମାମଲା । ଭାରତ ସମେତ ବିଶ୍ଵର ବିଭିନ୍ନ ଦେଶରୁ ମଙ୍କିପକ୍ସ ମାମଲା ରିପୋର୍ଟ ହେଉଛି । ତେଣୁ ରୋଗର ସଂକ୍ରଣକୁ ନିୟନ୍ତ୍ରଣ କରିବା ପାଇଁ ପ୍ରସ୍ତୁତି ଏବଂ ପ୍ରତିକ୍ରିୟାକୁ ମଜବୁତ କରିବା ଅତ୍ୟନ୍ତ ଆବଶ୍ୟକ ରହିଛି । ଭାରତରେ ୨ଟି ରାଜ୍ୟରେ ଏ ପର୍ଯ୍ୟନ୍ତ ମଙ୍କିପକ୍ସର କିଛି ରିପୋର୍ଟ ହୋଇଛି । ମଙ୍କିପକ୍ସ ସଂକ୍ରମଣକୁ ରୋକିବା ପାଇଁ ଯଥେଷ୍ଟ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ରହିଛି । ଗତ ୨୧ ଦିନ ମଧ୍ୟରେ ମଙ୍କିପକ୍ସ ପ୍ରଭାବିତ ଦେଶକୁ ଯାତ୍ରା କରିଥିବା ବ୍ୟକ୍ତିଙ୍କ ପାଇଁ ସଜାଗ ରହିବା ଜରୁରୀ । ଯେଉଁମାନଙ୍କର ଦେହରେ ଦାଗ ବା ଅନ୍ୟ ଚିହ୍ନ ଦେଖାଯିବା ସହ ଜ୍ଵର ଲାଗି ରହିବା ଆଦି ଲକ୍ଷଣ ଦେଖାଯାଉଛି ତୁରନ୍ତ ସ୍ୱାସ୍ଥ୍ୟ ବିଭାଗ ବା ନିକଟସ୍ଥ ଡାକ୍ତରଖାନାକୁ ଯିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଏହାସହ ଦେଶର ପ୍ରବେଶ ପଥ ଯେପରିକି, ବିମାନ ବନ୍ଦର ଓ ସାମୁଦ୍ରିକ ବନ୍ଦରକୁ ସତର୍କ ରହିବା ପାଇଁ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

Public Health (ETV Bharat Odisha)
ଏଣ୍ଟ୍ରି ପଏଣ୍ଟରେ ତୀକ୍ଷ୍ଣ ନଜର:
  • ବିମାନବନ୍ଦର ଏବଂ ସାମୁଦ୍ରିକ ବନ୍ଦରରେ ଅନ୍ତର୍ଜାତୀୟ ଟ୍ରାଭେଲର୍ସ ହେଲ୍ଥ ଡେସ୍କ କିମ୍ବା ପ୍ରଭାବିତ ଦେଶରୁ ଆସୁଥିବା କ୍ରୁ କିମ୍ବା ଦେଶର ପ୍ରବେଶ ପଥ ଲ୍ୟାଣ୍ଡ ବର୍ଡର ଯାତ୍ରୀମାନଙ୍କୁ ଅଧିକ ସନ୍ଦେହଜନକ ଯାତ୍ରୀ ଭାବରେ ରଖାଯିବ । ଯେଉଁମାନଙ୍କୁ ଜ୍ୱର, ଦୁର୍ବଳତା ଅନୁଭବ କରୁଥିବେ, ଯେଉଁମାନେ ଗତ ୨୧ ଦିନ ମଧ୍ୟରେ ପ୍ରଭାବିତ ଦେଶକୁ ଯାତ୍ରା କରିଛନ୍ତି, ସେମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯିବ ।
  • ଦେଶର ପ୍ରବେଶ ପଥରେ ଚିହ୍ନଟ ହୋଇଥିବା ସମସ୍ତ ସନ୍ଦିଗ୍ଧ ମାମଲା ତୁରନ୍ତ ଇଣ୍ଟିଗ୍ରେଟେଡ୍ ରୋଗ ସର୍ଭିଲାନ୍ସ ପ୍ରୋଗ୍ରାମର ରାଜ୍ୟ କିମ୍ବା ଜିଲ୍ଲା ସର୍ଭିଲାନ୍ସ ଅଫିସରଙ୍କ ସହ ଯୋଗାଯୋଗରେ ରହିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
  • ସନ୍ଦିଗ୍ଧ ମାମଲାଗୁଡିକ ପରିଚାଳନା କରିବା ସମୟରେ ସମସ୍ତ ସଂକ୍ରମଣ ନିୟନ୍ତ୍ରଣ ନିୟମାବଳୀକୁ ଅନୁସରଣ କରାଯିବ ।

    ସଂକ୍ରମଣ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କୁ ଆଇସୋଲେସନକୁ ପଠାଯିବ । ନିର୍ଦ୍ଦିଷ୍ଟ ଆମ୍ବୁଲାନ୍ସ ଯୋଗେ ରାଜ୍ୟ କିମ୍ବା ଜିଲ୍ଲା IDSP ଟିମ୍ ଦ୍ୱାରା ଡାକ୍ତରଖାନାକୁ ପଠାଯିବ ।
  • ଚିହ୍ନଟ ବ୍ୟକ୍ତିଙ୍କ ଲାବୋରେଟୋରୀ ସାମ୍ପୁଲ ଭୁବନେଶ୍ବର ଏମ୍ସକୁ ପଠାଯିବ ।
    Public Health (ETV Bharat Odisha)

  • ଯଦି ଲାବୋରେଟୋରୀରୁ ସଂକ୍ରମଣ ନେଇ ରିପୋର୍ଟ ଆସେ, ତେବେ ରାଜ୍ୟ ଓ ଜିଲ୍ଲା IDSP ଟିମ୍‌କପ ଜଣାଯିବ ।
  • ଯେକୌଣସି NCDC ହେଲ୍ପଲାଇନ ନମ୍ବର (+91) 011-23909348 ସହିତ ଯୋଗାଯୋଗ କରାଯାଇପାରିବ । ଇମିଗ୍ରେସନ୍ ଏବଂ ପୋଏ/ ଏୟାରଲାଇନ୍ସ ଅପରେଟରମାନଙ୍କର ଭୂମିକା ଅତି ଗୁରୂତ୍ଵପୂର୍ଣ୍ଣ ଅଟେ ବୋଲି ସ୍ୱାସ୍ଥ୍ୟ ବିଭାଗ ସତର୍କ କରାଇବା ସହ ନିର୍ଦ୍ଦେଶ ମଧ୍ୟ କରାଇଛି ।

    ମଙ୍କିପକ୍ସ ଲକ୍ଷଣ:
    ମଙ୍କିପକ୍ସକୁ ନେଇ ଲୋକେ ଅଧିକ ଭୟଭୀତ ନହୋଇ ସଚେତନ ରହିବା ଜରୁରୀ । ମଙ୍କିପକ୍ସ ରୋଗ ହଠାତ୍ ଜଣକ ଠାରୁ ଅନ୍ୟ ଜଣକୁ ବ୍ୟାପେ ନାହିଁ । ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଲେ ଏହା ବ୍ୟାପିଥାଏ । ମଙ୍କିପକ୍ସ ହେଲେ ଶରୀରରେ ନାଲି ଦାଗ, କାଶ, ଛିଙ୍କ, ଫୋଟକା ଭଳି ପ୍ରଥମେ ଲକ୍ଷଣ ଦେଖାଯାଏ । ଏହାପରେ ଫୋଟକା ଘା' ରୂପ ନେଇଥାଏ । ଘା' ମଧ୍ୟରୁ ବାହାରୁଥିବା ପାଣି ଅନ୍ୟ ଜଣେ ବ୍ୟକ୍ତିର ଦେହରେ ଲାଗିଲେ ଏହା ବ୍ୟାପିବାର ଅଧିକ ସମ୍ଭାବନା ଥାଏ । କିଛି ଲୋକଙ୍କ କ୍ଷେତ୍ରରେ ହାତ, ଗୋଡ଼, ମୁହଁ, ଗୁପ୍ତାଙ୍ଗରେ ଏହି ଘା' ହୋଇଥାଏ ।
  • କାହା ପାଇଁ ଅଧିକ ବିପଦ:

ମଙ୍କିପକ୍ସରେ ଆକ୍ରାନ୍ତ ବ୍ୟକ୍ତି ଗୁରୁତର ମଧ୍ୟ ହୋଇପାରନ୍ତି । ବିଶେଷକରି ଛୋଟ ପିଲା, ଗର୍ଭବତୀ ମହିଳା ଏବଂ ଶରୀରର କମ୍ ରୋଗ ପ୍ରତିରୋଧକ ଶକ୍ତି ଥିବା ଲୋକଙ୍କଠାରେ ଏହା ଜଟିଳ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ । ଏଚଆଇଭି, ଯକୃତ ପ୍ରତିରୋପଣ କିମ୍ବା ଅନ୍ୟକୌଣସି ଅଙ୍ଗ ପ୍ରତିରୋପଣ କରିଥିବା ଲୋକଙ୍କ କ୍ଷେତ୍ରରେ ମଧ୍ୟ ଅଧିକ ଭୟ ଥାଏ । ମଙ୍କିପକ୍ସ ଆକ୍ରାନ୍ତ ଅଧିକ ଗୁରୁତର ହେଲେ, ନିମୋନିଆ, ବ୍ରେନ୍ ଓ ହାର୍ଟ ଉପରେ ପ୍ରଭାବ ପଡିପାରେ । ଆଖିର କର୍ଣ୍ଣିଆ ମଧ୍ୟ ପ୍ରଭାବିତ ହୋଇଥାଏ । ଫଳରେ ଦୃଷ୍ଟିଶକ୍ତି ହରାଇବାର ସମ୍ଭାବନା ଅଧିକ ରହିଥାଏ ।

ଏହା ମଧ୍ୟ ପଢ଼ନ୍ତୁ...ଭାରତରେ ପଶିଲା ମଙ୍କିପକ୍ସ; ସ୍ବାସ୍ଥ୍ୟ ବିଶେଷଜ୍ଞ କହିଲେ-କାହା ପାଇଁ ଅଧିକ ବିପଦ, ଏଥିରୁ କେମିତି ପାଇବେ ରକ୍ଷା ? - Health Expert On Monkeypox


କ'ଣ କରିବା ଆବଶ୍ୟକ:

Public Health (ETV Bharat Odisha)
ସଂକ୍ରମିତଙ୍କ ଠାରୁ ଦୂରେଇ ରହିବା ଉଚିତ୍ । ସଂକ୍ରମିତଙ୍କ ପାଖରେ ଥିଲେ ଆଖିରେ ଚଷମା ଓ ମୁହଁରେ ମାକ୍ସ ବ୍ୟବହାର କରିବା ଆବଶ୍ୟକ । ସଂକ୍ରମିତଙ୍କ ସହିତ କଥା ହେଲା ବେଳେ ତାଙ୍କ ପାଟିରୁ ବାହାରୁଥିବା ଛେପ କଣିକା ଉପରେ ପଡିଲେ, ସେମାନଙ୍କ କପଡା ବ୍ୟବହାର କଲେ ମଧ୍ୟ ଏହା ବ୍ୟାପିଥାଏ । ତେଣୁ ଗ୍ଲୋବସ, ମାକ୍ସ, ଚଷମା ଆଦି ବ୍ୟବହାର କରିବା ଆବଶ୍ୟକ । ଏହାସହ ଟୀକାକରଣ ଦ୍ବାରା ବି ଏହି ରୋଗକୁ ପ୍ରତିହତ କରାଯାିପାରିବ ।

ଏହା ମଧ୍ୟ ପଢନ୍ତୁ:

ଭାରତରେ ଏଣ୍ଟ୍ରି ମାରିଲା ମଙ୍କିପକ୍ସ, ସନ୍ଦିଗ୍ଧଙ୍କ ରିପୋର୍ଟ ପଜିଟି

ମଙ୍କିପକ୍ସ ଭୟ: ଜଳ-ସ୍ଥଳ-ଆକାଶପଥକୁ ଆଲର୍ଟ

ବଢୁଛି ଏମ-ପକ୍ସ ଆତଙ୍କ: ଭାରତ ପାଇଁ ସତର୍କ ଘଣ୍ଟି, କେମିତି ରହିବେ ସତର୍କ ?

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details