ଓଡିଶା

odisha

ETV Bharat / state

ମାନିଲେ ରାଜ୍ୟ ସରକାର, ପୂରଣ କରିବେ ଦାବି ଡ୍ୟୁଟିକୁ ଫେରିଲେ ନର୍ସିଂ ଷ୍ଟାଫ - Nursing staff join duty

Nursing staff join duty: ନର୍ସିଂ ଷ୍ଟାପଙ୍କ ଦାବି ପୂରଣ ପାଇଁ ରାଜି ହେଲେ ରାଜ୍ୟ ସରକାର । ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରିଲେ । ଡ୍ୟୁଟିକୁ ଫେରିଲେ । ଅଧିକ ପଢନ୍ତୁ

କାର୍ଯ୍ୟକୁ ଫେରିଲେ ନର୍ସିଂ ଷ୍ଟାଫ, ସ୍ଵାଭାବିକ ହେଲା ସ୍ୱାସ୍ଥ୍ୟ ସେବା
କାର୍ଯ୍ୟକୁ ଫେରିଲେ ନର୍ସିଂ ଷ୍ଟାଫ, ସ୍ଵାଭାବିକ ହେଲା ସ୍ୱାସ୍ଥ୍ୟ ସେବା (ETV Bharat Odisha)

By ETV Bharat Odisha Team

Published : Sep 29, 2024, 11:33 AM IST

Updated : Sep 29, 2024, 3:52 PM IST

ଭୁବନେଶ୍ବର: ଦୀର୍ଘ ୪ ଦିନ ପରେ ରାଜ୍ୟରେ ସ୍ବାଭାବିକ ହେଲା ସ୍ବସ୍ଥ୍ୟସେବା । କାର୍ଯ୍ୟବନ୍ଦ ଆନ୍ଦୋଳନରୁ ଆଜି ଡ୍ୟୁଟିକୁ ଫେରିଛନ୍ତି ନର୍ସିଂ ଷ୍ଟାଫ । ଗତକାଲି (ଶନିବାର) ସଂଧ୍ୟାରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସହ ଆଲୋଚନା ସଫଳ ହେବା ପରେ ନର୍ସିଂ ସଂଘ ଜାରି ରଖିଥିବା କାର୍ଯ୍ୟବନ୍ଦ ପ୍ରତ୍ୟାହାର ଘୋଷଣା କରିଥିଲେ । ଘୋଷଣା ମୁତାବକ ସେମାନେ ଆଜି ସେମାନେ ପୂର୍ବପରି କାର୍ଯ୍ୟରେ ଯୋଗଦାନ କରିଛନ୍ତି । ସରକାରଙ୍କ ପ୍ରତିଶ୍ରୁତି ଅନୁସାରେ, ଏକ ଅନ୍ତଃବିଭାଗୀୟ କମିଟି ଗଠନ କରାଯାଇ ନର୍ସି ଷ୍ଟାଫ ସଂଘ ଉତ୍ଥାପନ କରିଥିବା ଦାବି ପୂରଣ ସମ୍ପର୍କରେ ଆଲୋଚନା ହେବ ।

  • ସ୍ବାସ୍ଥ୍ୟ ମନ୍ତ୍ରୀ କହିଲେ...

ଗତକାଲି ସଂଧ୍ୟାରେ ରାଜ୍ୟ ଅତିଥି ଭବନରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ନର୍ସି ଷ୍ଟାଫ ସଂଘର କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଏକ ଆଲୋଚନା ହୋଇଥିଲା । ଏଥିରେ ସକରାତ୍ମକ ଦିଗ ବାହାରିଥିଲା । ସରକାର ଏକ ଅନ୍ତବିଭାଗୀୟ କମିଟି ଗଠନ କରି ସଂଘର ଦାବି ପୂରଣ ସମ୍ପର୍କରେ ବିଚାର କରିବେ ବୋଲି ପ୍ରସ୍ତାବ ରଖିଥିଲେ । ସଂଘ ମଧ୍ୟ ଏହାକୁ ଗ୍ରହଣ କରି କାର୍ଯ୍ୟ ବନ୍ଦ ଆନ୍ଦୋଳନ ପ୍ରତ୍ୟାହାର ଘୋଷଣା କରିଥିଲା । ଗତକାଲି ଘୋଷଣା ମୁତାବକ ଆଜି ନର୍ସି ଷ୍ଟାଫମାନେ ନିଜ ନିଜ କର୍ମକ୍ଷେତ୍ର ହସ୍ପିଟାଲରେ ଫେରିଛନ୍ତି ।

କାର୍ଯ୍ୟକୁ ଫେରିଲେ ନର୍ସିଂ ଷ୍ଟାଫ, ସ୍ଵାଭାବିକ ହେଲା ସ୍ୱାସ୍ଥ୍ୟ ସେବା (ETV Bharat Odisha)
  • କଣ କହିଲେ ସ୍ବାସ୍ଥ୍ୟ ମନ୍ତ୍ରୀ:-

ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି,‘‘ ଏକ ଅନ୍ତଃବିଭାଗୀୟ କମିଟି ଗଠନ କରାଯାଇ ସେମାନଙ୍କ ଦାବି ସମ୍ପର୍କରେ ଆଲୋଚନା ହେବ । ସେମାନେ ଏହି ନିଷ୍ପତ୍ତିକୁ ଗ୍ରହଣ କରିଛନ୍ତି ଓ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରତ୍ୟାହାର ମଧ୍ୟ କରିଛନ୍ତି ।’’

  • ‘ଏସମା’କୁ ଖାତିର କରିନଥିଲା ସଂଘ :

10 ଦଫା ଦାବି ନେଇ କାର୍ଯ୍ୟବନ୍ତ ଆଲନ୍ଦୋଳନକୁ ଓହ୍ଲାଇଥିଲା ରାଜ୍ୟ ନର୍ସିଂ ଷ୍ଟାଫ ସଂଘ । ସେମାନଙ୍କ ଦାବି ପୂରଣ ନକରିବା ପର୍ଯ୍ୟନ୍ତ ସେମାନେ କାର୍ଯ୍ୟରେ ଯୋଗଦେବେ ନାହିଁ ବୋଲି କହିଥିଲେ । ସରକାର ‘ଏସମା’ ଲାଗୁ କରିବା ସହ ତୁରନ୍ତ କାର୍ଯ୍ୟରେ ଯୋଗଦାନ କରିବା ପାଇଁ ଚେତାବନୀ ଦେଇଥିଲେ । ମାତ୍ର ସଂଘ ଏହାକୁ ଭ୍ରୁକ୍ଷେପ ନକରି ଆନ୍ଦୋଳନ ଅବ୍ୟହତି ରଖିଥିଲେ । କଟକ ବଡ ମେଡିକାଲ ସମେତ ରାଜ୍ୟର ତମାମ ସରକାରୀ ହସ୍ପିଟାଲରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା । ରୋଗୀମାନେ ବାଧ୍ୟ ହୋଇ ବେସରକାରୀ ହସ୍ପିଟାଲରେ ଭର୍ତ୍ତି ହେବାକୁ ବାଧ୍ୟ ହୋଇଥିବା ନେଇ ଖବର ଆସିଥିଲା ।

  • ସଂଘର ପ୍ରମୁଖ ଦାବି:-

ନର୍ସିଂ ଷ୍ଟାଫ ସଂଘର ଦାବିଗୁଡ଼ିକ ହେଉଛି, ୨୦୧୩ ମସିହା ପୂର୍ବରୁ ନିଯୁକ୍ତି ପାଇଥିବା ନର୍ସିଂ ଷ୍ଟାଫଙ୍କ ୬ ବର୍ଷ ଚୁକ୍ତିଭିତ୍ତିକ ଅବଧିକୁ ଚାକିରିରେ ମିଶାଇ ପଦୋନ୍ନତି ଦେବ, ବରିଷ୍ଠତା ଭିତ୍ତିରେ ସିନିୟର ନର୍ସିଂ ଷ୍ଟାଫଙ୍କୁ ପଦୋନ୍ନତି, ସହକାରୀ ନର୍ସିଂ ଅଧିକ୍ଷକ ପଦବୀରେ ପଦୋନ୍ନତି ଲାଗି ଆବଶ୍ୟକ ଥିବା ସ୍ଥିରୀକୃତ ଅବଧିକୁ କମ କରି ୧୬ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ସେବା ଯୋଗାଇ ଆସୁଥିବା ବରିଷ୍ଠ ନର୍ସିଂ କର୍ମଚାରୀଙ୍କୁ ୨ଟି ପଦୋନ୍ନତି କରିବା, ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ ନିୟୋଜିତ ସରକାରୀ ନର୍ସିଂ ଅଫିସରଙ୍କୁ ସିଏଚଓ ପଦବୀରୁ ଫେରାଇ ଆଣି ସରକାରୀ ହସ୍ପିଟାଲରେ ନିୟୋଜିତ କରିବା ଭଳି ଦାବି କରିଛି ସଂଘ । ଏହା ବ୍ୟତୀତ, ଆଚାର୍ଯ୍ୟ ହରିହର ସ୍ନାତୋକୋତ୍ତର କର୍କଟ ରୋଗ ଅନୁଷ୍ଠାନରେ ନର୍ସିଂ ଅଫିସରଙ୍କୁ ଓଡ଼ିଶା ନର୍ସିଂ ସର୍ଭିସ କ୍ୟାଡରରେ ଅନ୍ତଭୁକ୍ତ କରିବା, ଡ୍ରେସ କୋଡ ପରିବର୍ତ୍ତନ, ଠିକା ସଂସ୍ଥା ମାଧ୍ୟମରେ ହେଉଥିବା ନର୍ସିଂ ଅଫିସରଙ୍କ ନିଯୁକ୍ତି ବନ୍ଦ କରିବା ।

ଏହା ମଧ୍ୟ ପଢନ୍ତୁ:

ଏସମା ସତ୍ତ୍ବେ ଆନ୍ଦୋଳନରେ ନର୍ସିଂ ଷ୍ଟାଫ୍, ବନ୍ଦ କଲେ ଜରୁରୀକାଳୀନ ଚିକିତ୍ସା, ସ୍ବାସ୍ଥ୍ୟମନ୍ତ୍ରୀ କହିଲେ.

ଆନ୍ଦୋଳନରେ ନର୍ସ; MKCGରେ ହନ୍ତସନ୍ତ ରୋଗୀ, ଇଟିଭି ଭାରତର ରିୟଲିଟି ଚେକ୍

ଆଜିଠୁ ନର୍ସିଂ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ, ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ

ମିଳିଲା ପ୍ରତିଶ୍ରୁତି, ଆନ୍ଦୋଳନରୁ ଓହରିଲେ ନର୍ସିଂ କର୍ମଚାରୀ

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 29, 2024, 3:52 PM IST

ABOUT THE AUTHOR

...view details