ଓଡିଶା

odisha

ETV Bharat / state

ନାବାଳିକା କଲେଜ ଛାତ୍ରୀ ଅପହରଣ ଅଭିଯୋଗ: ନ୍ୟାୟ ଅପେକ୍ଷାରେ ପରିବାର

Girl Kidnapping Case in Mayurbhanj: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅଧିନସ୍ଥ ଅଞ୍ଚଳରେ ପ୍ରାୟ ଦେଢ଼ ମାସ ପୂର୍ବରୁ ଜଣେ ନାବାଳିକା କଲେଜ ଛାତ୍ରୀର ଅପହରଣ ହୋଇଥିବା ଅଭିଯୋଗ ହୋଇଛି । ପରିବାର ଲୋକ ଆଜି ଥାନା ପରିସରରେ ଧାରଣାରେ ବସିଛନ୍ତି । ଅଧିକ ପଢ଼ନ୍ତୁ

ନାବାଳିକା କଲେଜ ଛାତ୍ରୀ ଅପହରଣ ଅଭିଯୋଗ
ନାବାଳିକା କଲେଜ ଛାତ୍ରୀ ଅପହରଣ ଅଭିଯୋଗ

By ETV Bharat Odisha Team

Published : Mar 10, 2024, 10:38 PM IST

ନାବାଳିକା କଲେଜ ଛାତ୍ରୀ ଅପହରଣ ଅଭିଯୋଗ

ରାଇରଙ୍ଗପୁର: ନାବାଳିକା କଲେଜ ଛାତ୍ରୀ ଅପହରଣ ଅଭିଯୋଗ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅଧିନସ୍ଥ ଅଞ୍ଚଳରେ ପ୍ରାୟ ଦେଢ଼ ମାସ ପୂର୍ବରୁ ଜଣେ ନାବାଳିକା କଲେଜ ଛାତ୍ରୀର ଅପହରଣ ହୋଇଥିବା ଅଭିଯୋଗ ହୋଇଛି । ତେବେ ପୋଲିସକୁ ଲିଖିତ ଅଭିଯୋଗ ଦେବାର ୪୦ ଦିନ ବିତି ଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ନାବାଳିକା ଝିଅର କୌଣସି ପତ୍ତା ମିଳିପାରିନାହିଁ । ଫଳରେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିବା ନାବାଳିକାର ପରିବାର ଲୋକ ପିଜିସିଏଲ୍ ଓ ମୟୂରଭଞ୍ଜ ଏସପିଙ୍କ ନିକଟରେ ଗୁହାରି କରିବା ସହିତ ଆଜି ଥାନା ପରିସରରେ ଧାରଣାରେ ବସିଛନ୍ତି ।

ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ରାଇରଙ୍ଗପୁର ୫ନଂ ୱାର୍ଡ଼ର ବାସିନ୍ଦା ସଞ୍ଜୟ ରାମଙ୍କ ପରିବାରରେ ତାଙ୍କ ଦୁଇ ପୁଅ, ଗୋଟିଏ ଝିଅ , ସ୍ତ୍ରୀ ଓ ମାଆକୁ ନେଇ ବେଶ ହସଖୁସିରେ ଦିନ କାଟୁଥିଲେ । ତେବେ ହଠାତ ଦିନେ ଦୁଃଖର କଳା ବାଦଲ ମାଡ଼ି ଆସିଲା ଥିଲା ତାଙ୍କ ଜୀବନରେ । ଘରୁ କଲେଜ ଯିବା କଥା ମାଆଙ୍କୁ କହି କଲେଜ ବାହାରି ଯାଇଥିଲା ତାଙ୍କ ଝିଅ ହେଲେ ଆଉ ଘରକୁ ଫେରି ନଥିଲା । ଯାହାକୁ ନେଇ ଥାନାର ଦ୍ବାରସ୍ଥ ହୋଇଥିଲେ ପରିବାର ଲୋକେ । ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ରାଇରଙ୍ଗପୁର କଲେଜରେ ଯୁକ୍ତ ଦୁଇ କଳା ଦ୍ବିତୀୟ ବର୍ଷରେ ଅଧ୍ୟୟନ କରୁଥିବା ସଞ୍ଜୟ କୁମାର ରାମଙ୍କ ଝିଅ । ଗତ ଜାନୁଆରୀ ମାସ ୩୧ ତାରିଖ ଦିନ ୧୦.୩୦ ପାଖାପାଖି ଘରୁ ବାହାରି ରାଇରଙ୍ଗପୁର କଲେଜ ଯାଇଥିଲା । ହେଲେ କଲେଜରୁ ଆଉ ଘରକୁ ଫେରି ନଥିଲା । ସେହି ଦିନ ପୂର୍ବାହ୍ନ ୪.୦୦ ପାଖାପାଖି ଝିଅ ଘରକୁ ନଫେରିବାରୁ ଫୋନ୍ ଯୋଗେ ଯୋଗାଯୋଗ କରିବାରୁ ଝିଅର ଫୋନ ସୁଇଚ ଅଫ୍ ରହିଥିଲା ।

ଏହା ମଧ୍ୟ ପଢ଼ନ୍ତୁ.....ରାଜଧାନୀରେ ମାଛ ପାଇଁ ମହାଭାରତ ! ଟଙ୍କା ମାଗିବାରୁ ମହିଳାଙ୍କୁ ମାଡ଼

ପରେ ଝିଅର ବାପା ଆଖପାଖ ପଡୋଶୀ ଓ ସମ୍ପର୍କୀୟଙ୍କ ପାଖରେ ଝିଅ ନଥିବା ଦେଖି ସେହିଦିନ ରାଇରଙ୍ଗପୁର ଟାଉନ ଥାନାର ଦ୍ବାରସ୍ଥ ହୋଇଥିଲେ । ଝିଅକୁ କେହି ମନ୍ଦ ଉଦ୍ଦେଶ୍ୟ ରଖି ପ୍ରଲୋଭନ ଦେଖାଇ ଅପହରଣ କରିଥିବା ନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଲିଖିତ ଅଭିଯୋଗକୁ ଆଧାର କରି ରାଇରଙ୍ଗପୁର ଟାଉନ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ନାବାଳିକା ଝିଅକୁ ଖୋଜାଖୋଜି ଜାରି ରଖିଥିଲେ । ତେବେ ସେମାନେ ଝିଅକୁ ଟ୍ରାକ୍ କରିବାରେ ବିଫଳ ହୋଇଥିଲେ । ଦିନ ପରେ ଦିନ ଗଡ଼ି ଚାଲିଥିଲା ବେଳେ ହତାସ ହୋଇ ଝିଅର ବାପା ସଞ୍ଜୟ କିଛି ଦିନ ପରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ପିଜିସିଏଲରେ ମଧ୍ୟ ଅଭିଯୋଗ କରିଥିଲେ । ପରେ ଏ ସମ୍ପର୍କରେ ବାରିପଦା ଯାଇ ମୟୂରଭଞ୍ଜ ଏସପିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ଆଜିକୁ ପ୍ରାୟ ୪୦ରୁ ୪୨ ଦିନ ବିତି ଯାଇଥିଲେ ସୁଦ୍ଧା ଝିଅର କୌଣସି ପତ୍ତା ମିଳୁ ନାହିଁ ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details