ଓଡିଶା

odisha

By ETV Bharat Odisha Team

Published : Jan 31, 2024, 10:45 PM IST

ETV Bharat / state

ଫେବୃଆରୀ ୩ରୁ ଏକାମ୍ର ଉତ୍ସବ

Ekamra Utsav 2024 : ଫେବୃଆରୀ ୩ରୁ ଆରମ୍ଭ ହେବ ଏକାମ୍ର ଉତ୍ସବ । ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ କରାଯିବ ଆୟୋଜନ । ଅଧିକ ପଢ଼ନ୍ତୁ,

ଫେବୃଆରୀ ୩ରୁ ଆରମ୍ଭ ହେବ ଏକାମ୍ର ଉତ୍ସବ
ଫେବୃଆରୀ ୩ରୁ ଆରମ୍ଭ ହେବ ଏକାମ୍ର ଉତ୍ସବ

ଫେବୃଆରୀ ୩ରୁ ଆରମ୍ଭ ହେବ ଏକାମ୍ର ଉତ୍ସବ

ଭୁବନେଶ୍ବର: ଫେବୃଆରୀ ୩ରୁ ଆରମ୍ଭ ହେବ ଏକାମ୍ର ଉତ୍ସବ । ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ କରାଯିବ ଆୟୋଜନ । ଓଡ଼ିଶାକୁ ବିଶ୍ଵ ଦରବାରରେ ପହଞ୍ଚାଇବା ଲକ୍ଷ୍ୟରେ ପ୍ରଥମଥର ପାଇଁ ଶୁଭାରମ୍ଭ ହେବ "ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ" । ଏହି ପରିପ୍ରେକ୍ଷୀରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି । ତେବେ ଏହା ପ୍ରଦର୍ଶନୀ ପଡିଆରେ କରାଯିବ। ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରାଯାଇଛି ଏବଂ ଏଠାରେ ଏକାମ୍ର ଉତ୍ସବ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି ।

ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ଆସନ୍ତା 3 ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଏକାମ୍ର ଉତ୍ସବ । ଫେବୃଆରୀ ୩ରୁ ଆରମ୍ଭ ହୋଇ ଏହା ଫେବୃଆରୀ ୯ ପର୍ଯ୍ୟନ୍ତ ଚାଲିବ । ଏହି ପରିପ୍ରେକ୍ଷୀରେ ଆୟୋଜିତ ହେବାକୁ ଯାଉଛି ବିଭିନ୍ନ କାର୍ଯ୍ୟକ୍ରମ । ତେବେ ଓଡିଶା ପରି ଏକ ଭାଷାଭିତ୍ତିକ ରାଜ୍ୟକୁ ବିଶ୍ଵ ଦରବାରରେ ପହଞ୍ଚାଇବା ଲକ୍ଷ୍ୟରେ ପ୍ରଥମଥର ପାଇଁ ଶୁଭାରମ୍ଭ ହେବ "ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ" । ଏକାମ୍ର ଉତ୍ସବ ସମ୍ପର୍କରେ ସୂଚନା ପ୍ରଦାନ କରିବା ପାଇଁ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରାଯାଇଥିଲା । ରାଜଧାନୀବାସୀଙ୍କ ମନୋରଞ୍ଜନ ପାଇଁ ଏକ ନୂତନ ରୂପରେ ପ୍ରଦର୍ଶନୀ ପଡିଆରେ ଆୟୋଜିତ ହେବାକୁ ଯାଉଛି ଏହି ଉତ୍ସବ । ଏହି ଏକାମ୍ର ଉତ୍ସବରେ ଅନୁଷ୍ଠିତ ହେବ "ସଙ୍ଗୀତର ମୂର୍ଚ୍ଛନା" । ଯେଉଁଠି ପ୍ରତିଷ୍ଠିତ କଳାକାରଙ୍କ ଦ୍ବାରା ଦେଖିବାକୁ ମିଳିବ ନୃତ୍ୟ, ସଙ୍ଗୀତ, ଲାଇଭ ବ୍ୟାଣ୍ଡ ପରିବେଷଣ l ଏହି ୭ଦିନିଆ ଉତ୍ସବରେ ପ୍ରତି ସନ୍ଧ୍ୟାରେ ରହିବ ଭିନ୍ନ ଭିନ୍ନ ପ୍ରଦର୍ଶନ। ଏହାସହ ଓଡିଶା ହାଣ୍ଡିଶାଳର ସୁଆଦିଆ ଖାଦ୍ୟର ମଜା ମିଳିବ। ହାତ ତିଆରି ଆଞ୍ଚଳିକ ଖାଦ୍ୟର ପ୍ରଚାର ପ୍ରସାର କରିବା ପାଇଁ ‘ଆମ ବ୍ୟଞ୍ଜନ’ କାର୍ଯ୍ୟକ୍ରମ ଏଥିରେ ସାମିଲ କରାଯାଇଛି । ଓଡିଆ ଘରର ପାରମ୍ପରିକ ଖାଦ୍ୟ ସାଙ୍ଗକୁ କେବଳ ଗ୍ରାମାଞ୍ଚଳରେ ଉପଲବ୍ଧ ହେଉଥିବା ବିଭିନ୍ନ ସାମଗ୍ରୀରେ ପ୍ରସ୍ତୁତ ଖାଦ୍ୟ ମଧ୍ୟ ଉପଲବ୍ଧ ହେବ। ବାରିପଦା ମୁଢ଼ି ମାଂସ ଠାରୁ ଆରମ୍ଭ କରି ସାଲେପୁର ରସଗୋଲା ଯାଏଁ ପ୍ରତ୍ୟେକ ଜିଲ୍ଲାର ପ୍ରସିଦ୍ଧ ଖାଦ୍ୟ ଗୋଟିଏ ଗୋଟିଏ ଷ୍ଟଲ୍‌ରେ ଉପଲବ୍ଧ ହେବ ।

ଏହା ମଧ୍ୟ ପଢ଼ନ୍ତୁ....ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର; ମାଟ୍ରିକରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ 2027 ଜଣଙ୍କୁ ପୁରସ୍କାର

କେବଳ ସେତିକି ନୁହେଁ ଏକାମ୍ର ହାଟଠାରେ ଲୋକଙ୍କ ପାଇଁ ରାତ୍ରିକାଳୀନ ବଜାର ମଧ୍ୟ ଖୋଲିବ l ଯାହା ପ୍ରତିଦିନ ଅପରାହ୍ନ ୪ରୁ ରାତି ୧୧ ପର୍ଯ୍ୟନ୍ତ ଚାଲିବ। ଏଥିସହ ଭୁବନେଶ୍ୱର କାହାଣୀ ଉତ୍ସବ (ଭୁଫେଷ୍ଟୋ)ର ତୃତୀୟ ସଂସ୍କରଣ ଆକର୍ଷଣୀୟ କାହାଣୀ ସହିତ ୩ରୁ ଫେବୃଆରୀ ୫ ପର୍ଯ୍ୟନ୍ତ ସହରର ପ୍ରମୁଖ ୪ଟି ଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ। ସେହିପରି ଓଡ଼ିଆ ଭାଷା, କଳା ଓ ସଂସ୍କୃତି ଉପରେ ଏକ ଡ୍ରୋନ ଶୋ ମଧ୍ୟ ଅନୁଷ୍ଠିତ ହେବ। ଭାଷାର ପ୍ରସାର ପାଇଁ ମଧୁସୂଦନ ମାର୍ଗକୁ ଓଡ଼ିଆ ଭାଷା, କଳା ଓ ସଂସ୍କୃତି ଡିଜାଇନରେ ପ୍ରଦର୍ଶିତ କରାଯିବ। ଏଥି ପାଇଁ ପାଖା ପାଖି ୨୦୦ରୁ ଅଧିକ ଡ୍ରୋନ ବ୍ଯବହାର କରାଯିବ। ଏହି ସମ୍ମିଳନୀରେ ଭୁବନେଶ୍ୱର ବିଏମସିର ମେୟର ସୁଲୋଚନା ଦାସ, ବିଡିଏ ଉପାଧ୍ୟକ୍ଷ ବଲୱନ୍ତ ସିଂ, ଏକାମ୍ର ଉତ୍ସବ ସ୍ପେଶାଲ ଡ୍ୟୁଟିରେ ମତ୍ସ୍ୟ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ସିଦ୍ଦିକ ଆଲାମ, ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ, ବିଡିଏ ସଚିବ କବିନ୍ଦ୍ର କୁମାର ସାହୁ ପ୍ରମୁଖ ଉପସ୍ଥିତି ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details