ଓଡିଶା

odisha

ETV Bharat / state

ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତର ଦ୍ବିତୀୟ ଦିନ, ଆଜି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ ମହାମହିମ

2nd Day Of President Droupadi Murmu Visit: ଆଜି କେନ୍ଦୁଝର ଓ ଭୁବନେଶ୍ବର ଗସ୍ତ କରିବେ ରାଷ୍ଟ୍ରପତି । କେନ୍ଦୁଝର ଧରଣୀଧର ବିଶ୍ବବିଦ୍ୟାଳୟ ସହ ଉତ୍କଳ ବିଶ୍ବବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେବେ । ଅଧିକ ପଢନ୍ତୁ

President Droupadi Murmu
President Droupadi Murmu

By ETV Bharat Odisha Team

Published : Feb 29, 2024, 7:17 AM IST

ଭୁବନେଶ୍ୱର: ଚାରି ଦିନିଆ ଓଡ଼ିଶା ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି (ଗୁରୁବାର) ଗସ୍ତର ଦ୍ବିତୀୟ ଦିନରେ ରାଷ୍ଟ୍ରପତି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ । ଆଜି କେନ୍ଦୁଝର ଜିଲ୍ଲା ଓ ଭୁବନେଶ୍ବର ଗସ୍ତ କରିବେ ରାଷ୍ଟ୍ରପତି । କେନ୍ଦୁଝର ଧରଣୀଧର ବିଶ୍ବବିଦ୍ୟାଳୟରେ ଜିଲ୍ଲାର ଜନଜାତିଙ୍କ ଉପରେ ଆୟୋଜିତ ଏକ ଜାତୀୟ ସ୍ତରୀୟ ଆଲୋଚନା ଚକ୍ରକୁ ଉଦଘାଟନ କରିବେ ମହାମହିମ ରାଷ୍ଟ୍ରପତି । ଅପରାହ୍ନରେ ଭୁବନେଶ୍ବରରେ ଉତ୍କଳ ବିଶ୍ବବିଦ୍ୟାଳୟର ୫୩ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି ।

ରାଷ୍ଟ୍ରପତିଙ୍କ କେନ୍ଦୁଝର ଗସ୍ତ:ଆଜିସକାଳ 10 ସମୟରେ କେନ୍ଦୁଝର ଜିଲ୍ଲାରେ ପହଞ୍ଚିବେ ରାଷ୍ଟ୍ରପତି । ସେଠାରେ ଗୋନାସିକା ଗ୍ରାମକୁ ଯାତ୍ରା କରି ଉତ୍ପାଦିକା ସଂଘ ସହ ଆଲୋଚନା କରିବେ । ପରେ ସର୍କିଟ ହାଉସରେ ମଧ୍ୟାହ୍ନ ଭୋଜନ କରିବା ପରେ ଅପରାହ୍ନରେ ଜିଲ୍ଲାର ଧରଣୀଧର ବିଶ୍ବବିଦ୍ୟାଳୟରରେ କେନ୍ଦୁଝର ଜନଜାତି ସଂସ୍କୃତି ଉପରେ ଆୟୋଜିତ ଜାତୀୟ ପାଠ୍ୟଚକ୍ର ଅନୁଷ୍ଠିତ ହେବ । ଏଥିରେ ରାଷ୍ଟ୍ରପତି ସାମିଲ ହେବାକୁ ପୂର୍ବରୁ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ଚିଠି ଆସିଥିଲା । ରାଷ୍ଟ୍ରପତିଙ୍କ ଆଗମନକୁ ସକାଳୁ ସକାଳୁ ଚଳଚଞ୍ଚଳ ହୋଇ ଉଠିଛି ଧରଣୀଧର ବିଶ୍ବ ବିଦ୍ୟାଳୟ ପରିସର । ବିଶ୍ୱବିଦ୍ୟାଳୟ ଏବଂ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପାଠ୍ୟଚକ୍ରରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଆଦିବାସୀ ସମ୍ପ୍ରଦାୟ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ନୂତନ ଉତ୍ସାହ ସୃଷ୍ଟି କରିବ ବୋଲି ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଡଃ ପ୍ରତାପ କୁମାର ମହାନ୍ତି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କଲେ ରାଷ୍ଟ୍ରପତି, କହିଲେ ଜନ୍ମମାଟି ପାଇଁ ଆଜି ମୁଁ ମହାମହିମ

ଉତ୍କଳ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି: ଆଜି ଉତ୍କଳ ବିଶ୍ୱବିଦ୍ୟାଳୟର ୫୩ତମ ସମାବର୍ତ୍ତନ ଉତ୍ସବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେଇ ଦୀକ୍ଷାନ୍ତ ଭାଷଣ ଦେବେ । ଏଥିସହ ଛାତ୍ରଛାତ୍ରୀଙ୍କୁ ପିଏଚଡି ଡିଗ୍ରୀ, ସ୍ବର୍ଣ୍ଣପଦକ ଓ ଆର୍ଥିକ ପୁରସ୍କାର ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି ।

ଗସ୍ତର ପ୍ରଥମ ଦିନରେ ମୟୂରଭଞ୍ଜରର ଅଧିଷ୍ଠାତ୍ରୀ ଦେବୀ ଖିଚିଂସ୍ଥିତ ମା' କୀଚକେଶ୍ବରୀ ମନ୍ଦିରରେ ମା'ଙ୍କ ଦର୍ଶନ କରିଥିଲେ ରାଷ୍ଟ୍ରପତି । ଏହାପରେ ରାଇରଙ୍ଗପୁରରେ କେନ୍ଦ୍ର ସରକାରଙ୍କ ହଲିଡେ ହୋମ୍ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ହଲିଡେ ହୋମର ଭିତ୍ତିପ୍ରସ୍ତର ସ୍ଥାପନ ପରେ ବାଇଦାପୋଷି ସ୍ଥିତ କମ୍ପ୍ଲେକ୍ସ, ରାଇରଙ୍ଗପୁରରୁ ଯଶିପୁର ଦେଇ ଯାଇଥିବା ଜାତୀୟ ରାଜପଥର ଷ୍ଟ୍ରେଚ୍ ମଜବୁତ ସହ ପ୍ରଶସ୍ତିକରଣ, ରାଇରଙ୍ଗପୁରରେ ୨୨୦ ନଂ ଜାତୀୟ ରାଜପଥ ଉପରେ ଦୁଇ ଲେନ ବିଶିଷ୍ଟ ବାଇପାସ୍ ରୋଡ଼ ନିର୍ମାଣ ଓ ବଡ଼ସାହି ସ୍ଥିତ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟର ଶୁଭ ଉଦଘାଟନ କରିଥିଲେ ମହାମହିମ ।

ଇଟିଭି ଭାରତ,ଭୁବନେଶ୍ୱର

ABOUT THE AUTHOR

...view details