ETV Bharat / lifestyle

କେବେ ଖାଇନଥିବେ ଜହ୍ନିର ଏମିତି ସୁଆଦିଆ ଡିସ୍, ଏହି ସ୍ଥାନରେ ଭାରି ଲୋକପ୍ରିୟ - RIDGE GOURD CHUTNEY

ଅନେକ ଲୋକ ଅଛି ଯେଉଁମାନଙ୍କୁ ଜହ୍ନି ଖାଇବାକ ଆଦୌ ପସନ୍ଦ ନୁହେଁ । ତେବେ ଘରେ ବନାନ୍ତୁ ଜହ୍ନିର ଏହି ନିଆରା ଡିସ୍, ଦେଖିଲେ ସମସ୍ତଙ୍କୁ ଭଲ ଲାଗିବ ।

ridge gourd chutney
ridge gourd chutney (ETV Bharat)
author img

By ETV Bharat Lifestyle Team

Published : Nov 28, 2024, 2:06 PM IST

ଜହ୍ନି ନାଁ ଶୁଣିବା ମାତ୍ରେ ପିଲା ନାକ ଟେକନ୍ତି । ଏମିତି ଅନେକ ଲୋକ ଅଛି ଯେଉଁମାନଙ୍କୁ ଜହ୍ନି ଖାଇବା ଆଦୌ ପସନ୍ଦ ନୁହେଁ । ସାଧାରଣତଃ ଘରେ ଜହ୍ନିରୁ ପୋସ୍ତକ, ରାଇ, ସନ୍ତୁଳା ପ୍ରସ୍ତୁତ କରାଯାଏ । ଗାଁ ଗଣ୍ଡାରେ ଜହ୍ନିକୁ ପୋଡି ଚଟଣୀ କରିଥାନ୍ତି । ଆଜି ଆମେ ଜହ୍ନିର ଏମିତି ଏକ ରେସିପି ଜଣାଇବୁ ଯାହାକୁ ଆପଣ ନା କେବେ ଦେଖିଥିବା ନା ଖାଇଥିବେ । ଏହା ଏକ ପ୍ରକାର ଚଟଣୀ ଯାହାକି ଦକ୍ଷିଣ ଭାରତରେ ଭାରି ପ୍ରସିଦ୍ଧ । ଏହି ଜହ୍ନି ଚଟଣୀକୁ ଆପଣ ଇଟିଲି, ଦୋସା, ରୁଟି ଓ ଭାତ ସହ ଖାଇପାରିବେ । ଚାଲନ୍ତୁ ଜାଣିବା କେମିତି ବନାଇବେ ଏହି ଡିସ୍

ଆବଶ୍ୟକୀୟ ସାମଗ୍ରୀ:

ଜହ୍ନି- 2ରୁ 3ଟା

ଦୁଇଟି କଟା ପିଆଜ

3-4 ରସୁଣ ପାଖୁଡା

ବିରି ଡାଲି- 2 ଚାମଚ

କଞ୍ଚା ଲଙ୍କା- 2ଟି

ଶୁଖିଲା ଲଙ୍କା- 2ଟି

ସୋରିଷ- ଏକ ଚାମଚ

ଜିରା- ଏକ ଚାମଚ

ହିଙ୍ଗୁ

ତେନ୍ତୁଳି- 50 ଗ୍ରାମ

ଧନିଆ ପତ୍ର

ଲୁଣ ସ୍ବାଦ ଅନୁସାରେ

ତେଲ

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଜହ୍ନିକୁ ଗ୍ୟାସ୍ କିମ୍ବା ଚୁଲିରେ ପୋଡନ୍ତୁ । ଏହାକୁ ଥଣ୍ଡା ପାଣିରେ ବୁଡାଇ ଚୋପା ବାହାର କରିଦିଅନ୍ତୁ । ଏବେ ଜହ୍ନିକୁ ଛୋଟ ଛୋଟ କରି କାଟିଦିଅନ୍ତୁ ।
  • ବର୍ତ୍ତମାନ ଗ୍ୟାସରେ ଏକ କଡେଇ ବସାନ୍ତୁ । ଏଥିରେ ଅଳ୍ପ ତେଲ ପକାଇ ଗରମ ହେବା ପରେ ଗୋଟା ରସୁଣ ପାଖୁଡା ଓ ଶୁଖିଲା ଲଙ୍କା ପକାନ୍ତୁ । ଏବେ କଟା ପିଆଜ ମିଶାଇ 1 ମିନିଟ୍ ଭାଜନ୍ତୁ । ପିଆଜ ନରମ ହେବା ପରେ ଜହ୍ନି ଓ ସ୍ବାଦ ଅନୁସାରେ ଲୁଣ ମିଶାଇ 4ରୁ 5 ମିନିଟ ଭାଜନ୍ତୁ । ସବୁବେଳେ ଘୋଡାଇ ଭାଜିବେ ଯାହାଦ୍ବାରା ଜହ୍ନି ଶୀଘ୍ର ନରମ ହୋଇଯିବ ।
  • ଏହାପରେ ଗ୍ୟାସ୍ ବନ୍ଦ କରି ଜହ୍ନିକୁ ଏକ ପାତ୍ରକୁ ବାହାର କରି ଥଣ୍ଡା ହେବାକୁ ଛାଡିଦିଅନ୍ତୁ । ଥଣ୍ଡା ହେବା ପରେ ଗ୍ରାଇଣ୍ଡର ଜାର୍‌ରେ ଧନିଆ ପତ୍ର, ତେନ୍ତୁଳି ରସ, ଭଜା ହୋଇଥିବା ଜହ୍ନିକୁ ମିଶାଇ ଚଟଣୀ ପ୍ରସ୍ତୁତ କରନ୍ତୁ ।
  • ଏହି ଚଟଣୀକୁ ଏକ ପାତ୍ରରେ ବାହାର କରି ଏଥିରେ ଅଳ୍ପ ଲୁଣ ମିଶାନ୍ତୁ । ଏବେ ତଡକା ଲଗାଇବା ପାଇଁ ଏକ ପ୍ୟାନ ନିଅନ୍ତୁ । ଏଥିରେ 2 ଚାମଚ ତେଲ ପକାଇ ଗରମ ହେବା ପରେ ଏକ ଚାମଚ ସୋରିଷ, ଜିରା, ଦୁଇ ଚାମଚ ବିରି ଡାଲି, 3ରୁ 4ଟି ପାଖୁଡା ରସୁଣ, ଶୁଖିଲା ଲଙ୍କା ଫ୍ରାଏ କରନ୍ତୁ । ଏହା ଉପରେ ଭୃସଙ୍ଗ ପତ୍ର ଓ ଗୋଟିଏ ଚୁଟ୍‌କି ହଙ୍ଗୁ ପକାନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ସ୍ବାଦିଷ୍ଟ ଜହ୍ନ ଚଟଣୀ

ଘରେ ଏହି ଡିସ୍ ପ୍ରସ୍ତୁତ କରି ପରିବାର ଲୋକଙ୍କୁ ଖୁଆନ୍ତୁ । ଦେଖିଲେ ସମସ୍ତଙ୍କୁ ନିଶ୍ଚୟ ଭଲ ଲାଗିବ

ଏହା ମଧ୍ୟ ପଢନ୍ତୁ: ଏମିତି ଘରେ ବନାନ୍ତୁ ମଟନ ପାୟା ସୁପ୍, ପାଟିକୁ ସୁଆଦିଆ ଦେହ ପାଇଁ ହିତ

ଏହା ମଧ୍ୟ ପଢନ୍ତୁ: ବଢିବ ପ୍ରେମ, ଆସିବନି ଫାଟ; ସ୍ବାମୀ-ସ୍ତ୍ରୀ ମାନନ୍ତୁ ଏହି 5 ଟିପ୍ସ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.