ETV Bharat / state

କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ବିହନ ସଂରକ୍ଷଣ, ଖାଦ୍ୟ ନିରାପତ୍ତା ପାଇଁ ପ୍ରୟାସ

କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଧାନ ଓ ମାଣ୍ଡିଆ ସମେତ ଶତାଧିକ ପାରମ୍ପରିକ କିସମ ବିହନ ସଂରକ୍ଷଣ । ଆଗମୀ ପିଢ଼ିକୁ ଚାଷ ପାଇଁ କରିବ ପ୍ରୋତ୍ସାହିତ ।

କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଭିନ୍ନ ପ୍ରୟାସ, ସଂରକ୍ଷିତ ହେଉଛି ହଜିଯାଉଥିବା ପାରମ୍ପରିକ ବିହନ
କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଭିନ୍ନ ପ୍ରୟାସ, ସଂରକ୍ଷିତ ହେଉଛି ହଜିଯାଉଥିବା ପାରମ୍ପରିକ ବିହନ (ETV Bharat Odisha)
author img

By ETV Bharat Odisha Team

Published : 2 hours ago

କୋରାପୁଟ: ପାରମ୍ପରିକ ଫସଲ ସଂରକ୍ଷଣ ଦିଗରେ ଭିନ୍ନ ଏକ ପ୍ରୟାସ ଆରମ୍ଭ କରିଛି କୋରାପୁଟ ସ୍ଥିତ ‘ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ’ । ବିଶ୍ବବିଦ୍ୟାଳୟର ଜୈବ ବିବିଧତା ବିଭାଗ ଏକ ପ୍ରଦର୍ଶନ କ୍ଷେତ୍ର ପ୍ରତିଷ୍ଠା କରି ପ୍ରଶଂସନୀୟ ପଦକ୍ଷେପ ନେଇଛି । ଏହି ପଦକ୍ଷେପ ଫଳରେ ଦିନକୁ ଦିନ ଅଭାବ ହେବାରେ ଲାଗିଥିବା ଚାଉଳ, ମିଲେଟ୍‌, ମକା, ଅଳସୀ ଏବଂ ବିଭିନ୍ନ କନ୍ଦା ଫସଲକୁ ସୁରକ୍ଷିତ ରଖାଯାଇ ପାରିବ । ସ୍ଥାନୀୟ ଅଞ୍ଚଳରେ ମିଳୁଥିବା ଶସ୍ୟର ଜୈବିକ ବିବିଧତାକୁ ବଞ୍ଚାଇ ରଖିବାକୁ ଏହି ଭିଜନ ମାଧ୍ୟମରେ ମିଶନ ଆରମ୍ଭ ହୋଇଥିବା କହିଛନ୍ତି, ବିଭାଗର ସହକାରୀ ପ୍ରଫେସର ଡଃ. ଦେବବ୍ରତ ପଣ୍ଡା ।

  • ସଂରକ୍ଷଣ ତାଲିକାରେ ଶତାଧିକ କିସମର ପାରମ୍ପରିକ ବିହନ

ବିଶ୍ବବିଦ୍ୟାଳୟର ଏହି ସଂରକ୍ଷଣ ମିଶନରେ ଶତାଧିକ କିସମର ବିରଳ ତଥା ଚାଷରୁ ହଜିଯାଉଥିବା ବିହନ ରହିଛି । ପ୍ରାୟ 33 ପ୍ରକାରର ଅଳସୀ, 104 ପ୍ରକାରର ଧାନ, 87 କିସମ ମାଣ୍ଡିଆ, ୧୫ ପ୍ରକାରର ସୁଆଁ, ୮ ପ୍ରକାରର ଦେଶୀ କନ୍ଦା ଏବଂ 12 ପ୍ରକାରର ଦେଶୀ ମକା ବିହନ ଏହି ସଂରକ୍ଷଣ ତାଲିକାରେ ରହିଛି । ତେବେ ଏହି ଚାଷ କରି ବିଭାଗ କେବଳ ପାରମ୍ପରିକ ଫସଲକୁ ସଂରକ୍ଷଣ କରୁନାହିଁ ବରଂ ସେଗୁଡିକର ଚାଷ ଏବଂ ବ୍ୟବହାରକୁ ବର୍ତ୍ତମାନ ଓ ଆଗାମୀ ପିଢି ପାଇଁ ପ୍ରୋତ୍ସାହିତ ମଧ୍ୟ କରୁଛି । ଏହି ପାରମ୍ପରିକ ଫସଲଗୁଡିକ ସେଗୁଡିକର ପୁଷ୍ଟିକର ମୂଲ୍ୟ ଏବଂ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ସ୍ଥିରତା ପାଇଁ ଜଣାଶୁଣା । ସ୍ଥାନୀୟ ଅଞ୍ଚଳରେ ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ଏହି ପାରମ୍ପରିକ କିସମ ସଂରକ୍ଷଣ ଗୁରୁତ୍ୱପୂର୍ଣ୍ଣ ।

ପାରମ୍ପରିକ ବିହନ ସଂରକ୍ଷଣ ଦିଗରେ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଭିନ୍ନ ପ୍ରୟାସ (ETV Bharat Odisha)
  • ବିରଳ ହେବାରେ ଲାଗିଛି ପାରମ୍ପରିକ ବିହନ:-

କୋରାପୁଟ ଅଞ୍ଚଳର ଏହି ପାରମ୍ପରିକ କିସମ ବିହନ କ୍ରମଶଃ ବିରଳ ହୋଇଯାଉଛି । ଯାହାକି କୃଷି ଏବଂ ଖାଦ୍ୟ ନିରାପତ୍ତା ପାଇଁ ଏକ ବଡ଼ ପ୍ରତିବନ୍ଧକ ହେବାର ଆଶଙ୍କା ମଧ୍ୟ ସୃଷ୍ଟି କଲାଣି । ତେଣୁ ପାରମ୍ପରିକ ମଞ୍ଜି ସଂରକ୍ଷଣର ଜରୁରୀ ହୋଇପଡ଼ିଥିବା ପ୍ରଫେସର ଡଃ ପଣ୍ଡା ମତ ରଖିଛନ୍ତି । ଦଶମନ୍ତପୁର କୃଷି ଅଧିକାରୀ ତଥା ରାଜ୍ୟ ସରକାରଙ୍କ ମିଲେଟ ପରାମର୍ଶଦାତା ତାପସ ରାୟ, କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଏହି ପଦକ୍ଷେପକୁ ପ୍ରଶଂସା କରିବା ସହ ବୈଜ୍ଞାନିକ ସଂରକ୍ଷଣ ପଦ୍ଧତିର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି । ଏହି ପରୀକ୍ଷଣ ମାଧ୍ୟମରେ ଆବିଷ୍କୃତ ସର୍ବୋତ୍ତମ ବିହନ କିସମକୁ ତୃଣମୂଳ ସ୍ତରରେ କୃଷକମାନଙ୍କୁ ବିସ୍ତାର କରିବାର ଆବଶ୍ୟକତା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଛନ୍ତି ।

ପାରମ୍ପରିକ ବିହନ ସଂରକ୍ଷଣ ପାଇଁ ପାଦ ବଢ଼ାଇଲା କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ
ପାରମ୍ପରିକ ବିହନ ସଂରକ୍ଷଣ ପାଇଁ ପାଦ ବଢ଼ାଇଲା କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ :- ଆୟୁର୍ବେଦ ଗବେଷକଙ୍କ ଉଦ୍ୟମ, ସଂରକ୍ଷଣ କଲେଣି ୩୦୦ ଔଷଧୀୟ ବୃକ୍ଷ ବିହନ

ଏହା ମଧ୍ୟ ପଢନ୍ତୁ:-'ଚନ୍ଦ୍ରଗିରି-କାବେରୀ କଫିରେ ଅଧିକ ପୋଷକତତ୍ତ୍ବ', ଗବେଷଣାରୁ ଜଣାପଡ଼ିଲା ଗୁଣାତ୍ମକ ମାନ

ଏହା ମଧ୍ୟ ପଢନ୍ତୁ:- କଳିଙ୍ଗ ହର୍ବାଲ ମେଳା ୨୦୨୩: ଲକ୍ଷ୍ୟ ଆୟୁର୍ବେଦ ଚିକିତ୍ସା ଓ ଔଷଧର ପ୍ରଚାର ପ୍ରସାର

  • ବିଶ୍ବବିଦ୍ୟାଳୟକୁ କୃଷି ବିଶେଷଜ୍ଞଙ୍କ ପ୍ରଶଂସା :-

ଚାଷୀ ସଂଗଠନ, ବେସରକାରୀ ଅନୁଷ୍ଠାନ (ଏନଜିଓ) ଏବଂ କୃଷି ଓ ଉଦ୍ୟାନ ବିଭାଗ ସହିତ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସହଯୋଗରେ ପାରମ୍ପରିକ ବିହନ ଓ ଚାଷ ପ୍ରଣାଳୀ କ୍ଷେତ୍ରରେ ମାର୍ଗ ପ୍ରସ୍ତୁତ କରିପାରିବ ବୋଲି ତାପସ ରାଏ ଆଶା ପ୍ରକଟ କରିଛନ୍ତି । ଏହି ପାରମ୍ପରିକ ଫସଲର ଚାଷ ଏବଂ ପ୍ରୋତ୍ସାହନ ପାଇଁ ‘ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ମିଲେଟ୍ ରିସର୍ଚ୍ଚ’ ସହିତ ଜିଲ୍ଲା ପ୍ରଶାସନର ସହଯୋଗରେ ବାଟି ମାଣ୍ଡିଆ ଭଳି ଏକ ଶସ୍ୟ, ସମଗ୍ର କୋରାପୁଟ ଅଞ୍ଚଳର ସର୍ବୋତ୍ତମ ମିଲେଟ୍‌ କିସମ ଭାବରେ ଆବିଷ୍କୃତ ହୋଇଥିଲା । ଏହି କିସମ ବିବିଧ ପ୍ରତିକୂଳ ଅବସ୍ଥାକୁ ସମ୍ମୁଖୀନ କରିପାରିବାର ଦକ୍ଷତା ରଖିଛି ବୋଲି ଗବେଷଣାରୁ ସ୍ପଷ୍ଟ ହୋଇଥିଲା ।

  • ଖାଦ୍ୟ ନିରାପତ୍ତା ପାଇଁ ବହୁମୂଲ୍ୟ ପ୍ରୟାସ:-

ପାରମ୍ପରିକ ଫସଲର ସଂରକ୍ଷଣ ତଥା ପ୍ରୋତ୍ସାହନ ଦେଇ ଓଡିଶାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଜୈବ ବିବିଧତା ବିଭାଗ ନିରନ୍ତର କୃଷି ଏବଂ ଖାଦ୍ୟ ନିରାପତ୍ତା ପାଇଁ ବହୁମୂଲ୍ୟ ଯୋଗଦାନ ଦେଉଛି । ଏହି ପଦକ୍ଷେପ ଅନ୍ୟ ଅନୁଷ୍ଠାନଗୁଡିକ ପାଇଁ ଏକ ଆଦର୍ଶ ଭାବରେ କାର୍ଯ୍ୟ କରିବା ସହିତ ପାରମ୍ପରିକ କୃଷିର ଭବିଷ୍ୟତ ପାଇଁ ଆଶା ପ୍ରେରଣ କରିବ ବୋଲି କୃଷି ଅଧିକାରୀ ତାପସ ରାୟ ଆଶା ପୋଷଣ କରିଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.