ETV Bharat / state

ମହାନଦୀରେ ନିର୍ମାଣ ହେବ ଜଳଭଣ୍ଡାର ଏବଂ ବ୍ୟାରେଜ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ - MAHANADI RIVER SYSTEM

ପଡୋଶୀ ରାଜ୍ୟ ଛତିଶଗଡ଼ ସହ ଲାଗି ରହିଛି ମହାନଦୀ ଜଳ ବିବାଦ । ଏହାର ସମାଧାନ କରିବା ଲାଗି ମୋହନ ମାଝୀ ସରକାର ଗୁରୁତ୍ୱ ଦେଉଛନ୍ତି ।

mahanadi river system
mahanadi river system (ETV Bharat Odisha)
author img

By ETV Bharat Odisha Team

Published : Nov 28, 2024, 3:36 PM IST

Updated : Nov 28, 2024, 5:18 PM IST

ଭୁବନେଶ୍ବର: ମହାନଦୀ ଅବବାହିକାରେ ନିର୍ମାଣ ହେବ ଜଳଭଣ୍ଡାର ଏବଂ ବ୍ୟାରେଜ । ଜଳଭଣ୍ଡାର ଏବଂ ବ୍ୟାରେଜ୍ ପାଇଁ ସର୍ବେକ୍ଷଣ ଆରମ୍ଭ ହୋଇସାରିଛି । ଅନ୍ୟ କିଛି ପ୍ରକଳ୍ପ ଲାଗି କେନ୍ଦ୍ରୀୟ ଜଳ ଆୟୋଗଙ୍କ ସହ ତଥ୍ୟ ଆଦାନପ୍ରଦାନ ହେଉଛି । କିଛି ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ପାଇଁ ସମ୍ପୃକ୍ତ ମୁଖ୍ୟଯନ୍ତ୍ରୀଙ୍କୁ ନକ୍ସା ହସ୍ତାନ୍ତର କରାଯାଇଛି । ବିଧାନସଭା ଶୀତକାଳୀନ ଅଧିବେଶନର ତୃତୀୟ ଦିନରେ ଗୃହରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ମହାନଦୀ ଅବବାହିକାରେ ନିର୍ମାଣ ହେବ ନୂଆ ଜଳଭଣ୍ଡାର ପ୍ରକଳ୍ପ ଏବଂ ବ୍ୟାରେଜ୍-

ମହାନଦୀର ସୁରକ୍ଷା ପାଇଁ ସ୍ବତନ୍ତ୍ର ପଦକ୍ଷେପ ପ୍ରଶ୍ନର ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଜେଡି ବିଧାୟକ ସୌଭିକ ବିଶ୍ୱାଳଙ୍କ ଅଣତାରକା ପ୍ରଶ୍ନର ଉତ୍ତର ରଖି ମହାନଦୀ ଅବବାହିକାରେ ନିର୍ମାଣ ହେବ ନୂଆ ଜଳଭଣ୍ଡାର ପ୍ରକଳ୍ପ ଏବଂ ବ୍ୟାରେଜ୍ ନିର୍ମାଣ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । "ପ୍ରକଳ୍ପ ଗୁଡ଼ିକ ଲାଗି ସର୍ବେକ୍ଷଣ ଓ ଅନୁସନ୍ଧାନ କାର୍ଯ୍ୟ ଚାଲୁ ରହିଛି । ଅନ୍ୟ କିଛି ପ୍ରକଳ୍ପ ଲାଗି ବିଭିନ୍ନ କେନ୍ଦ୍ରୀୟ ସଂସ୍ଥାନ ଯଥା କେନ୍ଦ୍ରୀୟ ଜଳ ଆୟୋଗଙ୍କ ସହ ବୈଷୟିକ ଅନୁମୋଦନ ସମ୍ବନ୍ଧୀୟ ତଥ୍ୟ ଆଦାନ ପ୍ରଦାନ ଚାଲିଛି," ବୋଲି କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଏହା ବି ପଢନ୍ତୁ- ଶୁଖୁଛି ମହାନଦୀ, କମୁଛି ହୀରାକୁଦ ଜଳସ୍ତର: ସମାଧାନ କରିପାରିବ ତ ମୋହନ ସରକାର ? - Mahanadi water dispute

ଏହା ବି ପଢନ୍ତୁ- ଦୂର ହେବ ପଡୋଶୀ ରାଜ୍ୟ ସହ ଜଳ ବିବାଦ ! ଅଣ୍ଟା ଭିଡ଼ିଲେଣି ନୂଆ ସରକାର, ଏଭଳି କହିଲା ବିଜେଡି - Mahanadi Water Dispute

"ମହାନଦୀର ଉପର ମୁଣ୍ଡରେ ମୁଖ୍ୟ ମହାନଦୀ ଓ ତାର ଉପନଦୀ ଗୁଡ଼ିକ ଉପରେ ଛତିଶଗଡ଼ ସରକାରଙ୍କ ଦ୍ବାରା ଅନେକ ଗୁଡ଼ିଏ ବୃହତ, ମଧ୍ୟମ ଓ କ୍ଷୁଦ୍ର ବନ୍ଧ ଓ ବ୍ୟାରେଜ ପ୍ରକଳ୍ପ ସହିତ ଅନେକ ଗୁଡ଼ିଏ ଆନିକଟ ନିର୍ମାଣ କରି ଜଳ ଅଟକାଉଥ‌ିବାରୁ ଓଡ଼ିଶାର ମହାନଦୀରେ ଜଳ ପ୍ରବାହ କ୍ରମଶଃ ହ୍ରାସ ପାଉଛି । ମହାନଦୀର ସୁରକ୍ଷା ପାଇଁ ସ୍ଵତନ୍ତ୍ର ପଦକ୍ଷେପ ସ୍ୱରୂପ ଓଡ଼ିଶା ସରକାର ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲଙ୍କ ଦ୍ବାରସ୍ଥ ହୋଇଛି । ବର୍ତ୍ତମାନ ଏହି ବିବାଦ ଟ୍ରିବ୍ୟୁନାଲରେ ବିଚାରାଧୀନ ରହିଛି," ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଶୁଖୁଛି ମହାନଦୀ, କମୁଛି ହୀରାକୁଦ ଜଳସ୍ତର-

କୃଷି ପ୍ରାଧାନ୍ୟ ଓଡ଼ିଶାର ଜୀବନରେଖା ହେଉଛି ମହାନଦୀ । 15ଟି ଜିଲ୍ଲା ଦେଇ ପ୍ରବାହିତ ହେଉଥିବା ମହାନଦୀର ଜଳ ସଙ୍କଟରେ । ଉପର ମୁଣ୍ଡରେ ଛତିଶଗଡ଼ ସରକାର ଏକାଧିକ ବ୍ୟାରେଜ ଏବଂ ଛୋଟ ବଡ଼ ପ୍ରକଳ୍ପ ନିର୍ମାଣ କରିଥିବାରୁ ହୀରାକୁଦରେ ଜଳସ୍ତର ହ୍ରାସ ପାଉଛି । ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛି ଓଡ଼ିଶା । ଦୁଇ ରାଜ୍ୟ ମଧ୍ୟରେ ଏହି ଜଳ ଆବଣ୍ଟନ ବିବାଦ ସୁପ୍ରିମକୋର୍ଟରେ ମଧ୍ୟ ପହଞ୍ଚିଛି । ହେଲେ ଏହାର ସମାଧାନ କରିବା ପାଇଁ ଟ୍ରିବ୍ୟୁନାଲ ଗଠନ ହୋଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଏହାର କୌଣସି ସମାଧାନ ବାହାରି ପାରନି ।

2016ରୁ ଚାଲିଛି ମାମଲା: 2016 ମସିହାରେ ମହାନଦୀକୁ ନେଇ ଛତିଶଗଡ଼ ଏବଂ ଓଡିଶା ମଧ୍ୟରେ ଜଳ ବିବାଦ ସାମ୍ନାକୁ ଆସିଥିଲା । 2017ରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନେଇ ଏକ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା । ତତ୍କାଳୀନ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଉମା ଭାରତୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ କରାଯାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିଲା । ଫଳରେ ବାଧ୍ୟ ହୋଇ ଓଡିଶା ସରକାର ସୁପ୍ରିମକୋର୍ଟର ଦ୍ବାରସ୍ଥ ହେଲେ । କୋର୍ଟଙ୍କ ହସ୍ତକ୍ଷେପ ପରେ 2018 ମସିହାରେ ଗଠନ ହେଲା ଟ୍ରିବ୍ୟୁନାଲ । ହେଲେ ଯାହା ଆଶା କରାଯାଉଥିଲା, ସେପରି କିଛି ଠୋସ ସମାଧାନ ଏପର୍ଯ୍ୟନ୍ତ ବାହାରି ପାରିନି । ମାତ୍ର ଟ୍ରିବ୍ୟୁନାଲରେ ମାମଲା ଗଡି ଚାଲିଛି ।

ରମଣ ସିଂହଙ୍କ ସରକାର ସମୟରେ ନିର୍ମାଣ ହୋଇଥିଲା ବ୍ୟାରେଜ: ମଧ୍ୟ ପ୍ରଦେଶର ବାହାରି ଛତିଶଗଡ ଓ ପରେ ଓଡିଶା ହୋଇ ବଙ୍ଗୋପସାଗରେ ମିଶିଥିବା ମହାନଦୀର ତଳମୁଣ୍ଡରେ ରହିଛି ଓଡିଶା । ରାଜ୍ୟର ସର୍ବବୃହତ୍ତ ନଦୀ ହେଉଛି ମହାନଦୀ । ସମ୍ବଲପୁରରେ ଏହି ମହାନଦୀ ଉପରେ ନିର୍ମାଣ ହୀରାକୁଦ ନଦୀବନ୍ଧ ବିଶ୍ବର ଦୀର୍ଘତମ ନଦୀବନ୍ଧ । ହେଲେ ଏହାର ଉପର ମୁଣ୍ଡରେ ରହିଛି ଛତିଶଗଡ । ଛତିଶଗଡରେ ମହାନଦୀ ଉପରେ ଏକାଧିକ ଆନିକଟ, ବନ୍ଧ, ଡ୍ୟାମ ନିର୍ମାଣ କରାଯାଇଛି । ଏଗୁଡିକ ମଧ୍ୟରେ କଲମା, ଶିରୋମଣି ଭଳି ବଡ଼ ବଡ଼ ବ୍ୟାରେଜ ମଧ୍ୟ ରହିଛି । ଫଳରେ ତଳମୁଣ୍ଡରେ ମହନଦୀରେ ଜଳପ୍ରବାହ ହ୍ରାସ ପାଇଲା । ଏବେ ହୀରାକୁଦରେ ଜଳସ୍ତର ସ୍ବାଭାବିକ ଠାରୁ 3.8 ଫୁଟ କମ ରହିଛି ।

ହୀରାକୁଦ ନଦୀବନ୍ଧ ସମ୍ପର୍କରେ...

1946 ମସିହା ମାର୍ଚ୍ଚ 15 ତାରିଖ । ବିଶ୍ବର ସର୍ବବୃହତ ବହୁମୁଖୀ ନଦୀବନ୍ଧ ଯୋଜନାର ପଡିଥିଲା ଭିତ୍ତି ପ୍ରସ୍ତର । 1957 ଜାନୁଆରି 13ରେ ବିକାଶର ନୂଆ ସୁନେଲୀ ସ୍ବପ୍ନ ନେଇ ଉଦଘାଟିତ ହୋଇଥିଲା ହୀରାକୁଦ ନଦୀବନ୍ଧ । ହୀରାକୁଦ ଡ୍ୟାମ ସମ୍ବଲପୁର ସହରର ଉପର ମୁଣ୍ଡରେ ପ୍ରାୟ 15 କିମି ଦୂରତା ଓ ବୁର୍ଲା ନିକଟ 6 ନମ୍ବର ଜାତୀୟ ରାଜପଥରୁ ମାତ୍ର 6 କିମି ଦୂରତାରେ ଏହା ଅବସ୍ଥିତ । ମୁଖ୍ୟ ଡ୍ୟାମର ଦୀର୍ଘତା 4.8 କିମି ଥିବା ବେଳେ ଉଭୟ ପାର୍ଶ୍ବରେ ଥିବା ଡାଇକର ଦୀର୍ଘତା 21 କିମି ରହିଛି । ଏଥିରେ 34ଟି କ୍ରେଷ୍ଟ ଗେଟ ଥିବା ବେଳେ 64ଟି ସ୍ବିଇସ ଗେଟ ରହିଛି । ଏହି ନଦୀବନ୍ଧ 743 ବର୍ଗ କିମି ପର୍ଯ୍ୟନ୍ତ ବିସ୍ତୃତ ହୋଇଛି । ଏହାର ଜଳରାଶି 274ବର୍ଗ କିଲୋମିଟରକୁ ବିସ୍ତୃତ ହୋଇରହିଛି । ଏହି ଡ୍ୟାମ ଦ୍ବାରା 1,59,106 ହେକ୍ଟର ଖରିଫ ଓ 1,08,385 ହେକ୍ଟର ଅଞ୍ଚଳ ରବି ଫସଲ ହେଉଛି । ଏହାସହ 2, 51,000 ହେକ୍ଟର ଜମି ପାୱାର ହାଉସରୁ ନିଷ୍କାସିତ ହେଉଥିବା ଜଳରେ ଜଳସେଚିତ ହେଉଛି ।

ମୁଖ୍ୟତଃ ସମ୍ବଲପୁର, ବରଗଡ଼ ଜିଲ୍ଲା ମୁଖ୍ୟତଃ ଏହାଦ୍ବାରା ଲାଭବାନ ହେଉଥିବା ବେଳେ ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲା ଏହା ଦ୍ବାରା ଆଂଶିକ ଭାବେ ଲାଭବାନ ହେଉଛନ୍ତି । ଏହାଦ୍ବାରା କଟକ ଓ ପୁରୀ ଜିଲ୍ଲାର 9500 ବର୍ଗ କିଲୋମିଟରର ଡେଲ୍ଟା ଅଞ୍ଚଳ ବନ୍ୟାରୁ ସୁରକ୍ଷିତ ରହୁଛି । ଏହାସହ ଏହାର ଜଳ ବିଦ୍ୟୁତ ପ୍ରକଳ୍ପରୁ 347.86 ମେଗାୱାଟ ବିଦ୍ୟୁତ ଶକ୍ତି ଉତ୍ପାଦନ ହେବାର କ୍ଷମତା ରହିଛି । ତେବେ ଆମ ରାଜ୍ୟକୁ ଏତିକି ସେବା ଯୋଗାଉଥିବା ଏହି ଡ୍ୟାମର ସୁରକ୍ଷା ବର୍ତ୍ତମାନ ଏକ ବଡ଼ ଆହ୍ବାନ ହୋଇଛି । କାରଣ ଏହି ଡ୍ୟାମକୁ ବର୍ତ୍ତମାନ 66 ବର୍ଷରୁ ଅଧିକ ହୋଇଯାଇଥିବା ବେଳେ ଏହାର 42 ପ୍ରତିଶତ ସ୍ଥାନରେ ପଟୁ ମାଟି ଜମି ସାରିଥିବା ବିଶେଷଜ୍ଞ କୁହନ୍ତି । ଫଳରେ ଏହାର ଜଳ ଧାରଣ କ୍ଷମତା ମଧ୍ୟ ହ୍ରାସ ପାଇଥିବା କୁହାଯାଏ ।

ଜଳ ନିଷ୍କାସନ ନେଇ ଗୃହରେ ଉଦବେଗ-
ଉପକୂଳବର୍ତ୍ତୀ ଅଞ୍ଚଳରେ ଡ୍ରେନେଜ ଏବଂ ନଦୀ ଶଯ୍ୟାରେ କଲିକତି ଦଳ ଓ ଚିଙ୍ଗୁଡ଼ିଆ ଦଳ ଭର୍ତ୍ତି ହୋଇ ଜଳ ନିଷ୍କାସନରେ ବାଧା ସୃଷ୍ଟି କରୁଛି । ଏହାର ନିରାକରଣ ପାଇଁ ସରକାର କି ପଦକ୍ଷେପ ଗ୍ରହଣ କରିଛନ୍ତି ତାକୁ ନେଇ ବିଧାନସଭା ପ୍ରଶ୍ନ ଉଠାଇଛନ୍ତି ଏକାଧିକ ସଦସ୍ୟ । ସେପଟେ ଜଳ ସମ୍ପଦମନ୍ତ୍ରୀଙ୍କ ତରଫରୁ ଉତ୍ତର ରଖିଛନ୍ତି ସଂସଦୀୟ ବ୍ୟାପାରମନ୍ତ୍ରୀ ମୁକେଶ ମହାଳିଙ୍ଗ । ଦୀର୍ଘସ୍ଥାୟୀ ଜଳ ନିଷ୍କାସନ ମାଷ୍ଟର ପ୍ଲାନ ପ୍ରସ୍ତୁତ କରି ଦଳ ସଫା ସହ ପୋତି ହୋଇପଡିଥିବା ମୁଂହାଣର ପଙ୍କ ଓ ମାଟି ଅପସାରଣ କରି ଜଳ ନିଷ୍କାସନକୁ ସୁବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ସରକାର "ନାଳ ଉନ୍ନତି କରଣ ଯୋଜନା " ଡିପ୍ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ପାଇଁ 330 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ସୂଚନା ଥାଉ କି ଉପକୂଳବର୍ତ୍ତୀ ଅଞ୍ଚଳରେ ବିଲାତି ଦଳ ବା କଲିକତି, ଚିଙ୍ଗୁଡ଼ିଆ ଦଳ ନଦୀ ଏବଂ ଡ୍ରେନେଜ ଗୁଡ଼ିକରେ ଜଳ ନିଷ୍କାସନ ପାଇଁ ଏକ ବଡ଼ କଣ୍ଟା ସଦୃଶ ହୋଇ ଉଭା ହୋଇଛି । ଏପରିକି ଦଳ ଏତେ ମାତ୍ରାରେ ଜମା ହେଉଛି ଯେ ନଦୀ ଶଯ୍ୟାରେ ଜଳ ନିଷ୍କାସନ ପାଇଁ ଅବରୋଧ କରୁଛି । ଚିଙ୍ଗୁଡ଼ିଆ ଦଳକୁ କାଢ଼ିବା ପାଇଁ ସରକାର କଣ ପଦକ୍ଷେପ ନେଇଛନ୍ତି ବୋଲି ଏକାଧିକ ବିଧାୟକ ପ୍ରଶ୍ନ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Nov 28, 2024, 5:18 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.