ଓଡିଶା

odisha

ETV Bharat / state

ଭୁବନେଶ୍ୱର ନୂତନ କୋର୍ଟ କମ୍ପ୍ଲେକ୍ସ ଲୋକାର୍ପିତ କଲେ ରାଷ୍ଟ୍ରପତି - BHUBANESWAR JUDICIAL COURT COMPLEX

ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ୱର ନୂତନ କୋର୍ଟ କମ୍ପ୍ଲେକ୍ସ ଉଦଘାଟନ କରିଛନ୍ତି ।

BHUBANESWAR JUDICIAL COURT COMPLEX
BHUBANESWAR JUDICIAL COURT COMPLEX (ETV Bharat Odisha)

By ETV Bharat Odisha Team

Published : Dec 5, 2024, 10:56 PM IST

ଭୁବନେଶ୍ବର:ରାଜଧାନୀ ଭୁବନେଶ୍ୱର କୋର୍ଟର ନୂତନ କୋଠା ଉଦଘାଟିତ । ଏହାକୁ ଉଦଘାଟନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କଳ୍ପନା ଛକରେ ଦୀର୍ଘ ଦିନ ଧରି ଉଦଘାଟନ ଅପେକ୍ଷାରେ ଥିବା ଏହି ପାଞ୍ଚ ମହଲା ବିଶିଷ୍ଟ କୋଠାର ଆଜି ଶୁଭଉଦଘାଟନ ହୋଇଛି । ଫଳରେ ଏହି ନ୍ୟାୟକ ଅଦାଲତ ପରିସର ଜନସାଧାରଣଙ୍କୁ ତ୍ବରିତ‌ ନ୍ୟାୟ ସହ ନିତିଦିନିଆ କୋର୍ଟ କଚେରୀ ପାଇଁ ଉପୁଜୁଥିବା ପ୍ରଶାସନିକ ସମସ୍ୟାର ଅନ୍ତ ଘଟିଛି ।


ଏପରି କହିଲେ ରାଷ୍ଟ୍ରପତି:

BHUBANESWAR JUDICIAL COURT COMPLEX (ETV Bharat Odisha)

ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି,"ଏଥିରେ ନ୍ୟାୟିକ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ନୂତନ ଜ୍ଞାନକୌଶଳ ବ୍ୟବହାର କରାଯାଉଛି । କୋର୍ଟ ପରିସରରେ ଆଧୁନିକ ସୁବିଧା ନ୍ୟାୟିକ କ୍ଷେତ୍ରରେ ସୁରୁଖୁରୁରେ କାମ କରିବାରେ ସହାୟକ ହେବ । ସାଧାରଣ ନାଗରିକମାନେ କିପରି ବିନା ଭୟରେ ନ୍ୟାୟିକ ବ୍ୟବସ୍ଥା ସହିତ ଯୋଗାଯୋଗ କରିପାରିବେ, ତାହା ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ।ଏପରିକି ଲୋକମାନେ ଓକିଲ ଓ ବିଚାରପତିଙ୍କ ସମ୍ମୁଖରେ ଭୟଭୀତ ହୋଇଯାଆନ୍ତି । ଅଦାଲତରେ ଏକ ସମ୍ବେଦନଶୀଳ ବାତାବରଣ ରହିବା ଜରୁରୀ । ଯାହାଦ୍ବାରା ସେମାନେ ମୁକ୍ତ ଭାବରେ ନିଜକୁ ପ୍ରକାଶ କରିପାରିବେ ।"



'ବିଳମ୍ବରେ ନ୍ୟାୟ ଅନ୍ୟାୟ ସହ ସମାନ':
ସେ ଆହୁରି ମଧ୍ୟ କହିଛନ୍ତି," ଠିକ୍ ସମୟରେ ନ୍ୟାୟ ନମିଳିବା ଅନ୍ୟାୟ ସହିତ ସମାନ । ବିଚାର ପ୍ରକ୍ରିୟା ସ୍ଥଗିତ ରଖାଯିବା ପ୍ରକ୍ରିୟା ଯୋଗୁଁ ଗରିବ ଶ୍ରେଣୀର ଲୋକମାନେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି । ବାରମ୍ବାର ଅଦାଲତକୁ ଯିବା ଆସିବା ପାଇଁ ସେମାନଙ୍କ ପାଇଁ ସମସ୍ୟା ହେଉଛି । ସେମାନଙ୍କ ପାଖରେ ଅର୍ଥ କିମ୍ବା ମାନବ ସମ୍ବଳ ନାହିଁ କୋର୍ଟ କଚେରୀ ଚକ୍କର କାଟିବାକୁ । ସମସ୍ତ ଅଂଶୀଦାରମାନେ ସାଧାରଣ ଲୋକଙ୍କ ସ୍ବାର୍ଥରେ କାମ କରି ବିଳମ୍ବ ବା ସ୍ଥଗିତ ରଖାଯିବାର ପରମ୍ପରାକୁ ଏଡ଼ାଇବା ପାଇଁ ଏକ ଉପାୟ ଖୋଜିବା ପାଇଁ ପ୍ରାଥମିକତା ଦେବେ ।"



'ଭାଷା ବାଧକ ନହେଉ ଆଇନରେ':

BHUBANESWAR JUDICIAL COURT COMPLEX (ETV Bharat Odisha)
ସେ ଏହା ମଧ୍ୟ କହିଥିଲେ,"ଭାଷା ମଧ୍ୟ ସାଧାରଣ ଲୋକଙ୍କ ପାଇଁ ଏକ ପ୍ରତିବନ୍ଧକ । ଓକିଲ ସେମାନଙ୍କ ସପକ୍ଷରେ କ'ଣ ଯୁକ୍ତି କରୁଛନ୍ତି କିମ୍ଵା ବିଚାରପତି କ'ଣ ରାୟ ଦେଉଛନ୍ତି । ତାହା ସେମାନେ ବୁଝିପାରନ୍ତି ନାହିଁ । ନ୍ୟାୟାଳୟଙ୍କ ରାୟ ଗୁଡ଼ିକ ବର୍ତ୍ତମାନ ଓଡ଼ିଆ ଏବଂ ସାନ୍ତାଳୀ ଭାଷାରେ ଅନୁବାଦ କରାଯାଉଛି । ଏହି ଅନୁବାଦିତ ରାୟଗୁଡ଼ିକ ସୁପ୍ରିମକୋର୍ଟ ଏବଂ ଓଡ଼ିଶା ହାଇକୋର୍ଟର ୱେବସାଇଟରେ ଉପଲବ୍ଧ । ତାହା ଜାଣି ମୁଁ ବହୁତ ଖୁସି ।"
BHUBANESWAR JUDICIAL COURT COMPLEX (ETV Bharat Odisha)

ଏହା ମଧ୍ୟ ପଢନ୍ତୁ...ମାଣ୍ଡିଆ ରାଣୀରୁ ଡକ୍ଟର ରାଇମତି ଘେଉରିଆ, କାହିଁକି ଚର୍ଚ୍ଚାରେ କୋରାପୁଟ ଝିଅ

ଏହା ମଧ୍ୟ ପଢନ୍ତୁ... ଗତ 3 ବର୍ଷରେ ବଜ୍ରପାତ ନେଇଛି 1057 ଓ ସଡକ ଦୁର୍ଘଟଣାରେ ଯାଇଛି 16287 ଜୀବନ

ଏହା ମଧ୍ୟ ପଢନ୍ତୁ... OUAT ସମାବର୍ତ୍ତନ ଉତ୍ସବ: 4 ଜଣଙ୍କୁ ଡକ୍ଟରେଟ୍ ସମ୍ମାନ, ପ୍ରାକୃତିକ ଚାଷ ପାଇଁ ରାଷ୍ଟ୍ରପତିଙ୍କ ଆହ୍ବାନ


ନୂତନ କୋଠାରେ ସୁବିଧା:

BHUBANESWAR JUDICIAL COURT COMPLEX (ETV Bharat Odisha)

ଏହି ପାଞ୍ଚ ମହଲା ବିଶିଷ୍ଟ କୋଠାରେ ରହିଛି ଅନେକ ସୁବିଧା । ୫ଟି ମୁଖ୍ୟ ଦ୍ବାର ରହିଥିବା ବେଳେ 4ଟି ବିଭାଗ ବା କରିଡ଼ର ରହିଛି । ବିଶେଷ କରି ବେସମେଣ୍ଟକୁ ପାର୍କିଂ ଉପରେ ଧ୍ୟାନ ଦିଆଯାଇଛି । ଯେଉଁଠି ଏକ ହଜାରରୁ ଊର୍ଦ୍ଧ୍ବ ବାଇକ ଓ କାର ପାର୍କିଂ ପାଇଁ ବ୍ୟବସ୍ଥା କହିଛି । ତା ସହିତ ଶୀତତାପ ନିୟନ୍ତ୍ରିତ ଏହି କୋଠାରେ 57ଟି କୋର୍ଟ ରୁମ ରହିଛି । ଯେପରିକି ଫାଷ୍ଟ ଟ୍ରାକ, ପୋକ୍ସୋ କୋର୍ଟ, ଫ୍ୟାମିଲ କୋର୍ଟ, ସିଭିଲ କୋର୍ଟ ଭଳି ଭିଜିଲାନ୍ସ କୋର୍ଟ ଇତ୍ୟାଦି । ଏହାସହ 57 ଜଣ ଜର୍ଜଙ୍କ ପାଇଁ ବ୍ୟକ୍ତିଗତ ଚାମ୍ବର ସୁବିଧା ରହିଛି । ସେହିପରି ସରକାରୀ ଓକିଲ ବା ପିପି ,ଏପିପିମାନଙ୍କ ପାଇଁ ସ୍ବତନ୍ତ୍ର କକ୍ଷ ରହିଛି । ଲାଇବ୍ରେରୀ ,ଦୁଇଟି କନଫେରନ୍ସ ହଲ ଏବଂ ପ୍ରେସ କନଫେରନ୍ସ ରୁମ ଇତ୍ୟାଦି ରହିଛି ।


ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details