ଓଡିଶା

odisha

ETV Bharat / state

ଆସୁଛି ପ୍ରସିଦ୍ଧ ମାଘମେଳା, ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ

Preparatory Meeting For Magh Mela:କୋଣାର୍କ ମାଘମେଳା ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ । ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପ୍ରସାଶନ ପକ୍ଷରୁ ବ୍ୟପକ ବ୍ୟବସ୍ଥା କରାଯାଇଛି । ମାଘମେଳା ପାଇଁ ବନ୍ଦ ରହିବ ଅବକାରୀ ଦୋକାନ । ଅଧିକ ପଢନ୍ତୁ

By ETV Bharat Odisha Team

Published : Jan 31, 2024, 10:20 PM IST

ଆସୁଛି ପ୍ରସିଦ୍ଧ ମାଘମେଳା, ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ
ଆସୁଛି ପ୍ରସିଦ୍ଧ ମାଘମେଳା, ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ

ଆସୁଛି ପ୍ରସିଦ୍ଧ ମାଘମେଳା, ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ

ନିମାପଡ଼ା: କୋଣାର୍କ ମାଘମେଳା ପାଇଁ ପ୍ରସ୍ତୁତି ବୈଠକ । ପୁରୀ ଜିଲ୍ଲା କୋଣାର୍କର ପ୍ରସିଦ୍ଧ ମାଘମେଳା ଆରମ୍ଭ ହୋଇଛି ପ୍ରସ୍ତୁତି । ଚଳିତବର୍ଷ ଯାତ୍ରାରେ ଲକ୍ଷ୍ୟାଧିକ ଶ୍ରଦ୍ଧାଳୁଙ୍କୁ ଆଖିରେ ରଖି ପ୍ରସାଶନ ପକ୍ଷରୁ ବ୍ୟପକ ବ୍ୟବସ୍ଥା କରାଯାଇଛି । ଚନ୍ଦ୍ରଭାଗା ପୁଷ୍କରଣୀକୁ ଖନନ କରିବା ସହ ମାଘ ପଡିଆରେ ସିସିଟିଭିରେ ଛାଉଣୀ କରାଯିବା ନେଇ ସୂଚନା ମିଳିଛି । ଲକ୍ଷ୍ୟାଧିକ ଶ୍ରଦ୍ଧାଳୁ କିପରି ଆସି ମାଘମେଳା ବୁଲିଯିବେ ଓ ତ୍ରୀର୍ଥ ପୁଷ୍କରିଣୀରେ ସ୍ନାନ କରି ସୂର୍ଯ୍ୟ ମନ୍ଦିର ,ନବଗ୍ରହ ବୁଲିଯିବେ ,ସେଥିପାଇଁ ପ୍ରସାଶନ ଚିନ୍ତାରେ ଥିବାବେଳେ ଆଜି କୋଣାର୍କ ଯାତ୍ରୀ ନିବାସ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି ।

ତେବେ ମାଘମେଳା ପାଇଁ ଆଉ ମାତ୍ର ୧୫ ଦିନ ରହିଥିବା ବେଳେ ଯୁର୍ଦ୍ଧକାଳୀନ ଭିତ୍ତିରେ ତ୍ରୀର୍ଥ ପୁଷ୍କରିଣୀ ଖନନ କରିବା ସହ ପିଇବା ପାଣିର ସୁବିଧା, ଆଲୋକ ସଜା ରାସ୍ତାଘାଟ ମରାମତିକୁ ଦୃଷ୍ଟି ଆକର୍ଷଣ କରିବାକୁ ସମସ୍ତ ଅଫିସରଙ୍କୁ ତାଗିଦ କରିଛି ଜିଲ୍ଲା ପ୍ରଶାସନ । ଏଥିପାଇଁ ଦୁଇ ଦିନ ଧରି ସମସ୍ତ ଅବକାରୀ ଦୋକାନ ବନ୍ଦ ରହିବା ସହ ସବୁ ସ୍ଥାନରେ ଗାଡ଼ି ଯାଞ୍ଚ କରିବାକୁ ପୋଲିସ ବିଭାଗ ଓ ଅବକାରୀ ବିଭାଗ ଦାୟିତ୍ଵ ନେଇଛନ୍ତି ।

ଅନ୍ୟପଟେ ପୋଲିସ ପକ୍ଷରୁ ଗତବର୍ଷ ପରି ସର୍ବ ମୋଟ ୩୦ ପ୍ଲାଟୁନ ଫୋର୍ସ ୩୦ଜଣ DSP ,୧୦୦ଜଣ IIC ସହ ପୁରୀ ଆରକ୍ଷୀ ଅଧିକାରୀ ଉପସ୍ଥିତ ରହିବାର ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱର ପଟୁ ଆସୁଥିବା ଶ୍ରଦ୍ଧାଳୁମାନେ କିପରି ବଡ଼ ଗାଡିଗୁଡିକୁ ଭଗବତୀ ମହାବିଦ୍ୟାଳୟ ପଡିଆରେ ରଖିବାକୁ ନିଷ୍ପତ୍ତି ହୋଇଛି । ଏହାସହ କାରଗୁଡିକ ହେଲିପ୍ୟାଡରେ ରଖି ସେଠାରୁ ଚାଲିଚାଲି ଚନ୍ଦ୍ରଭାଗା ପୁଷ୍କରିଣୀ ଯାଇ ବୁଡ଼ ପକାଇବା ପାଇଁ ବ୍ୟବସ୍ଥା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ.....ସମଲେଇ ପ୍ରକଳ୍ପ ଲୋକାର୍ପଣ ପାଇଁ ଅନୁଷ୍ଠିତ ଯଜ୍ଞର ପୂର୍ଣ୍ଣାହୁତି

ଏହା ମଧ୍ୟ ପଢନ୍ତୁ....ଫେବୃଆରୀରେ ସବୁ ଜିଲ୍ଲାରେ ଗଡ଼ିବ ଲକ୍ଷ୍ମୀ ବସ୍; ଆଜିଠୁ ଦେବଗଡ଼, ଅନୁଗୋଳ ଓ ଢେଙ୍କାନାଳରେ ବସ୍ ସେବା ଆରମ୍ଭ

ସେହିପରି ପୁରୀରୁ ଆସୁଥିବା ଗାଡି ଗୁଡିକୁ ରାମଚଣ୍ଡୀ ଠାରେ ରଖିବା ପାଇଁ ଧାର୍ଯ୍ୟ କରାଯାଇଛି । ଯେପରି କୌଣସି ଅଘଟଣ ନହୁଏ । ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରସିଦ୍ଧ ମାଘବୁଡ଼ ପାଇଁ ଓଡିଶାର କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଚନ୍ଦ୍ରଭାଗାକୁ ଆସିବେ । ଏହାସହ କୋଣାର୍କ ସୂର୍ଯ୍ୟ ମନ୍ଦିର, ନବଗ୍ରହ ପୀଠକୁ ମଧ୍ୟ ଡାକବଙ୍ଗଳା ଛକରେ ଦେଇ ପ୍ରବେଶ କରିବେ ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details