ଓଡିଶା

odisha

ETV Bharat / state

୨୦ରୁ ମାଟ୍ରିକ ପରୀକ୍ଷା: ବୋର୍ଡର ଚରମବାଣୀ, 'କପି ହେଲେ ପ୍ରଧାନ ଶିକ୍ଷକ ଦାୟୀ' - ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତି

BSC Odisha 10th board Exam : ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତି । ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ଶତ ପ୍ରତିଶତ ଉପସ୍ଥାନ ପାଇଁ ପଦକ୍ଷେପ ନିଆଯାଉଛି । ଅଧିକ ପଢ଼ନ୍ତୁ,

ଦଶମ ମ୍ୟାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ
ଦଶମ ମ୍ୟାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ

By ETV Bharat Odisha Team

Published : Feb 10, 2024, 1:50 PM IST

ଭୁବନେଶ୍ବର: ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତି । ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ଶତ ପ୍ରତିଶତ ଉପସ୍ଥାନ ପାଇଁ ପଦକ୍ଷେପ ନିଆଯାଉଛି । ଆଗକୁ୍ ମାଟ୍ରିକ ପରୀକ୍ଷା ଆସୁଥିବାରୁ ବ୍ଲକ୍ ଓ ଜିଲ୍ଲାସ୍ତରରେ ମଧ୍ୟ ଶିକ୍ଷାଧିକାରୀଙ୍କ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଉଛି । ଆସନ୍ତୁ ଜାଣିବା ଆସନ୍ତା ୨୦ ତାରିଖରୁ ଆରମ୍ଭ ହେଉଥିବା ମାଟ୍ରିକ ପରୀକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ଗୁଡ଼ିକ ଉପରେ।

ମାଟ୍ରିକ ପରୀକ୍ଷା ପାଇଁ ପଦକ୍ଷେପ:

ଆସନ୍ତା 20 ତାରିଖରୁ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ଦଶମ ଶ୍ରେଣୀ ପରୀକ୍ଷା । ସେନେଇ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ମାଟ୍ରିକ ପରୀକ୍ଷା ଏବଂ ପରୀକ୍ଷା କେନ୍ଦ୍ର ପ୍ରସ୍ତୁତି ଏକ ଗୁରୁତ୍ବପୂର୍ଣ୍ଣ ବିଷୟ । ତାସହିତ ପ୍ରଶ୍ନ ଓ ଉତ୍ତର ପତ୍ର ପାଇଁ କେନ୍ଦ୍ର ପରିଚାଳକ ବା ସୁପରିଟେଣ୍ଡେଣ୍ଟ ସଜାଗ ହୋଇ ରହିଛନ୍ତି । ଅନଲାଇନ୍‌ ମାଧ୍ୟମରେ ମଧ୍ୟ ପରୀକ୍ଷା ସମ୍ବନ୍ଧୀୟ ତଥ୍ୟ ଯୋଗାଇବା ପାଇଁ ପ୍ରସ୍ତୁତି କରାଯାଉଛି । ସରକାର ଏବଂ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରଶ୍ନପତ୍ର ଭାଇରାଲ ନହେବା ପାଇଁ ଖୁବ୍ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଯଦି କୌଣସି ପରୀକ୍ଷା କେନ୍ଦ୍ରରେ କପି ଚିହ୍ନଟ ହୁଏ ତେବେ ଉକ୍ତ ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ଏଥିପାଇଁ ଦାୟୀ ରିହବେ । ପରୀକ୍ଷା ଚାଲିଥିବା ସମୟରେ କେବଳ ପରୀକ୍ଷା କେନ୍ଦ୍ର ପରିଚାଳକଙ୍କ ବ୍ୟତୀତ ଅନ୍ୟ କେହି ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ୍ ଫୋନ୍ ନେଇ ପ୍ରବେଶ କରିପାରିବେ ନାହିଁ। ପ୍ରଶ୍ନପତ୍ର ଥିବା ଆଲମାରୀର ଚାବିକାଠି କେନ୍ଦ୍ର ପରିଚାଳକ ସବର୍ଦା ନିଜ ପାଖରେ ରଖିବେ। କୌଣସି ପ୍ୟାକେଟ କିମ୍ବା କାଗଜପତ୍ର ଯାଞ୍ଚ ପାଇଁ ଦେବା ପୂବରୁ ସମ୍ପୃକ୍ତ ଅଧିକାରୀଙ୍କ ପରିଚୟ ସମ୍ପର୍କରେ ଭଲ ଭାବରେ ଜାଣିଥିବା ଆବଶ୍ୟକ। ଏପଟେ ପରୀକ୍ଷା ସମୟରେ ୧୨ ରୁ ୨୪ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ଜଣେ ନିରୀକ୍ଷକ। ୪୮ରୁ ୯୬ ପରୀକ୍ଷାର୍ଥୀଙ୍କ ପାଇଁ ଜଣେ ରିଲିଭିଂ ନିରୀକ୍ଷକ ଏବଂ ୨୪ରୁ ୪୮ ପରୀକ୍ଷାର୍ଥୀଙ୍କ ପାଇଁ ଜଣେ ଭ୍ରାମ୍ୟମାଣ ନିରୀକ୍ଷକ ରହିବେ। ପ୍ରଥମ ଦିନ ପରୀକ୍ଷାର ଦିନକ ପୂର୍ବରୁ ପ୍ରଧାନ ଶିକ୍ଷକମାନେ ବୈଠକ ଆୟୋଜନ କରିବେ ।

ପରୀକ୍ଷା କେନ୍ଦ୍ର ଖୋଲିବାର ସମୟ ସାରଣୀ ଏବଂ ପ୍ରଶ୍ନ-ଉତ୍ତର ପୁସ୍ତିକା ବଣ୍ଟନ ନିୟମାବଳୀ:

ସକାଳ ୭ଟା ୩୦ ମିନିଟରେ ପରୀକ୍ଷା କେନ୍ଦ୍ର ଖୋଲିବ । ୮ଟା ୩୦ ମିନିଟରେ ଓଏମଆର ସିଟ୍ ଏବଂ ୮ଟା ୪୫ ମିନିଟରେ ପ୍ରଶ୍ନ-ଉତ୍ତର ପୁସ୍ତିକା ବଣ୍ଟନ କରାଯିବ। ୮ଟା ୪୫ ମିନିଟରୁ ୯ ଟା ମଧ୍ୟରେ ପରୀକ୍ଷାର୍ଥୀମାନେ ଓଏମଆର ସିଟ୍‌ର ପ୍ରଥମ ପୃଷ୍ଠା ଭରିବେ । ନିରୀକ୍ଷକମାନେ ଉପସ୍ଥିତ ଏବଂ ଅନୁପସ୍ଥିତ ପରୀକ୍ଷାର୍ଥୀଙ୍କ ତଥ୍ୟ ଦେବେ । ଏମ୍‌ଟିଏଚ୍ ନିମନ୍ତେ ୧୦ଟା ୧୫ ମିନିଟରୁ ୧୧ଟା ୧୫ ମିନିଟ ପର୍ଯ୍ୟନ୍ତ ସମୟ ମିଳିବ। ଦିବ୍ୟାଙ୍ଗ ପ୍ରମାଣପତ୍ର ଥିବା ପରୀକ୍ଷାର୍ଥୀମାନଙ୍କ ପାଇଁ ଏହି ନିୟମ କୋହଳ କରାଯିବ। ଯାହା ପାଇଁ ଅଭିଭାବକମାନେ ପରୀକ୍ଷାର୍ଥୀଙ୍କ ଦିବ୍ୟାଙ୍କ ପ୍ରମାଣପତ୍ର ସହ ପରୀକ୍ଷାର ଯଥେଷ୍ଟ ପୂର୍ବରୁ ଆବେଦନ କରିବାକୁ ପଡ଼ିବ ।

ଏହା ମଧ୍ୟ ପଢ଼ନ୍ତୁ....'ଓଡ଼ିଆ ଭାଷାର ପ୍ରସାର ପାଇଁ ତାଲିମପ୍ରାପ୍ତ ଓଡ଼ିଆ ଶିକ୍ଷକ ନିଯୁକ୍ତି ଜରୁରୀ'

ମାଟ୍ରିକ ପରୀକ୍ଷାରେ ପରୀକ୍ଷାର୍ଥୀମାନଙ୍କ ଶତ ପ୍ରତିଶତ ଉପସ୍ଥିତି ନିଶ୍ଚିତ କରିବାକୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଯାହାପାଇଁ ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ଅଭିଭାବକମାନଙ୍କୁ ସଚେତନ କରାଯିବ । ତେବେ ଏନେଇ ଆଜି ସମସ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ପ୍ରଞ୍ଚମ ବ୍ଲକ ସ୍ତରୀୟ ବୈଠକ ଅନୁଷ୍ଠିତ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details