ଭୁବନେଶ୍ବର: ଆଲୋକର ପର୍ବ ଦୀପାବଳିକୁ ନେଇ ସବୁଠି ଉତ୍ସବର ମାହୋଲ । ଦୀପାବଳି ସମୟରେ ବାଣ ଫୁଟି ଅଘଟଣ ଘଟିବାର ଆଶଙ୍କା ରହିଥାଏ । ଏଥିପାଇଁ କ୍ୟାପିଟାଲ ହସ୍ପିଟାଲରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ବାଣଫୁଟା ଜନିତ ଦୁର୍ଘଟଣା ମୁକାବିଲା ପାଇଁ ହସ୍ପିଟାଲରେ ପ୍ରସ୍ତୁତ କରାଯାଇଛି । ଯଦି କେହି ବାଣ ଫୁଟାଇବା ସମୟରେ ଆହତ ହୁଅନ୍ତି ତେବେ ତାଙ୍କ ସ୍ବତନ୍ତ୍ର ଚିକିତ୍ସା ଯୋଗାଇ ଦିଆଯିବ । କିନ୍ତୁ ଏପଟେ ହସ୍ପିଟାଲରେ ନାହିଁ ବର୍ଣ୍ଣ ୟୁନିଟ । ଯଦି ଅତ୍ୟଧିକ ଗୁରୁତର ଭାବରେ ରୋଗୀ ଆସନ୍ତି ତେବେ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ ।
କ୍ୟାପିଟାଲ ହସ୍ପିଟାଲରେ ପ୍ରସ୍ତୁତି:
ହସ୍ପିଟାଲ କତ୍ତୃପକ୍ଷଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ହସ୍ପିଟାଲରେ କାଜୁଆଲିଟି ସହ ୬ରୁ ଅଧିକ ଅତିରିକ୍ତ ବେଡ ମହଜୁଦ ରହିଥିବା ବେଳେ ୩ଟି ସିଫ୍ଟରେ ସ୍ପେଶାଲିଷ୍ଟ ଡାକ୍ତର ଡ୍ୟୁଟି କରିବେ । ଯେକୌଣସି ପରିସ୍ଥିତି ମୁକାବିଲା ନେଇ ପ୍ରସ୍ତୁତ ରହିଛି କ୍ୟାପିଟାଲ ହସ୍ପିଟାଲ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ବାଣଫୁଟା ଜନିତ ଦୁର୍ଘଟଣା ମୁକାବିଲା ପାଇଁ ପ୍ରସ୍ତୁତ କରାଯାଇଛି । ଅତିରିକ୍ତ ନର୍ସ, ଆଟେଣ୍ଡାଣ୍ଟ, ସୁରକ୍ଷା କର୍ମୀ ମୁତୟନ ବ୍ୟାପକ ଗଜ କପଡା ସହ ବର୍ଣ୍ଣ ୟୁନିଟ ସଜାଗ ରହିଛି । କାର୍ଡିଓଲୋଜି, ଇଆଣ୍ଡଟି, ମେଡିସିନ, ପେଡିଆଟିକ୍, ଚର୍ମ, ଅଙ୍କଲୋଜି ବିଭାଗର ଅତିରିକ୍ତ ଡାକ୍ତର ନିୟୋଜିତ ହୋଇଛନ୍ତି । ଏଥି ସମେତ କାଜୁଆଲିଟିରେ ଡାକ୍ତର ଉପସ୍ଥିତ ରହିବେ । ବେଡ୍ ସହ ଆଇସିୟୁ ଏବଂ ଭେଣ୍ଟିଲେଟର ପ୍ରସ୍ତୁତ ରହିଥିବା ।
ଏହା ମଧ୍ୟ ପଢ଼ନ୍ତୁ..SCBରେ ହେବ ହାର୍ଟ ଟ୍ରାନ୍ସପ୍ଲାଣ୍ଟ; MGM ହେଲଥ କେୟାର ସହ ସ୍ୱାସ୍ଥ୍ୟ ବିଭାଗର ଏମଓୟୁ |
ହସ୍ପିଟାଲର ସମସ୍ତ ବିଭାଗକୁ ଆଲର୍ଟ:
ଏନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ପଣ୍ଡା କହିଛନ୍ତି, "ଦୀପାବଳି ପାଇଁ ହସ୍ପିଟାଲର ସମସ୍ତ ବିଭିଗକୁ ଆଲର୍ଟ ରଖାଯାଇଛି । ବିଶେଷ କରି ମେଡିସିନ, ସର୍ଜରୀ, ଆଖି, ଅଏନଟି, ଚର୍ମ ଓ କାଜୁଆଲିଟିକୁ ଧ୍ୟାନ ଦିଆଯାଇଛି । ବର୍ଣ୍ଣ ୟୁନିଟି ପାଇଁ ୬ଟି ବେଡ୍ ରଖାଯାଇଛି । ଅତିରିକ୍ତ ନର୍ସ, ଆଟେଣ୍ଡାଣ୍ଟ, ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି ।"