ଓଡିଶା

odisha

ETV Bharat / state

ପ୍ରଥମା ଅଷ୍ଟମୀରେ ମହାପ୍ରଭୁଙ୍କ ପୋଢୁଆଁ ନୀତି, ପହଞ୍ଚିଲା ମାମୁଁ ଘର ଭାର - PURI SRIMANDIRA PRATHAMASTAMI

ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୋଢ଼ୁଆଁ ନୀତି । ମାମୁଁ ଘର ମାଧବାନନ୍ଦଜୀଉ ପୀଠରୁ ଆସିଥିବା ନୂଆ ବସ୍ତ୍ର ପରିଧାନ କରିବେ ଶ୍ରୀଜୀଉ ।

PURI SRIMANDIRA PRATHAMASTAMI
PURI SRIMANDIRA PRATHAMASTAMI (ETV Bharat Odisha)

By ETV Bharat Odisha Team

Published : Nov 23, 2024, 10:38 AM IST

ପୁରୀ:ଆଜି ପବିତ୍ର ପ୍ରଥମାଷ୍ଟମୀ । ଶ୍ରୀମନ୍ଦିରରେ ପୋଢୁଆଁ ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ । ଏଥିପାଇଁ ମହାପ୍ରଭୁଙ୍କ ମାମୁଁ ଘର କଟକ ଜିଲ୍ଲା ନିଆଳି ଶ୍ରୀମାଧବନନ୍ଦଜୀଉ ମନ୍ଦିରରୁ ପୋଢୁଆଁ ଭାର ଆସି ପୁରୀ ଶ୍ରୀମନ୍ଦିରରେ ପହଞ୍ଚିଛି । ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ପ୍ରଥମା ଅଷ୍ଟମୀ ନୀତି ଅନୁଷ୍ଠିତ ହେଉଛି । ପୋଢୁଆଁ ହେବେ ମହାପ୍ରଭୁ । ମାମୁଁ ଘରୁ ଆସିଥିବା ନୂଆ ବସ୍ତ୍ର ପିନ୍ଧିବେ ।

ଶ୍ରୀମନ୍ଦିରରେ ପ୍ରଥମା ଅଷ୍ଟମୀ ନୀତି :

ମାର୍ଗଶୀର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ଭୋଗ ମଣ୍ଡପ ସରିବା ପରେ ୩ ବାଡରେ ମଇଲମ କରାଯାଇ ପୂଜାପଣ୍ଡା ସେବକଙ୍କ ଦ୍ବାର ମହାସ୍ନାନ ନୀତି ହୋଇଥାଏ । ଏହାପରେ ପାଳିଆ ପୁଷ୍ପାଳକ ଶ୍ରୀବିଗ୍ରହମାନଙ୍କୁ ନୂଆଲୁଗା ଲାଗି କରାଇଥାନ୍ତି । ପୂଜାପଣ୍ଡା , ପତି ମହାପାତ୍ର, ମୁଦିରସ୍ତ ସେବକ ଘଟୁଆରୀ ଚନ୍ଦନ ଘରଠାରୁ ଚନ୍ଦନ ବିଜେ କରାଇ ଆଣି ତିନି ବାଡରେ ଲାଗିଇଥାନ୍ତି । ଏହାପରେ ବେଶ ଓ ଅଳଙ୍କାରରେ ବିମଣ୍ଡିତ ହୋଇ କର୍ପୂର ଲାଗି ପରେ ପୁଷ୍ପାଳକମାନେ ସିଂହାସନରୁ ଓହ୍ଲାଇ ଆସିଥାନ୍ତି । ତିନି ବାଡ଼ରେ ପୂଜାପଣ୍ଡା, ପତିମହାପାତ୍ର, ମୁଦିରସ୍ତ ସେବକ ବରୁଣ ପୂଜା କରିଥାନ୍ତି । ପରେ ତିନି ବାଡ଼ରେ ମଙ୍ଗଳାର୍ପଣ ନୀତି ହେବା ସହ ଫୁଲୁପୁରିଆ ଖଦି ଓ ଛେଦା ପ୍ରସାଦ ଲାଗି ହୋଇ ବନ୍ଦାପନା ହୋଇଥାଏ । ଏହିପରି ଭାବେ ପ୍ରଥମାଷ୍ଟମୀ ଦିନ ଶ୍ରୀମନ୍ଦିରରେ ବିଶେଷ ନୀତି ପାଳିତ ହୁଏ ।

PURI SRIMANDIRA PRATHAMASTAMI (ETV Bharat Odisha)

ମହାପ୍ରଭୁଙ୍କ ମାମୁଁ ଘରୁ ଆସିଲା ଭାର:

ନିଆଳିରୁ ପ୍ରଭୁ ମାଧବାନନ୍ଦଜୀଉଙ୍କ ସେବାୟତ ଓ ସ୍ଥାନୀୟ ଲୋକମାନେ ଭାର ନେଇ ଗତକାଲି (ଶୁକ୍ରବାର) ଅପରାହ୍ନରେ ଗୁଣ୍ତିଚା ମନ୍ଦିରରେ ପହଞ୍ଚିଥିଲେ ।ଏହାପରେ ଏକ ବିରାଟ ଶୋଭାଯାତ୍ରାରେ ପାରମ୍ପରିକ ବାଦ୍ୟ,ନୃତ୍ୟ ଯଥା ପାଇକ ଆଖଡା, ରାମତାଳି, ଲଉଡି, ଘୋଡ଼ା ନାଚ ସାଙ୍ଗକୁ ସଙ୍କୀର୍ତ୍ତନ ମଣ୍ଡଳୀ ସହ ଶ୍ରୀମନ୍ଦିରକୁ ଆସିଥିଲେ । ଏହି ପୋଢୁଆଁ ଭାର ଆଣି ଶ୍ରୀମନ୍ଦିର କାର୍ଯ୍ୟଳୟରେ ଦିଆଯାଇଥିଲା । ମଙ୍ଗଳା ପୁରାଣରେ ମହାପ୍ରଭୁଙ୍କ ମାମୁଁ ଘର ନିଆଳିର ମାଧବାନନ୍ଦଜୀଉ ବୋଲି ଉଲ୍ଳେଖ ରହିଛି । ବହୁ ପୂର୍ବରୁ ଏହି ପୋଢ଼ୁଆଁ ଭାର ଆସୁଥିଲା କିନ୍ତୁ କିଛି ସମସ୍ୟା ଯୋଗୁଁ ଏହା ଆସି ପାରିନଥିଲା । ଗତ ୨୦୧୯ ମସିହାରେ ସ୍ଥାନୀୟ ଲୋକମାନେ ଏକାଠି ହୋଇ ପୁଣି ଏହି ପରମ୍ପରା ଆରମ୍ଭ କରିଛନ୍ତି ।

PURI SRIMANDIRA PRATHAMASTAMI (ETV Bharat Odisha)
ପୋଢୁଆଁ ଭାରରେ କଣ ଆସିଛି ?ଏନେଇ ନିଆଳିର ମାଧବ ବାସିନ୍ଦା ଭାଗିରଥି ଆଚାର୍ଯ୍ୟ କହିଛନ୍ତି,"ଅଷ୍ଟମୀ ତିଥିରେ ଘରର ଜ୍ୟେଷ୍ଠ ସନ୍ତାନମାନଙ୍କୁ ପଢୁଆଁ କରାଯାଏ । ମହାପ୍ରଭୁ ମାଧବାନନ୍ଦଜୀଉ ପ୍ରଭୁ ଜଗନ୍ନାଥଙ୍କ ମାମୁଁ ଘର । ପରମ୍ପରା ଅନୁଯାୟୀ ମହାପ୍ରଭୁଙ୍କ ପାଇଁ ପଢ଼ୁଆଁ ଭାର ଅଣାଯାଇଛି । ଏହି ଭାରରେ ଅରୁଆ ଚାଉଳ, ବିରି, ନୁଆ ବସ୍ତ୍ର ପାଟ, 108 ପଦ୍ମ ଫୁଲ, ବିଭିନ୍ନ ଫୁଲ, ମହାପ୍ରଭୁଙ୍କ ପାଇଁ ସୁବାସିତ ପାନ , ପୀଠା, କଦଳୀ ଓ ତୁଳସୀ ପତ୍ର ରହିଛି ।"
PURI SRIMANDIRA PRATHAMASTAMI (ETV Bharat Odisha)

ପଢ଼ୁଆଁ ଭାର ଏକ ସମ୍ପର୍କର ସୂତା:

ଜଗନ୍ନାଥ ସଂସ୍କୃତି ଗବେଷକ ଧୃତୀ ଦାଶ କହିଛନ୍ତି, "ନିଆଳି ମାଟିରୁ ମହାପ୍ରଭୁଙ୍କ ପାଇଁ ଯେଉଁ ପ୍ରଥମାଷ୍ଟମୀ ଭାର ଆସିଛି ତାହା ସମ୍ପର୍କର କଥା । ନିଆଳିରୁ ନୀଳଶୈଳକୁ ଆସିଛି ପୋଢ଼ୁଆଁ ଭାର । ପ୍ରଭୁ ମାଧବାନନ୍ଦଜୀଉ ହେଉଛନ୍ତି ମହାପ୍ରଭୁଙ୍କ ମାମୁଁ । ଏଣୁ ଏହି ପଢ଼ୁଆଁ ଭାର ଏକ ସମ୍ପର୍କର ସୂତା । ନିଆଳି ମାଟିର ଏହି ମାଧବ ସଂସ୍କୃତିକୁ କବି ଜୟଦେବ ରଚନା କରିଛନ୍ତି । ସାରଳା ଦାସ ମଧ୍ୟ ମହାଭାରତରେ ଏହି କଥା ଉଲ୍ଲେଖ କରିଛନ୍ତି ।"

PURI SRIMANDIRA PRATHAMASTAMI (ETV Bharat Odisha)

ଏହା ମଧ୍ୟ ପଢନ୍ତୁ ...ପଢୁଆଁ ହେବେ ମହାପ୍ରଭୁ, ମାମୁଁ ଘରୁ ଗଲା ପ୍ରଥମା ଅଷ୍ଟମୀ ଭାର

ଏହା ମଧ୍ୟ ପଢନ୍ତୁ ... କାର୍ତ୍ତିକ ପୂର୍ଣ୍ଣିମାରେ କାହିଁକି କରାଯାଏ ଦୀପଦାନ ? ଜାଣନ୍ତୁ ଦେବ ଦୀପାବଳି ରୀତି ନୀତି

ଏହା ମଧ୍ୟ ପଢନ୍ତୁ ...ଆଜିର ରାଶିଫଳ: ମଉଜରେ ଦିନ କାଟିବେ ଏହି ରାଶିର ବ୍ୟକ୍ତି, ମିଳିବ ସୁସମ୍ୱାଦ


ଏମିତି କହିଲେ ନିଆଳି ବିଧାୟକ:
ଏହି ଅବସରରେ ନିଆଳି ବିଧାୟକ ଛବି ମଲ୍ଲିକକହିଛନ୍ତି,"ଏହା ଆମ ପାଇଁ ଗର୍ବ ଗୌରବର ବିଷୟ । ନିଆଳିର ପ୍ରଭୁ ମାଧବାନନ୍ଦଜୀଉ ହେଉଛନ୍ତି ମହାପ୍ରଭୁଙ୍କ ମାମୁଁ । ଏଣୁ ମହାପ୍ରଭୁଙ୍କ ପାଇଁ ମାମୁଁ ଘରୁ ପୋଢ଼ୁଆଁ ଭାର ଅଣାଯାଉଥିବାରୁ ହଜାର ହଜାର ନିଆଳି ବାସିନ୍ଦା ଏହି ଯାତ୍ରାରେ ସାମିଲ ହୋଇ ଶ୍ରୀକ୍ଷେତ୍ର ଆସିଛନ୍ତି । ସମସ୍ତେ ଆଜି ଆତ୍ମବିଭୋର ହୋଇ ଏକକାର ହୋଇ ଯାଇଛନ୍ତି ।"

PURI SRIMANDIRA PRATHAMASTAMI (ETV Bharat Odisha)

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details