ଓଡିଶା

odisha

ETV Bharat / state

ମୁଖ୍ୟମନ୍ତ୍ରୀ ପଦକ୍ଷେପ ନନେଲେ ଦଳର ଅବସ୍ଥା ସାଙ୍ଘାତିକ ହେବ: ରାଜନୀତି ସମୀକ୍ଷକ - POLITICAL ANALYST DR OMMKAR ROUT - POLITICAL ANALYST DR OMMKAR ROUT

Dr OmmKar Rout opinion on BJD Conflicts: ବିଜେଡ଼ିରେ ଚାଲିଥିବା ଅନ୍ତକନ୍ଦଳକୁ ନେଇ ମତ ଦେଲେ ରାଜନୀତିକ ସମୀକ୍ଷକ। ଦଳର ପରାଜୟ ପରେ ଦଳର ସଭାପତି ନୂଆ କମିଟି ଗଠନ କରି ସଂଗଠନକୁ ଆହୁରି ମଜଭୁତ କରିବାକୁ ଚେଷ୍ଟା କରିବା ଆବଶ୍ୟକ ଥିବା କହିଲେ ଡ଼ଃ ଓଙ୍କାର ରାଉତ। ଅଧିକ ପଢ଼ନ୍ତୁ,

BJD Conflicts
BJD Conflicts (ETV Bharat Odisha)

By ETV Bharat Odisha Team

Published : Jul 9, 2024, 10:10 PM IST

କଟକ:ବଢୁଛି ବିଜେଡି ଅନ୍ତକନ୍ଦଳ । ବିଶେଷ କରି କଟକ ବିଜେଡି ମଧ୍ୟରେ ଥିବା ତିକ୍ତତା ସ୍ପଷ୍ଟ ଭାବରେ ବାରି ହେଉଛି । କଟକ ବିଜେଡି ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟ ଏବଂ ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ପ୍ରଭାତ ବିଶ୍ୱାଳଙ୍କ ମଧ୍ୟରେ ଚାଲିଥିବା ଆରୋପ ପ୍ରତ୍ୟାରୋପ ବିଜେଡିରେ କମ୍ପନ ସୃଷ୍ଟି କରିଛି । ଯଦିଓ ପୂର୍ବରୁ ଏହି ପରି ଅନ୍ତଦ୍ଵନ୍ଦ ଉଭୟଙ୍କ ମଧ୍ୟରେ ଦେଖା ଯାଉଥିଲା, ହେଲେ ଏକଥା ବାହାରକୁ ଆସୁ ନଥିଲା । ହେଲେ ଉଭୟଙ୍କ ବୟାନକୁ ଦେଖିଲେ ଜଣାପଡୁଛି କି କଟକ ବିଜେଡିର ସ୍ଥିତି ଦିନକୁ ଦିନ ଭୟଙ୍କର ହେବାକୁ ଲାଗିଛି । ଦଳ ହାରିବା ପରେ ସଙ୍ଗଠନ ସଜାଡ଼ିବା ପରିବର୍ତ୍ତେ ଏପରି ବୟାନ, ଯାହାକି ସଙ୍ଗଠନକୁ ଆହୁରି ଦୁର୍ବଳ କରିଦେବ ବୋଲି ରାଜନୀତି ସମୀକ୍ଷକ କହିଛନ୍ତି ।

BJD Conflicts (ETV Bharat Odisha)

ରାଜନୀତି ସମୀକ୍ଷକ ଡଃ ଓଁକାର ରାଉତଙ୍କ କହିବା ଅନୁଯାୟୀ "ରାଜ୍ୟରେ ବିଜେଡି ସରକାର ହାରିବା ପରେ ଏହାର ସମୀକ୍ଷା ନକରି ଦଳ ବିରୋଧରେ ନିଜ ନିଜ ମଧ୍ୟରେ ବୟାନ ବାଜି କରିବା ଯାହାକି ବିଜେଡି ପାଇଁ ମହଙ୍ଗା ପଡିପାରେ । ରାଜ୍ୟରେ ବିଜେଡି ସରକାର କାହିଁକି ଖରାପ କଲା, ଅସୁବିଧା କେଉଁଠି ରହିଲା । ଏହି ସବୁ ପ୍ରସଙ୍ଗକୁ ଅତି ଗୁରୁତ୍ୱର ସହ ନେଇ ଦଳ ସମୀକ୍ଷା କରିବା ଉଚିତ। ହେଲେ ସେସବୁକୁ କେହି ଗୁରୁତ୍ୱର ଦେଉନଥିବା ଭଳି ମନେ ହେଉଛି । ଯଦିଓ ପ୍ରଭାତ ବିଶ୍ୱାଳ ପ୍ରଥମେ ଦଳର ଖରାପ ପ୍ରଦର୍ଶନ ପାଇଁ ବବି ଓ ପଣ୍ଡିଆନକୁ ଦାୟୀ କରିଥିଲେ। ହେଲେ ଜଣେ ଜିଲ୍ଲା ସଭାପତି ଭାବରେ ଦେବାଶିଷ ପ୍ରଭାତ ଏବଂ ସମ୍ବିତ ରାଉତଙ୍କ ବିରୋଧରେ ଯେଉଁ ପ୍ରତିକ୍ରିୟା ଦେଇଛନ୍ତି ତାହା ସେପରି କରିବାର ନଥିଲା । ବରଂ ଦଳର ସୁପ୍ରିମଙ୍କ ଆଗରେ ଏକଥା କହି ଏହାର ସମାଧାନ କରିବା ଉଚିତ ଥିଲା। ଯାହା କି ଦଳର ସଙ୍ଗଠନ ପାଇଁ ବେଶ ଆବଶ୍ୟକତା ବି ରହିଛି।"

ସେ ଆହୁରି ମଧ୍ୟ କହିଛନ୍ତି, "ସେହିପରି ଦଳର ପରାଜୟ ପରେ ଦଳର ସଭାପତି ନୂଆ କମିଟି ଗଠନ କରି ସଂଗଠନକୁ ଆହୁରି ମଜଭୁତ କରିବାକୁ ଚେଷ୍ଟା କରିଛନ୍ତି।ମାତ୍ର ଏହାକୁ ଆହୁରି ତୃଣମୂଳ ସ୍ଥଳରେ ପହଞ୍ଚାଇବା ଆବଶ୍ୟକ।" ନଚେତ ଦଳର ଅବସ୍ଥା ଅତି ଶୋଚନୀୟ ହୋଇପଡିବ ବୋଲି ପରୋକ୍ଷରେ ଚେତାବନୀ ଦେଇଛନ୍ତି ରାଜନୀତି ସମୀକ୍ଷକ। ସେ ଆହୁରି ମଧ୍ୟ କହିଛନ୍ତି "ନିର୍ବାଚନରେ ପରାଜୟ ପାଇଁ ପ୍ରଭାତ ବିଶ୍ୱାଳ ପାଣ୍ଡିଆନ ଓ ବବି ଦାସଙ୍କୁ ଦାୟୀ କରିବା ଓ ସମ୍ବିତ ରାଉତରାୟ ଢୋଲ ଭିତରେ ମୂଷା ଉଦାହରଣ ଦେଇ ପରାଜୟ ପାଇଁ ଦଳୀୟ ନେତାଙ୍କୁ ଦାୟୀ କରିବା ପରେ ଚିହିଁକି ଉଠିଛି ବିଜେଡ଼ି। ଏନେଇ ବିଜେଡ଼ି ରାଜ୍ୟସଭା ସାଂସଦ ଉଭୟ ପ୍ରଭାତ ଓ ସମ୍ବିତଙ୍କୁ କଡା ଭାଷାରେ ସମାଲୋଚନା କରିବା ସହ ଉଭୟଙ୍କୁ ସ୍ୱାର୍ଥପର ବୋଲି ବିବେଚନା କରିଛନ୍ତି। କେବଳ ସେତିକି ନୁହେଁ ବରଂ ପ୍ରଭାତ ମେ 29 ମିଡ ନାଇଟ ଅପରେସନରେ ପ୍ରମୁଖ ଭୂମିକା ନେଇ ଥିଲେ।" ଏବେ ନିଜ ବିରୋଧରେ ଥିବା ସିବିଆଇ ମାମଲାରୁ ବର୍ତ୍ତିବା ପାଇଁ ସେ ବିଜେପି ଆଡକୁ ଢ଼ଳୁଛନ୍ତି ବୋଲି ସାଙ୍ଘାତିକ ଅଭିଯୋଗ କରିଛନ୍ତି ଦେବାଶିଷ।

ଏହା ମଧ୍ୟ ପଢ଼ନ୍ତୁ.. ସଂତୃପ୍ତଙ୍କ ନେଇ କୁହୁଳୁଛି ଅସନ୍ତୋଷ; ନବୀନଙ୍କୁ ପସନ୍ଦ ଅଣରାଜନୈତିକ ବ୍ୟକ୍ତି ! - Political Secretary Of Naveen

ସେ ଆହୁରି ମଧ୍ୟ କହିଛନ୍ତି "ସାଧାରଣ ନିର୍ବାଚନରେ ମିଳିଥିବା ପରାଜୟ ବିଜେଡ଼ିର ଆଭ୍ୟନ୍ତରୀଣ ସ୍ଥିତିକୁ ସମ୍ପୂର୍ଣ୍ଣ ଦୋହଲାଇ ଦେଇଛି। ଫଳରେ ଜଣଙ୍କ ପରେ ଜଣେ ନେତା ପରାଜୟ ପାଇଁ ଦଳୀୟ ନେତୃତ୍ୱଙ୍କୁ ଦାୟୀ କରିବାରେ ଲାଗିଛନ୍ତି। ପ୍ରଥମେ ପ୍ରଭାତ ବିଶ୍ୱାଳ ପାଣ୍ଡିଆନ ଓ ବବି ଦାସଙ୍କୁ ଦାୟୀ କରିବା ଓ ସମ୍ବିତ ରାଉତରାୟ ଢୋଲ ଭିତରେ ମୂଷା ଉଦାହରଣ ଦେଇ ଦଳ ଭିତରେ ଥିବା ଅସନ୍ତୋଷକୁ ଉଜାଗର କରିଛନ୍ତି। ଏହାରି ଭିତରେ ପ୍ରଭାତ ବିଶ୍ୱାଳଙ୍କୁ ସମାଲୋଚନା କରିବାକୁ ଯାଇ ତାଙ୍କ ବିରୁଦ୍ଧରେ ବିଷ ଓଗାଳିଛନ୍ତି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। ପ୍ରଭାତ ବିଶ୍ୱଳ କିଏ? ଏବଂ କାହା ଉପରେ ଟିପଣି ଦେବା ପାଇଁ ତାଙ୍କୁ କିଏ ଅଧିକାର ଦେଲା? ବୋଲି କହିବା ସହ ପ୍ରଭାତ ଏବେ ପ୍ୟାରୀ ବାବୁଙ୍କ କଥା କହୁଛନ୍ତି। ହେଲେ ମେ 29 ମିଡ ନାଇଟ ଅପରେସନରେ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ହୋଇ ଥିବା ଷଡଯନ୍ତ୍ରରେ ସେ ପ୍ରମୁଖ ଭୂମିକା ନେଇ ଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।ଏହା ସହ ନିଜ ବିରୁଦ୍ଧରେ ଥିବା CBI କେସରୁ ବର୍ତ୍ତୀବା ପାଇଁ ସେ ବିଜେପି ଆଡକୁ ଢ଼ଳୁଛନ୍ତି ବୋଲି କହିଛନ୍ତି ଦେବାଶିଷ।"

ଇଟିଭି ଭାରତ, କଟକ

ABOUT THE AUTHOR

...view details