କଟକ:ବିବାଦକୁ ନେଇ ଏଥର ଚର୍ଚ୍ଚାରେ ଐତିହାସିକ ବାଲିଯାତ୍ରା । ବୈଷ୍ଣବ ପାଣି ମଞ୍ଚକୁ ଉଠି କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ କାର୍ଯ୍ୟକ୍ରମ ବନ୍ଦ କରିବା କମିଶନରେଟ ପୋଲିସ ପାଇଁ ସାଜିଛି ବଡ଼ ଅଡୁଆ । ରାଜ୍ୟର ଜଣେ ଜଣାଶୁଣା କଳାକାରରଙ୍କ ସୋ’ ବନ୍ଦ କରିବାକୁ ନେଇ ରାଜନୀତି ଜୋର ଧରିଛି । ଏହାକୁ ନେଇ ପୋଲିସକୁ ଟାର୍ଗେଟ କରିଛନ୍ତି ବାରବାଟୀ ବିଧାୟିକା ଓ କଟକ ମେୟର । ସେପଟେ ବିଧାୟିକା କହିଛନ୍ତି ‘କଟକର ପରମ୍ପରାଙ୍କୁ ସମ୍ମାନ ଦିଅନ୍ତୁ ନଚେତ୍ କଟକ ଛାଡନ୍ତୁ ।’
ପୋଲିସକୁ ଟାର୍ଗେଟ କଲେ ବିଧାୟିକା:
ବାଲିଯାତ୍ରା ଅବ୍ୟବସ୍ଥାକୁ ନେଇ ପୋଲିସ ଓ ପ୍ରଶାସନ ଉପରେ ବର୍ଷିଛନ୍ତି ବିଧାୟିକା । ବିଧାୟିକା କହିଛନ୍ତି, ‘ସବୁ ଅବ୍ୟବସ୍ଥା ଭିତରେ ଚାଲିଛି । ପୂରା ବାଲିଯାତ୍ରାକୁ ନେଇ ମନମାନି କାମ ହୋଇଛି । ଏହା କୌଣସି ବ୍ୟକ୍ତିଗତ କାର୍ଯ୍ୟକ୍ରମ ନୁହେଁ । ଏହା ଲୋକଙ୍କ ସ୍ବପ୍ନ, ଭାବନାକୁ ନେଇ ବାଲିଯାତ୍ରା ତିଆରି କରାଯାଏ । କଟକକୁ ଯେଉଁମାନେ ବାହାରୁ ଆସନ୍ତି । ଆମେ ତାଙ୍କୁ ବହୁତ ଭଲରେ ରଖୁ । କଟକ ଲୋକଙ୍କ ମନ ବହୁତ ଖୋଲା । ସମସ୍ତେ କୁହନ୍ତି କଟକ ଭାଇଚାରାର ସହର । ବିଲକୁଲ ବି ମଞ୍ଚ ଉପରକୁ ତାଙ୍କୁ ଯିବାର ନଥିଲା । ତାଙ୍କୁ କିଏ ଅଧିକାର ଦେଲା ମଞ୍ଚ ଉପରକୁ ଯିବାକୁ । ଏଭଳି ପରମ୍ପରା ଆମ କଟକର ନୁହେଁ ଏହାକୁ ବରଦାସ୍ତ କରାଯିବ ନାହିଁ । ଯେଉଁ ଅଫିସର କଟକରେ କାମ କରିବାକୁ ଚାହୁଁନାହାନ୍ତି ଆପଣ ଯାଆନ୍ତୁ କଟକ ଛାଡିକି । କଟକରେ ରହିବାକୁ ହେଲେ ଲୋକଙ୍କ ସହ ସମ୍ମାନର ସହ କାର୍ଯ୍ୟ କର । ପୋଲିସଙ୍କୁ ଏପରି କରିବାର ନଥିଲା । ଏହି ଘଟଣା ବିଷୟରେ ଆମେ ଡିଜିପିଙ୍କୁ ଭେଟି ଜଣାଇଛୁ । ’
କଣ କହିଲେ ମେୟର:
ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଟକ ମେୟର ସୁବାଷ ସିଂ । ସେ କହିଛନ୍ତି, ଷ୍ଟେଜରେ ଯେଉଁ ଘଟଣା ଘଟିଲା ତାହା ହେବା ଉଚିତ୍ ନଥିଲା । ଏହା କଟକର ସମ୍ମାନ, ବାଲିଯାତ୍ରାର ସମ୍ମାନକୁ ବଢାଇଲା ନାହିଁ ବଂର ଦୁର୍ବଳ କଲା । ଏହାର ପୁନରାବୃତ୍ତି ହୋଇପାରିବ ନାହିଁ । ଯେଉଁ ପ୍ରଶାସନିକ କ୍ଷେତ୍ରରେ ଦୁର୍ବଳତା ଅଛି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍ । ଷ୍ଟେଜରେ ଚଢିକି ଓଡ଼ିଶାର ଜଣେ ଗର୍ବ ଗୌରବ କଳାକାରଙ୍କୁ ଓହ୍ଲାଇ ଆଣିବା ଏହା କୌଣସି ପରମ୍ପରାରେ ନଥିଲା । ଯିଏ ବି କରିଛନ୍ତି ସେଥିରେ ତ୍ରୁଟି ବିଚ୍ୟୁତି ରହିଛି ସେଥିରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍ ।
ଏହା ମଧ୍ୟ ପଢନ୍ତୁ: |