ଓଡିଶା

odisha

କଟକ ଗଣେଶ ପୂଜା; ମଦ ମୁକ୍ତ ହେବ ଭସାଣ, ଡିଜେ ମୁକ୍ତ ରୋଷଣୀ - Ganesh Puja preparation meeting

By ETV Bharat Odisha Team

Published : Aug 18, 2024, 3:44 PM IST

Ganesh Puja preparation meeting: କଟକରେ ଗଣେଶ ପୂଜା ନେଇ ପୋଲିସର ପ୍ରସ୍ତୁତି ବୈଠକ । ମଦ ମୁକ୍ତ ହେବ ଭଣାଣ ଉତ୍ସବ । ପୋଲିସର ଗାଇଡଲାଇନ ନମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଅଧିକ ପଢନ୍ତୁ

GANESH PUJA PREPARATION MEETING
GANESH PUJA PREPARATION MEETING (Etv Bharat)

କଟକ: ପାଖେଇ ଆସୁଛି ଗଣେଶ ପୂଜା । ସେପ୍ଟେମ୍ବର 7ରେ ମଣ୍ଡପ ଗୁଡିକରେ ପୂଜା ପାଇବେ ଗଜାନନ । ଏଥି ପାଇଁ ମୂର୍ତ୍ତି ତିଆରି ମଧ୍ୟ ଆରମ୍ଭ ହୋଇଯାଇଛି । ଏଥର କଟକରେ ଜମିବ ଦଶହରା । କଟକରେ କମିଶନରେଟ ପୋଲିସର ଗଣେଶ ପୂଜା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କିଭଳି ଶାନ୍ତି ଶୃଙ୍ଖଳାର ସହ ପୂଜା ଶେଷ ହେବ ସେନେଇ ବୈଠକରେ ଆଲୋଚନା ହୋଇଛି । ଏଥର ମଦମୁକ୍ତ ବିସର୍ଜନ ହେବ । ବିସର୍ଜନ ଦିନ ମଦ ଦୋକାନ ବନ୍ଦ ରଖିବା ପାଇଁ ପୋଲିସକୁ ପ୍ରସ୍ତାବ ଦେଇଛି କଟକ ପୂଜା କମିଟି ଓ ଶାନ୍ତି କମିଟି ।

GANESH PUJA PREPARATION MEETING (Etv Bharat)

କଟକରେ ଗଣେଶ ପୂଜା ?

ଚଳିତ ବର୍ଷ କଟକ ସହରରେ ୧୫୦୦ରୁ ଊର୍ଦ୍ଧ୍ବ ଗଜାନନଙ୍କ ମୂର୍ତ୍ତି ପୂଜା ପାଇବେ । ଏତିପାଇଁ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସେପ୍ଟେମ୍ବର 7ରେ ଗଣେଶପୂଜା ଥିବା ବେଳେ ସେପ୍ଟେମ୍ୱର ୧୫,୨୨ ଓ ୨୯ ତାରିଖରେ ସିଏମସି ପକ୍ଷରୁ କରାଯାଇଥିବା ଅସ୍ଥାୟୀ ପୋଖରୀରେ ମୂର୍ତ୍ତି ବିସର୍ଜନ କରାଯିବ । ସାଉଣ୍ଡ ପାଇଁ କମିସନରେଟ ପୋଲିସ କରିଥିବା ଗାଇଡଲାଇନ ଅନୁଯାୟୀ ସବୁ ପୂଜା କମିଟି, କ୍ଳବ୍ ଓ ଅନୁଷ୍ଠାନ ପାଳନ କରିବେ । ଜୋର ଜବରଦସ୍ତ ଚାନ୍ଦା ମାଗିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ସେହିପରି ବିକୃତ ମୂର୍ତ୍ତି ଉପରେ ବିଶେଷ ଧ୍ୟାନ ଦେବ ପୋଲିସ । ନିୟମ ଉଲ୍ଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର ସଞ୍ଜୀବ ପଣ୍ଡା ।

ଏହା ମଧ୍ୟ ପଢନ୍ତୁ-କଟକର ନିଆରା ପରମ୍ପରା, ଘାଣ୍ଟ ଭୋଗ ଲାଗିବା ପରେ ମେଲାଣି ନିଅନ୍ତି ବୁଢା ଗଣେଶ

ମଦମୁକ୍ତ ବିସର୍ଜନ:

ଚଳିତ ବର୍ଷ କଟକ ଗଣେଶ ପୂଜା ବିସର୍ଜନ ମଦ ମୁକ୍ତ ହେବ । ସେହିଦିନ ମଦ ଦୋକାନ ବନ୍ଦ ରଖିବା ପାଇଁ ପୋଲିସକୁ ପ୍ରସ୍ତାବ ଦେଇଛି କଟକ ପୂଜା କମିଟି ଓ ଶାନ୍ତି କମିଟି । ସେପଟେ ରାସ୍ତାଘାଟ, ଆଲୋକୀକରଣ, ପାନୀୟଜଳ, ଜଳବନ୍ଦୀ, ଷ୍ଟ୍ରିଟ ଲାଇଟ, ଅସ୍ଥାୟୀ ପୋଖରୀ, ଅନାବନା ଗଛକଟା ଉପରେ କଟକ ମହାନଗର ନିଗମ ଧ୍ୟାନ ଦେବ ବୋଲି ସଭା ରେ କହିଛନ୍ତି ମେୟର ସୁବାସ ସିଂ।

ଇଟିଭି ଭାରତ, କଟକ

ABOUT THE AUTHOR

...view details