ଓଡିଶା

odisha

ETV Bharat / state

ରାଷ୍ଟ୍ରପତିଙ୍କ ରେଢାଖୋଲ ଗସ୍ତ ପାଇଁ ପୋଲିସ ପ୍ରଶାସନର କଡା ସୁରକ୍ଷା ବ୍ୟବସ୍ଥା - ରେଢାଖୋଲ ଗସ୍ତରେ ରାଷ୍ଟ୍ରପତି

President visit to Redhakhol: ଆସନ୍ତା ମାର୍ଚ୍ଚ 2 ତାରିଖରେ ରେଢାଖୋଲ ଉପଖଣ୍ଡ କଦଳୀଗଡ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଭୁବନେଶ୍ବରରୁ ସ୍ବତନ୍ତ୍ର ବିମାନ ଯୋଗେ ଆସି ଝାରସୁଗୁଡା ବିମାନ ବନ୍ଦରରେ ଅବତରଣ କରିବେ ରାଷ୍ଟ୍ରପତି । ଅଧିକ ପଢନ୍ତୁ

ରାଷ୍ଟ୍ରପତିଙ୍କ ରେଢାଖୋଲ ଗସ୍ତ ପାଇଁ ପୋଲିସ ପ୍ରଶାସନର କଡା ସୁରକ୍ଷା ବ୍ୟବସ୍ଥା
ରାଷ୍ଟ୍ରପତିଙ୍କ ରେଢାଖୋଲ ଗସ୍ତ ପାଇଁ ପୋଲିସ ପ୍ରଶାସନର କଡା ସୁରକ୍ଷା ବ୍ୟବସ୍ଥା

By ETV Bharat Odisha Team

Published : Feb 29, 2024, 10:11 PM IST

ରାଷ୍ଟ୍ରପତିଙ୍କ ରେଢାଖୋଲ ଗସ୍ତ ପାଇଁ ପୋଲିସ ପ୍ରଶାସନର କଡା ସୁରକ୍ଷା ବ୍ୟବସ୍ଥା

ସମ୍ବଲପୁର: ଆସନ୍ତା ମାର୍ଚ୍ଚ 2 ତାରିଖରେ ରେଢାଖୋଲ ଉପଖଣ୍ଡ କଦଳୀଗଡ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଭୁବନେଶ୍ବରରୁ ସ୍ବତନ୍ତ୍ର ବିମାନ ଯୋଗେ ଆସି ଝାରସୁଗୁଡା ବିମାନ ବନ୍ଦରରେ ଅବତରଣ କରିବେ ରାଷ୍ଟ୍ରପତି । ପରେ ହେଲିକେପଟର ଯୋଗେ ସମ୍ବଲପୁର ରେଢାଖୋଲ ଉପଖଣ୍ଡ କଦଳୀଗଡ ସ୍ଥିତ ହେଲିପ୍ୟାଡକୁ ଆସିବେ । ସେଠାରୁ ମଧୁପୁର ଗାଁ କୁ ଯାଇ ସନ୍ଥ କବି ଭୀମ ଭୋଇଙ୍କ ଜନ୍ମ ପୀଠକୁ ଯାଇ ସନ୍ଥ କବିଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି ଜିଲ୍ଲା ପୋଲିସ ।

ଅଧିକ ପଢନ୍ତୁ- ଉତ୍କଳ ବିଶ୍ଵବିଦ୍ୟାଳୟର ୫୩ତମ ସମାବର୍ତ୍ତନ ଉତ୍ସବ, ଯୋଗ ଦେଲେ ରାଷ୍ଟ୍ରପତି

ଜିଲ୍ଲା ପ୍ରଶାସନର ସୂଚନା ଅନୁସାରେ ମାର୍ଚ୍ଚ 2 ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ବରରୁ ସ୍ବତନ୍ତ୍ର ବିମାନ ଯୋଗେ ଆସି ଝାରସୁଗୁଡା ବିମାନ ବନ୍ଦରରେ ପୂର୍ବାହ୍ନ 10.10 ରେ ଅବତରଣ କରିବେ l ସେଠାରୁ ହେଲିକେପଟର ଯୋଗେ ସମ୍ବଲପୁର ରେଢାଖୋଲ ଉପଖଣ୍ଡ କଦଳୀଗଡ ସ୍ଥିତ ହେଲିପ୍ୟାଡରେ 11 ଟା 5ରେ ଅବତରଣ କରିବେ l ହେଲିପ୍ୟାଡରୁ କାରକେଡ ଯୋଗେ କଦଳୀଗଡ ନିକଟସ୍ଥ ମଧୁପୁର ଗାଁକୁ ଯିବେ l ପ୍ରାୟ 11ଟା 30 ରେ ରାଷ୍ଟ୍ରପତି ମଧୁପୁରରେ ଥିବା ସନ୍ଥ କବି ଭୀମ ଭୋଇଙ୍କ ଜନ୍ମ ପୀଠରେ ଥିବା ସନ୍ଥ କବିଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ l ଏହା ପରେ ଏଠାରେ ଥିବା ଚଉଷଠୀ ସିଦ୍ଧଙ୍କର ଧୂନି ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି l ପରେ 11 ଟା 50 ରେ ରାଷ୍ଟ୍ରପତି ଏଠାରୁ ବାହାରି 12 ଟାରେ କନ୍ଦ୍ରା ପୀଠକୁ ଯାଇ ସନ୍ଥ କବି ଭୀମ ଭୋଇ ଦିବ୍ୟଜ୍ୟୋତି ଦର୍ଶନ ଓ ଜ୍ଞାନ ପ୍ରାପ୍ତି ପୀଠ ପରିଦର୍ଶନ କରିବେ l ଏଠାରୁ ସେ 12.25 ରେ ବାହାରି 12 ଟା 35ରେ କଙ୍କନପଡା, କୁକୁଡ଼ାବାହାଳୀ ସ୍ଥିତ ସନ୍ଥ କବି ଭୀମ ଭୋଇ ଆଶ୍ରମ ପହଞ୍ଚି ପରିଦର୍ଶନ କରିବେ l ଏହା ପରେ ମଧ୍ୟାହ୍ନ ଭୋଜନ ସାରି ଅପରାହ୍ନ 3 ଟାରେ ରେଢ଼ାଖୋଲ NAC ର ମିନି ଷ୍ଟାଡିୟମରେ ପହଞ୍ଚି ମହିମା ଧର୍ମ ଅନୁୟାୟୀଙ୍କ ସହ ଆଲୋଚନା କରିବେ l

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ 8 ଜଣ ଏସପି, 5ଜଣ ଅତିରିକ୍ତ ଏସପି, 23 ଜଣ ଡିଏସପି ସୁରକ୍ଷା ଦାୟିତ୍ବରେ ଥିବା ବେଳେ 30 ପ୍ଲାଟୁନ ପୋଲିସ ମୁତୟନ ହେବେ ବୋଲି କହିଛନ୍ତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ମୁକେଶ ଭାମୁ ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details