ଓଡିଶା

odisha

ETV Bharat / state

ଆଜି ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ତିନିଦିନିଆ ଗସ୍ତରେ ଏକାଧିକ କାର୍ଯ୍ୟକ୍ରମ

ଡିଜିପି ସମ୍ମିଳନୀରେ ସାମିଲ ହେବା ପାଇଁ 3 ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ । ଶୁକ୍ରବାର ଅପରାହ୍ନ 4:20 ମିନିଟରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ।

Pm modi visit to odisha
Pm modi visit to odisha (ETV Bharat Odisha)

By ETV Bharat Odisha Team

Published : Nov 28, 2024, 6:09 PM IST

Updated : Nov 29, 2024, 9:26 AM IST

ଭୁବନେଶ୍ୱର:ଆଜିଠାରୁ 3 ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ । ଆଜି (ଶୁକ୍ରବାର) ଅପରାହ୍ନ 4ଟା 20 ମିନିଟରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଡିଜିପି ସମ୍ମିଳନୀରେ ସାମିଲ ହେବେ । ଏହାପରେ 4ଟା 30ରେ ବିମାନବନ୍ଦର ନିକଟରେ ଏକ ସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ସଭା ଶେଷ ପରେ ପ୍ରଧାନମନ୍ତ୍ରୀ ସିଧାସଳଖ ରାଜଭବନ ଯିବେ ।

ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ ପାଇଁ ବିମାନବନ୍ଦରରୁ ରାଜଭବନ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶରେ ଜନତା ଉପସ୍ଥିତ ରହିବେ । ସଂଧ୍ୟା 6ଟା 30 ମିନଟରେ ରାଜଭବନରୁ ଦଳର ରାଜ୍ୟ କାଯ୍ୟଳୟକୁ ଆସିବେ ପ୍ରଧାନମନ୍ତ୍ରୀ । ରାଜ୍ୟ କାଯ୍ୟଳୟରେ ପ୍ରାୟ 2 ଘଣ୍ଟା ପର୍ଯ୍ୟନ୍ତ ସାଂସଦ, ମନ୍ତ୍ରୀ, ବିଧାୟକ ଏବଂ ବରିଷ୍ଠ କାଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବା ପରେ ପୁନର୍ବାର ରାଜଭବନ ଫେରିଯାଇ ରାତ୍ରିଯାପନ କରିବେ ପ୍ରଧାନମନ୍ତ୍ରୀ ।

PM MODI ODISHA VISIT SCHEDULE (ETV Bharat Odisha)

ଏହା ବି ପଢନ୍ତୁ- ଆସୁଛନ୍ତି ପ୍ରଧାନମନ୍ତ୍ରୀ, ଭୁବନେଶ୍ବରରେ ସାଧାରଣ ସଭା ଓ ରୋଡ ସୋ’

ଏହା ବି ପଢନ୍ତୁ- DG-IG ସମ୍ମିଳନୀ ପାଇଁ ଭୁବନେଶ୍ବରରେ ହାଇ ଆଲର୍ଟ, ନୋ ଫ୍ଲାଇଂ ଜୋନ ଘୋଷଣା

ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟସୂଚୀ-

  • ଆଜି (ଶୁକ୍ରବାର) ଅପରାହ୍ନ 4ଟା 20ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ
  • 4:30ରେ ବିମାନବନ୍ଦର ପାଖରେ ଏକ ସାଧାରଣ ସଭାରେ ଉଦବୋଧନ କାର୍ଯ୍ୟକ୍ରମ
  • ଅପରାହ୍ନ 5ଟା 15ରେ ପ୍ରଧାନମନ୍ତ୍ରୀ ରାଜଭବନରେ ପହଞ୍ଚିବେ
  • 6:30ରେ ରାଜଭବନରୁ ରାଜ୍ୟ କାଯ୍ୟଳୟରେ ଆସିବେ ମୋଦି
  • ରାଜ୍ୟ କାର୍ଯ୍ୟାଳୟରେ ଦୁଇ ଘଣ୍ଟା ରହିବେ
  • 8ଟା 30ରେ ରାଜ୍ୟ କାର୍ଯ୍ୟାଳୟରୁ ବାହାରି ରାଜଭବନ ଯିବେ ମୋଦି
  • ନଭେମ୍ବର 30 ତାରିଖ ପୂର୍ବାହ୍ନ 8ଟା 30ରୁ ରାତି 8ଟା ପର୍ଯ୍ୟନ୍ତ ଡିଜିପି ସମ୍ମିଳନୀରେ ଯୋଗଦେବେ
  • ଏହାପରେ ସିଧାସଳଖ ରାଜଭବନ ଯିବେ ମୋଦି
  • ଡିସେମ୍ବର 1 ତାରିଖ ପୂର୍ବାହ୍ନ 8 ଟା 30ରେ ଡିଜିପି ସମ୍ମିଳନୀରେ ଯୋଗଦେବେ
  • ଅପରାହ୍ନ 4ଟା 15 ପର୍ଯ୍ୟନ୍ତ କନ୍‌ଭେନସନ ସେଣ୍ଟରଠାରେ ରହିବେ
  • ଅପରାହ୍ନ 4ଟା 30ରେ ଭୁବନେଶ୍ୱର ବିମାନବନ୍ଦରରୁ ଦିଲ୍ଲୀ ଫେରିଯିବେ ପ୍ରଧାନମନ୍ତ୍ରୀ

ଏହାକୁ ନେଇ ବିଜେପି ଉପସଭାପତି ଗୋଲୋକ ମହାପାତ୍ର କହିଛନ୍ତି, "ରାଜ୍ୟରେ ଯେତେବେଳେ ବିଜେପି ସରକାର ନଥିଲା ସେତେବେଳେ ମଧ୍ୟ ଓଡିଶାକୁ ବିକାଶ କରୁଥିଲେ କେନ୍ଦ୍ର ସରକାର । ଏବେ ଯେହେତୁ ରାଜ୍ୟରେ ମଧ୍ୟ ବିଜେପି ସରକାର ଆସିଛି ଯେତେ ରାଜ୍ୟର ଅଧିକ ବିକାଶଶୀଳ କରିବା ପାଇଁ ଫୋକସ କରାଯାଉଛି । ଏହାସହ ରାଜ୍ୟ ସରକାରଙ୍କ ଅନେକ ଜନହିତକାରୀ ଯୋଜନା ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ ।"

ସେହିପରି ମୋଦିଙ୍କ ଗସ୍ତ ନେଇ ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମର କହିଛନ୍ତି,"ବିଧାୟକ ଓ ସାଂସଦମାନଙ୍କୁ ମାର୍ଗଦର୍ଶନ ଦେବେ ପ୍ରଧାନମନ୍ତ୍ରୀ । ଏୟାରପୋର୍ଟରେ ସାଧାରଣ ସଭା ଏହାପରେ ରାଜଭବନ ପରେ ପାର୍ଟି ଅଫିସରେ ବୈଠକ କରିବେ । ସାଂସଦ ଓ ବିଧାୟକମାନେ ଏଥିରେ ଉପସ୍ଥିତ ରହିବେ । ସାଙ୍ଗଠନିକ କାର୍ଯ୍ୟକ୍ରମ ଏବେ ଦଳରେ ଚାଲୁ ରହିଛି । ରାଜ୍ୟ କାର୍ଯ୍ୟାଳୟରେ 30 ତାରିଖରେ ମଧ୍ୟ ସାଙ୍ଗଠନିକ କର୍ମଶାଳା ରହିଛି ।"


ବିଜେପି ଏକାକୀ ରାଜ୍ୟରେ ପ୍ରଥମ ଥର ଲାଗି ସରକାର ଗଠନ କରିବା ପରେ ମୋଦି ୨ୟ ଥର ଲାଗି ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଦ୍ୱିତୀୟ ଦିନ ଅର୍ଥାତ ୩୦ ତାରିଖ ଦିନ ରାଜ୍ୟରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବାକୁ ଥିବା ପୋଲିସ ଡିଜି ସମ୍ମିଳନୀରେ ଯୋଗଦେବେ । ଡିସେମ୍ବର ୧ ତାରିଖ ଦିନ ପ୍ରଧାନମନ୍ତ୍ରୀ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ।

ଭୁବନେଶ୍ୱରରେ ଡିଜି-ଆଇଜି ସମ୍ମିଳନୀ

ଶୁକ୍ରବାରଠୁ ୫୯ତମ ସର୍ବଭାରତୀୟ ଡିଜି-ଆଇଜି (DG-IG) କନଫରେନ୍ସ । ପ୍ରଥମ ଥର ପାଇଁ ଭୁବନେଶ୍ବରରେ ଅନୁଷ୍ଠିତ ହେବାକୁ ଯାଉଛି ଏହି ସମ୍ମିଳନୀ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା-NSA ଅଜିତ ଡୋଭାଲ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହା ତିନି ଦିନ ଧରି ଚାଲିବ । ଯେଉଁଥିରେ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଡିଜି-ଆଇଜିଙ୍କ ସହ ବରିଷ୍ଠ ଅଧିକାରୀମାନେ ଯୋଗଦେବେ ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Nov 29, 2024, 9:26 AM IST

ABOUT THE AUTHOR

...view details