ଓଡିଶା

odisha

ETV Bharat / state

ଶପଥ ପାଠ ପରେ ମୋହନଙ୍କୁ ଶୁଭେଚ୍ଛାର ସୁଅ; ଓଡିଶା ପାଇଁ ଐତିହାସିକ ଦିନ କହିଲେ ମୋଦି, ‘ବିକଶିତ ଓଡ଼ିଶା’ ଗଠନ ହେବ କହିଲେ ମୋହନ - GREETINGS TO MOHAN MAJHI GOVT

New CM Of Odisha Mohan Charan Majhi: ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ପରେ ମୋହନ ମାଝୀଙ୍କୁ ଶୁଭେଚ୍ଛାର ସୁଅ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ବହୁ ବରିଷ୍ଠ ନେତା ମୋହନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଶପଥ ପାଠ ପରେ ମୋହନଙ୍କୁ ଶୁଭେଚ୍ଛାର ସୁଅ
ଶପଥ ପାଠ ପରେ ମୋହନଙ୍କୁ ଶୁଭେଚ୍ଛାର ସୁଅ (ETV Bharat Odisha)

By ETV Bharat Odisha Team

Published : Jun 12, 2024, 9:12 PM IST

ଭୁବନେଶ୍ବର: ଆଜି ଓଡ଼ିଶାରେ ଆରମ୍ଭ ହୋଇଛି ବିଜେପି ସରକାର । ନୂଆ ମଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ମୋହନ ମାଝୀ । ତେବେ ଶପଥ ପାଠ କରିବା ପରେ ସାଢେ ୪ କୋଟି ଓଡ଼ିଆଙ୍କ ଆଶା ଓ ଆକାଂକ୍ଷା ପୂରଣ ହେବ । ଓଡ଼ିଆ ଅସ୍ମିତା ଓ ସଂସ୍କୃତିକୁ ଆଗେଇ ନେବା ପାଇଁ ବିଜେପି ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ମୋହନ । ସେପଟେ ମୋହନ ମୁଖ୍ୟମନ୍ତ୍ରୀ ହେବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ବିଜେପି ବହୁ ବରିଷ୍ଟ ନେତୃବୃନ୍ଦଙ୍କ ଠାରୁ ଆରମ୍ଭ କରି ବିରୋଧୀ ଦଳର ନେତାମାନେ ମଧ୍ୟ ମୋହନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ପରେ ମୋହନ ଚରଣ ମାଝୀ ସୋସିଆଲ ମିଡିଆ X(ଟୁଇଟର)ରେ ଲେଖିଛନ୍ତି 'ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ସହ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନରେ ‘ବିକଶିତ ଓଡ଼ିଶା’ ଗଠନ ହେବ । ସାଢେ ୪ କୋଟି ଓଡ଼ିଆଙ୍କ ଆଶା ଓ ଆକାଂକ୍ଷା ପୂରଣ ହେବ । ଓଡ଼ିଆ ଅସ୍ମିତା ଓ ସଂସ୍କୃତିକୁ ଆଗେଇ ନେବା ପାଇଁ ବିଜେପି ପ୍ରତିଶ୍ରୁତିବଦ୍ଧ ।"

ସେପିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମୋହନଙ୍କୁ ଶୁଭେଚ୍ଛା ଜଣାଇ ଲେଖିଛନ୍ତି," ଏହା ଓଡିଶାରେ ଐତିହାସିକ ଦିନ! ଓଡିଶାର ଭାଇ ଓ ଭଉଣୀମାନଙ୍କ ଆଶୀର୍ବାଦରେ ବିଜେପି ଓଡ଼ିଶାରେ ପ୍ରଥମଥର ପାଇଁ ସରକାର ଗଠନ କରୁଛି । ମୁଁ ଭୁବନେଶ୍ୱରରେ ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇଥିଲି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝୀ ଓ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଏବଂ ପ୍ରଭାତୀ ପରିଡ଼ାଙ୍କୁ ଶୁଭେଚ୍ଛା । ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ଓଡ଼ିଶାର ବିକାଶ ହେବ ।"

ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ମୋହନଙ୍କୁ ଶୁଭେଚ୍ଛା ଜଣାଇ ଲେଖିଛନ୍ତି, 'ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓଓ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ସହ ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ଓଡ଼ିଶାବାସୀଙ୍କ କଲ୍ୟାଣ ଦିଗରେ ସମସ୍ତଙ୍କ ସଫଳ କାର୍ଯ୍ୟକାଳ କାମନା କରୁଛି।

ଏହା ମଧ୍ୟ ପଢ଼ନ୍ତୁ...ଶପଥ ଗ୍ରହଣ ମଞ୍ଚରେ ମୋଦି-ନବୀନ, ହାତ ମିଳାଇ ହସି ହସି କଥା ହେଲେ - Modi And Naveen Greet Each Other

ସେପଟେ ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ରମନ୍ତ୍ରୀ ଧର୍ମାନ୍ଦ୍ର ପ୍ରଧାନ, ରାଜନାଥ ସିଂ, ନିତନ ଗଡ଼କରିଙ୍କ ସହ ବହୁ ବିଜେପି ନେତା ନୂଆ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେହପରି ବିରୋଧୀ ଦଳ ବିଜେଡି ବହୁ ନେତା ମଧ୍ୟ ମୋହନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details