ଓଡିଶା

odisha

ETV Bharat / state

ସ୍ୱାମୀତ୍ୱ ଯୋଜନାରେ ହିତାଧିକାରୀଙ୍କୁ ସମ୍ପତି ପତ୍ର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ - SVAMITVA SCHEME

ଭର୍ଚ୍ଚୁଆଲି ସ୍ବାମୀତ୍ବ କାର୍ଡ ବଣ୍ଟନ କଲେ ପ୍ରଧାନମନ୍ତ୍ରୀ । ରାୟଗଡାରେ କାର୍ଯ୍ୟକ୍ରମରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ସ୍ୱାମୀତ୍ୱ ଯୋଜନାରେ ହିତାଧିକାରୀଙ୍କୁ ସମ୍ପତି ପତ୍ର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ
ସ୍ୱାମୀତ୍ୱ ଯୋଜନାରେ ହିତାଧିକାରୀଙ୍କୁ ସମ୍ପତି ପତ୍ର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ (ETV Bharat Odisha)

By ETV Bharat Odisha Team

Published : Jan 18, 2025, 8:25 PM IST

ରାୟଗଡ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଜି ଭିଡିଓ କନଫରେନସିଂ ଜରିଆରେ ସ୍ୱତନ୍ତ୍ର ସ୍ୱାମୀତ୍ୱ ଯୋଜନାର ଇ-ସମ୍ପତି କାର୍ଡ ବିତ୍ତରଣ ଶୁଭାରମ୍ଭ କରିଛନ୍ତି l ଏହି ଯୋଜନାରେ ଭାରତର ୫୦ହଜାର ଗ୍ରାମରୁ ୬୫ଲକ୍ଷ ହିତାଧିକାରୀଙ୍କୁ ସମ୍ପତି କାର୍ଡ ବିତରଣ କରାଯାଇଛି l ରାୟଗଡ ଜିଲ୍ଲାରେ ସ୍ୱାମୀତ୍ୱ ଯୋଜନା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବରେ ଉପସ୍ଥିତ ରହି ହିତାଧିକାରୀଙ୍କୁ କାର୍ଡ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଝାରୀ, ରାୟଗଡ଼ ବିଧାୟକ କାଡ୍ରାକା ଆପଲସ୍ୱାମୀ, ଵିଷମ କଟକ ବିଧାୟକ ନୀଳମାଧଵ ହିକକା ଓ ଜିଲ୍ଲାପାଳ ପାରୁଲ ପଟାୱରୀ ପ୍ରମୁଖ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତି ଥିଲେ ।

  • କଣ କହିଲେ ମୁଖ୍ୟମନ୍ତ୍ରୀ

ରାୟଗଡ ଜିଲ୍ଲା ଅନ୍ତର୍ଗତ ରାୟଗଡ ତହସିଲ ଅଧୀନରେ ୨୧୨ ଜଣ ଓ କୋଲନରl ତହସିଲରୁ ୩୦ଜଣ ମିଶି ଜିଲ୍ଲାର ସର୍ବମୋଟ ୨୪୨ ଜଣ ହିତାଧିକାରୀଙ୍କୁ ସମ୍ପତି ପତ୍ର ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ନିଜର ଭାଷଣରେ, ୨୦୨୦ ମସିହା ଏପ୍ରିଲ ୨୯ ତାରିଖ ଜାତୀୟ ପଞ୍ଚାୟତ ଦିବସରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହି ଯୁଗାନ୍ତକାରୀ ‘ସ୍ୱାମୀତ୍ୱ ଯୋଜନା’ ବିଷୟରେ ବୁଝାଇଥିଲେ l ସ୍ୱାମୀତ୍ୱ ମାନେ ଜାଣୁ ଯେ କୌଣସି ସମ୍ପତ୍ତି କିମ୍ବା ସାଧନ ଉପରେ ଅଧିକାର ଜାହିର କରିବା, ଅର୍ଥାତ ସଂଶାଧନ ଉପରେ ଆଇନ ଅନୁଯାୟୀ ମାଲିକାନାସତ୍ତ୍ଵ । ଏହି ବୈପ୍ଳବିକ ପଦକ୍ଷେପ ହେଉଛି ସ୍ୱାମୀତ୍ୱ । ଜମିଜମା ରେକର୍ଡର ଡିଜିଟାଲାଇଜେସନ ମାଧ୍ୟମରେ ସ୍ପଷ୍ଟ ସମ୍ପତ୍ତି ଅଧିକାର ପ୍ରଦାନ ଏହାର ଆଭିମୁଖ୍ୟ । ଡ୍ରୋନ ସର୍ଭେ ଦ୍ୱାରା ଉଚ୍ଚମାନର ଫଟୋ ଉଠାଯାଇପାରୁଥିବା ଯୋଗୁଁ ଲୋକମାନଙ୍କର ଘରଦ୍ୱାର ବା ସମ୍ପତ୍ତିର ନିର୍ଭୁଲ ଏବଂ ଦୀର୍ଘସ୍ଥାୟୀ ସମ୍ପତ୍ତି ପତ୍ର ପ୍ରସ୍ତୁତ ହୋଇପାରୁଛି ।’’

ସ୍ୱାମୀତ୍ୱ ଯୋଜନାରେ ହିତାଧିକାରୀଙ୍କୁ ସମ୍ପତି ପତ୍ର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ (ETV Bharat Odisha)
  • ୬୫ ଲକ୍ଷ ହିତାଧିକାରୀଙ୍କୁ ଇ-ସମ୍ପତି କାର୍ଡ

ସମ୍ପତ୍ତି ପତ୍ର ଚୂଡାନ୍ତ ହେବା ପୂର୍ବରୁ ସମ୍ପତ୍ତିର ମାଲିକ, ଦାବିଦାର ଇତ୍ୟାଦିଙ୍କ ଆପତ୍ତି ଅଭିଯୋଗ ଗ୍ରହଣ କରିବା ବ୍ୟବସ୍ଥା ବି ରହିଥିବା ଯୋଗୁଁ ଏଥିରେ ସ୍ୱଚ୍ଛତା ଏବଂ ପାରଦର୍ଶୀତା ଆସିବା ନେଇ ଆଶା କରାଯାଉଛି । ଦେଶର ୧୦ ଗୋଟି ରାଜ୍ୟ ଓ ୨ ଗୋଟି କେନ୍ଦ୍ରଶାସିତ ଅଞ୍ଚଳର ୫୦ ହଜାରରୁ ଊର୍ଦ୍ଧ ରାଜସ୍ୱ ଗ୍ରାମରେ ପ୍ରାୟ ୬୫ ଲକ୍ଷ ହିତାଧିକାରୀଙ୍କୁ ଇ-ସମ୍ପତି କାର୍ଡ ବଣ୍ଟନ କରାଯିବା ପାଇଁ ସ୍ୱାମୀତ୍ୱ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି l

ସ୍ୱାମୀତ୍ୱ ଯୋଜନାରେ ହିତାଧିକାରୀଙ୍କୁ ସମ୍ପତି ପତ୍ର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ (ETV Bharat Odisha)
ସ୍ୱାମୀତ୍ୱ ଯୋଜନାରେ ହିତାଧିକାରୀଙ୍କୁ ସମ୍ପତି ପତ୍ର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ (ETV Bharat Odisha)
  • ଫେବୃଆରୀରେ ଚୁକ୍ତି କରିଥିଲେ ରାଜ୍ୟ ସରକାର

ଓଡିଶାରେ ୨୦୨୧ ମସିହା ଫେବୃଆରୀ ୫ ତାରିଖରେ ସ୍ୱାମିତ୍ୱ ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ ଭାରତୀୟ ସର୍ବେକ୍ଷଣ ବିଭାଗ ସହିତ ଚୁକ୍ତି ସ୍ୱାକ୍ଷର ହୋଇଥିଲା । ଏବେ ସ୍ୱାମୀତ୍ୱ ଯୋଜନାରେ ଓଡିଶାର ୫ଟି ଜିଲ୍ଲା ଯଥା ରାୟଗଡା, ଝାରସୁଗୁଡା, ଗଜପତି, ଢେଙ୍କାନାଳ ଏବଂ ନବରଙ୍ଗପୁରର ମୋଟ ୩,୦୩୯ ଗୋଟି ଗ୍ରାମରେ ସର୍ଭେ କାର୍ଯ୍ୟ ଚାଲୁଅଛି । ତନ୍ମଧ୍ୟରୁ ୨,୭୨୧ ଗୋଟି ଗ୍ରାମରେ ଭାରତୀୟ ସର୍ବେକ୍ଷଣ ବିଭାଗ ଦ୍ୱାରା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ଭାରତୀୟ ସର୍ବେକ୍ଷଣ ବିଭାଗ ଉପରୋକ୍ତ ୫ଟି ଜିଲ୍ଲାର ଡ୍ରୋନ ସର୍ଭେ ସାରିବା ପରେ ୧୭୮୫ ଗୋଟି ଗ୍ରାମର ୩୯୭୪ ଗୋଟି ମ୍ୟାପ-୧ କୁ ଭୂମିର ସତ୍ୟତା ଏବଂ ଯାଞ୍ଚ ପାଇଁ ସମ୍ପୃକ୍ତ ଜିଲ୍ଲାମାନଙ୍କୁ ପ୍ରେରଣ କରିଛନ୍ତି l ବର୍ତ୍ତମାନ ସୁଦ୍ଧା, ରାୟଗଡା ଜିଲ୍ଲାର ୨ ହଜାର ୪୬୨ ଟି ମୌଜା ଏବଂ ୨୭୯ଟି ପଡାରେ ଡ୍ରୋନ ସର୍ଭେ ସରିଛି । ଜିଲ୍ଲାର ସମୁଦାୟ ୨ ହଜାର ୮୭୦ଜଣଙ୍କୁ ସମ୍ପତ୍ତି ପତ୍ର ମଧ୍ୟ ପ୍ରଦାନ କରାଯାଇ ସାରିଛି।

ସ୍ୱାମୀତ୍ୱ ଯୋଜନାରେ ହିତାଧିକାରୀଙ୍କୁ ସମ୍ପତି ପତ୍ର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ (ETV Bharat Odisha)

ABOUT THE AUTHOR

...view details