ଓଡିଶା

odisha

ETV Bharat / state

ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ ମୋଦି, ବିମାନ ବନ୍ଦରରେ ଭବ୍ୟ ସ୍ବାଗତ - PM MODI ARRIVES BHUBANESWAR

ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ମୋଦି । ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ଜୋରଦାର ସ୍ବାଗତ କଲେ ଦଳୀୟ ନେତା ।

PM MODI ARRIVES BHUBANESWAR
PM MODI ARRIVES BHUBANESWAR (ETV Bharat Odisha)

By ETV Bharat Odisha Team

Published : Nov 29, 2024, 4:41 PM IST

Updated : Nov 29, 2024, 4:49 PM IST

ଭୁବନେଶ୍ବର:ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜିଠୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ , ଭୁବନେଶ୍ୱର ସାଂସଦ ଅପରାଜିତ ଷଡଙ୍ଗୀ, ପୋଲିସ ଡିଜି ଓ ମୁଖ୍ୟ ଶାସନ ସଚିବ ସ୍ବାଗତ କରିଥିଲେ । ମୋଦିଙ୍କୁ ପାଖରେ ପାଇ ଉତ୍ସାହିତ ନେତା, ମନ୍ତ୍ରୀ ଓ ଜନତା । ଏବେ ନବୀନ ନିବାସ ପାଖରେ ଆୟୋଜିତ ଜନସଭାରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ପରେ ରାଜଭବନ ଯାଇ ସନ୍ଧ୍ୟା 6ଟା 30 ମିନିଟରେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସିବେ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପ୍ରାୟ 2 ଘଣ୍ଟା ପର୍ଯ୍ୟନ୍ତ ସାଂସଦ, ମନ୍ତ୍ରୀ, ବିଧାୟକ ଏବଂ ବରିଷ୍ଠ କାଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ପରେ ପୁନର୍ବାର ରାଜଭବନ ଫେରିଯାଇ ସେଠାରେ ରାତ୍ରିଯାପନ କରିବେ ପ୍ରଧାନମନ୍ତ୍ରୀ । ରାଜ୍ୟ ବିଜେପି ସରକାର ଗଠନ ପରେ ଏହା ମୋଦିଙ୍କ ତୃତୀୟ ଓଡ଼ିଶା ଗସ୍ତ ।

ନେତାଙ୍କୁ 5 ପରାମର୍ଶ ଦେବେ ମନ୍ତ୍ରୀ:

PM MODI ARRIVES AT BHUBANESWAR (ETV BHARAT ODISHA)

ନିର୍ବାଚନରେ ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା କେତେ ପାଳନ କରିଛନ୍ତି ତାହା ଉପରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ହେବାକୁ ଥିବା ବୈଠକରେ ଆଲୋଚନା ହେବ । ମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କୁ 5ଟି ପରାମର୍ଶ ଦେବେ ମୋଦି । ସେହିପରି ବର୍ତ୍ତମାନ ସୁଦ୍ଧା ବିଜେପି ସରକାରରେ ମନ୍ତ୍ରୀ ମାନେ କେତେ କାମ କରିଛନ୍ତି ମନ୍ତ୍ରୀ ଓ ବିଧାୟକ ତାର ରିପୋର୍ଟ ନେବେ ମୋଦି ।

PM MODI ARRIVES AT BHUBANESWAR (ETV BHARAT ODISHA)

ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ''ଓଡ଼ିଶା ସରକାରଙ୍କ କାମ ଚାଲିଛି, କେଉଁ କେଉଁ ନୂଆ କାମ କରିଛୁ ସେ ବାବଦରେ ଆମେ ଚିଠା ପ୍ରସ୍ତୁତ କରିଛୁ । ନିର୍ବାଚନ ସମୟରେ ଆମେ ଲୋକଙ୍କୁ କଣ କଣ ପ୍ରତିଶ୍ରୁତି ଦେଇଥିଲୁ । ତା ମଧ୍ୟରୁ କେଉଁ ଗୁଡିକୁ ଆମେ ପାଳନ କରିସାରିଲୁଣି ସେ ବାବାଦରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇବୁ । ଭାରତ ସରକାରଙ୍କ ଯୋଜନାର ରୂପାୟନ ଓଡ଼ିଶାରେ କିପରି ହୋଇଛି, ତାହା ତାଙ୍କର ମୂଳ ବିଷୟ ହେବ । ଓଡ଼ିଶା ସରକାର କଣ କଣ ନୂଆ ଯୋଜନା କାର୍ଯ୍ୟକାରୀ କରିଛନ୍ତି ସେ ବିଷୟରେ ରିପୋର୍ଟ ଦିଆଯିବ । ସେ ଆମକୁ 5ଟା ପରାମର୍ଶ ଦେବେ । ଯାହା ଆମେ ପାଳନ କରିବୁ । ''

PM MODI ARRIVES AT BHUBANESWAR (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-DG-IG ସମ୍ମିଳନୀ: ଲୋକସେବା ଭବନରେ ଉଦ୍‌ଘାଟନ କଲେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ

ଏହା ମଧ୍ୟ ପଢ଼ନ୍ତୁ-ଆଜିଠୁ DG-IG ସମ୍ମିଳନୀ: ହାଇଆଲର୍ଟରେ ଭୁବନେଶ୍ବର, ନୋ-ଫ୍ଲାଇଂ ଜୋନ ଘୋଷଣା

ପ୍ରଧାନମନ୍ତ୍ରୀଙ୍କ ଆଜି ଓ କାଲିର କାର୍ଯ୍ୟସୂଚୀ:

PM MODI ARRIVES AT BHUBANESWAR (ETV BHARAT ODISHA)

ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବୈଠକ ସରିବା ପରେ 8ଟା 30ରେ ରାଜଭବନ ଯିବେ ମୋଦି । ଆସନ୍ତାକାଲି ଓ ଡିସେମ୍ବର 1 ତାରିଖରେ ଡିଜିପି ସମ୍ମିଳନୀରେ ଯୋଗ ଦେବେ । ଅପରାହ୍ନ 4ଟା 15 ପର୍ଯ୍ୟନ୍ତ କନ୍‌ଭେନସନ ସେଣ୍ଟର ଠାରେ ରହିବେ । ଅପରାହ୍ନ 4ଟା 30ରେ ଭୁବନେଶ୍ୱର ବିମାନବନ୍ଦରରୁ ଦିଲ୍ଲୀ ଫେରିଯିବେ ପ୍ରଧାନମନ୍ତ୍ରୀ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 29, 2024, 4:49 PM IST

ABOUT THE AUTHOR

...view details