ଓଡିଶା

odisha

ETV Bharat / state

ରାଜଧାନୀରେ ଇଦ ପାଳନ, ଫିତରା ଓ ଜକାତ ଦେଇ କଲେ ପୂନ୍ୟ ଅର୍ଜନ - EID UL FITR 2024 - EID UL FITR 2024

Eid Ul Fitr Celebration in Bhubaneswar: ଇଦ ପାଇଁ ଉତ୍ସବ ମୁଖର ଭୁବନେଶ୍ବର। ଜୁମା ମସଜିଦରେ ନମାଜ ପରେ ଫିତରା ଓ ଜକାତ ଦେଇ କରାଗଲା ଇଦ ପାଳନ। ଅଧିକ ପଢ଼ନ୍ତୁ,

ରାଜଧାନୀରେ ଇଦ ପାଳନ
ରାଜଧାନୀରେ ଇଦ ପାଳନ

By ETV Bharat Odisha Team

Published : Apr 11, 2024, 10:16 PM IST

ରାଜଧାନୀରେ ଇଦ ପାଳନ

ଭୁବନେଶ୍ବର: ଆଜି ହେଉଛି ମୁସଲିମ ସମ୍ପ୍ରଦାୟର ପବିତ୍ର ଇଦୁଲ ଫିତର ବା ଇଦ। ଯାହା ପାଇଁ ରାଜଧାନୀ ହୋଇପଡ଼ିଛି ଚଳଚଞ୍ଚଳ। ଭୁବନେଶ୍ବରରେ ଅତି ଆନନ୍ଦ ଏବଂ ଉଲ୍ଲାସର ସହିତ ପାଳନ କରାଯାଇଛି ଇଦ।ଗତକାଲି ରମଜାନ ମାସର ଶେଷ ସନ୍ଧ୍ୟାରେ ଇଦ୍ ର ଚାନ୍ଦ ଦେଖିବା ପରେ ଆଜି ଏଠାରେ ଇଦ୍ ପାଳନ ହୋଇଛି । ଭୁବନେଶ୍ବର ୟୁନିଟ -୪ରେ ଥିବା ଜୁମା ମସଜିଦରେ ମୁସଲମାନ ସମ୍ପ୍ରଦାୟର ଭାଇମାନେ ଏକାଠି ହୋଇ ଇଦ ପାଳନ କରିଥିବା ଦେଖିବାକୁ ମିଳିଛି।

ରାଜ୍ୟରେ ଆନନ୍ଦ ଉତ୍ସବର ସହ ଏହି ପବିତ୍ର ଦିନକୁ ପାଳନ କରାଯାଉଥିବା ବେଳେ ଭୁବନେଶ୍ୱର ଦେଖିବାକୁ ମିଳିଛି ଏହି ଭାଇଚାରାର ପର୍ବ ଇଦର ସେଲିବ୍ରେସନ। ଏହି ପବିତ୍ର ଦିନକୁ ଆନନ୍ଦ ଉତ୍ସାହର ପାଳନ କରିଛନ୍ତି। ୟୁନିଟ -୪ରେ ଥିବା ଜୁମା ମସଜିଦରେ ପ୍ରଥମେ ସମସ୍ତେ ସମୂହ ନମାଜ ପାଠ କରିବା ପରେ ପରସ୍ପରକୁ ଇଦର ଶୁଭେଚ୍ଛା ଦେଇଛନ୍ତି। ସୁଖ ଶାନ୍ତି, ମୈତ୍ରୀ ଓ ଭାଇଚାରାର ଏହି ପର୍ବକୁ ରାଗଦ୍ଵେଷ ଭୁଲି ଇସ୍ଲାମିକ ଭାଇଭଉଣୀମାନେ ବେଶ ଧୁମଧାମରେ ପାଳନ କରିଛନ୍ତି । ଏହି କର୍ମରେ ମୁସଲମାନ ଶ୍ରଦ୍ଧାଳୁ ମାନେ ପ୍ରତିଦିନ ଭୋର ସମୟରୁ ଉଠି ଉପବାସ ରଖିଥାନ୍ତି । ଇସଲାମ ଧର୍ମାବଲମ୍ବୀଙ୍କ ଅନୁସାରେ ଏହି ମାସରେ ୩୦ ଦିନ ଧରି ରୋଜା ରଖିବା, ଶ୍ରଦ୍ଧାଳୁମାନଙ୍କ ନିମନ୍ତେ ରକ୍ଷା କବଚ ସଦୃଶ ।

ଏହା ମଧ୍ୟ ପଢ଼ନ୍ତୁ... ନେତାଙ୍କ ଇଦ୍‌: ମସଜିଦରେ ରାଜନେତାଙ୍କ ଭିଡ, ପରସ୍ପରକୁ ଜଣାଇଲେ ମୁବାରକ - EID UL FITR 2024

ପ୍ରତ୍ୟେକ ଦିନ ସୂର୍ଯ୍ୟୋଦୟ ଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ନିର୍ଜଳ ଉପବାସ ବ୍ରତ ପାଳନ କରିବା ସହିତ ଚକ୍ଷୁ, କର୍ଣ୍ଣ, ନାସା, ଜିହ୍ୱା ଇତ୍ୟାଦି ଇନ୍ଦ୍ରିୟ ଗୁଡ଼ିକ ଉପରେ ସଂଯମ ଅବଲମ୍ବନ କରାଯାଇଥାଏ ବୋଲି ବିଶ୍ୱାସ ରହିଛି ।ସକାଳ 7ଟା ଠାରୁ ସହରର ବିଭିନ୍ନ ମସଜିଦ ଗୁଡିକରେ ଭିନ୍ନ ଭିନ୍ନ ସମୟରେ ସମୂହ ନମାଜ ପାଠ କରାଯାଇଛି। ଭୁବନେଶ୍ୱରରେ ଥିବା ଛୋଟେ ମସଜିଦ, ବଡ ମସଜିଦ, କଦମ ରସୁଲ ଆଦି ସ୍ଥାନରେ ସବୁଠି ସମୂହ ନମାଜ ପାଠ କରାଯାଇଛି। ଖାଲି ସେତିକି ନୁହେଁ ମସଜିଦ ପରେ ବି ଘର ସାହି ବସ୍ତିରେ ସବୁଠି ପାଳିନ କରାଯାଇଛି ଇଦ। ଇଦର ଅର୍ଥ ଖୁସି, ଫିତର ଅର୍ଥ ଦାନ ଅର୍ଥାତ ଇଦୁଲ ଫିତର ହେଉଛି ଦାନର ମହୋତ୍ସବ । ଏହି ପବିତ୍ର ଦିନରେ ବର୍ଷସାରା ଯାହା ଆୟ କରିଥିବ ତାର ଅଢ଼େଇ ଭାଗ ଗରୀବ ଓ ନିଃସହାୟ ବ୍ୟକ୍ତିଙ୍କୁ ଦାନ କଲେ ପୂଣ୍ୟ ହୁଏ ବୋଲି ବିଶ୍ୱାସ ରହିଛି । ଏହି ପରିପ୍ରକ୍ଷିରେ ଲୋକ ଦାନ କରିଥିବା ଦେଖିବାକୁ ମିଳିଛି। ସେପଟେ ସୁରକ୍ଷାକୁ ଦୃଷ୍ଟିରେ ରଖି ସହରରେ ପୋଲିସ ମୁତୟନ କରାଯାଇଛି।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details