ଭୁବନେଶ୍ୱର:ବିଶିଷ୍ଟ ଚିତ୍ରଶିଳ୍ପୀ ବିନୋଦ ମହାରଣା ସମ୍ମାନଜନକ ପଦ୍ମଶ୍ରୀ ଉପାଧିରେ ମନୋନୀତ ହୋଇଛନ୍ତି । ୫୦ ବର୍ଷର ସାଧନାର ସିଦ୍ଧିକୁ ନେଇ ସୁନାମଧନ୍ୟ ସେ ଆଜି ଏହି ଉପାଧିର ଅଧିକାରୀ ହୋଇପାରିଛନ୍ତି । ପଟ୍ଟଚିତ୍ର ଶିଳ୍ପୀ ଭାବେ ହଜାର ହଜାର ବର୍ଷର ପ୍ରାଚୀନ କଳାକୁ ରାଷ୍ଟ୍ରୀୟ ସ୍ତରରେ ସୀକୃତି ମିଳିବା ଓ ଲୁକ୍କାୟିତ ପ୍ରତିଭାକୁ ସମ୍ମାନୀତ କରିଥିବାରୁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ସେ । ତେବେ ପଦ୍ମଶ୍ରୀ ପାଇଁ ମନୋନୀତ ହେବା ପରେ ସେ କହିଛନ୍ତି, "ସାଧାନାରୁ ସିଦ୍ଧି ମିଳିଥିବବେଳେ ପ୍ରତିଟି ଚିତ୍ରଶିଳ୍ପୀକୁ ସାଧନା ଜାରି ରଖିବାର ଆବଶ୍ୟକତା ରହିଛି । ତେବେ ଯାଇ ସଫଳତା ନିଶ୍ଚୟ ଆସିବ ।"
ଜଗନ୍ନାଥ ମାଟିର ବା ପୁରୀବାସୀ ହୋଇଥିବାବେଳେ କଳା ପ୍ରତିଥିବା ଦୁର୍ବଳତା ତାଙ୍କୁ ଏହି ପଟ୍ଟଚିତ୍ରର କଳା ଓ ନୈପୁଣ୍ୟତା ଶିଖାଇଛି । ସେ ସପ୍ତମ ଶ୍ରେଣୀରୁ ନିଜ ପୂର୍ବ ପିଢିଙ୍କ ଠାରୁ ଏହି ଚିତ୍ରକଳା ଶିଖିଥିଲେ । ସେ ମହାପ୍ରଭୁ ଜଗନ୍ନାଥଙ୍କର ଅଣସରର ଚିତ୍ରପଟ୍ଟର ସାହାଯ୍ୟକାରୀ କିଶୋର ଚିତ୍ରକାର ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ପରେ ପଟ୍ଟଚିତ୍ର କଳାକୁ ଆପଣାଇ ୫୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ,ସେ ଏହି କାଳର ପ୍ରତିଭା ଦେଖାଇ ଆସୁଛନ୍ତି । ପଟ୍ଟଚିତ୍ରକୁ ନେଇ ତାଙ୍କୁ ଅନେକ ସମ୍ମାନ ମିଳିଥିବାବେଳେ ଏହି ସୁକ୍ଷ୍ମ କାରୁକାର୍ଯ୍ୟର ପ୍ରଚାର ପ୍ରସାର କରିଛନ୍ତି । କଳା ପ୍ରତିଥିବା ତାଙ୍କ ଉତ୍ସର୍ଗୀକୃତ ଭଲପାଇବା ଓ ନିଷ୍ଠା ତାଙ୍କୁ ଆଜି ଏହି ଶ୍ରେଷ୍ଠ ପୁରସ୍କାରର ଅଧିକାରୀ କରିଥିବା ବେଳେ ଏହି କାଳର ବିକାଶ ଓ ପ୍ରଚାର ପାଇଁ ସେ ସର୍ବଦା ଚେଷ୍ଟିତ ।
ଏହା ମଧ୍ୟ ପଢନ୍ତୁ .....କଳା ପ୍ରତି ଥିବା ନିଷ୍ଠା ଓ ସାଧନା ସଫଳତା ଓ ସମ୍ମାନ ଆଣିଦିଏ: ବିନୋଦ ମହାରଣା