ନିମାପଡ଼ା/ଭବାନୀପାଟଣା:ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ଚରମ ଅବହେଳା । ଚିକିତ୍ସା ଅଭାବରୁ ଦୁଇ ଜଣ ରୋଗୀଙ୍କ ଗଲା ଜୀବନ । ଏଭଳି ଅଭିଯୋଗ ଆସିଛି ପୁରୀ ଜିଲ୍ଲା ବାଙ୍ଗୁରିଗାଁ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଏବଂ କଳାହାଣ୍ଡି ମୁଖ୍ୟ ଚିକିତ୍ସାଳୟରୁ । ଗତ ଜୁନ ମାସ ୨୯ ତାରିଖରେ ବାଙ୍ଗୁରିଗାଁ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ଦେବାରୁ ଦେବକୀ ରାଉତଙ୍କ ଦେହାନ୍ତ ହୋଇଥିବା ଅଭିଯୋଗ ହୋଇଥିଲା । ଏନେଇ ତାଙ୍କ ପୁଅ ରଞ୍ଜନ ରାଉତ ଗତ ଜୁଲାଇ ୫ ତାରିଖରେ ସ୍ୱାସ୍ଥ୍ୟ ବିଭାଗ ପାଖରେ ଅଭିଯୋଗ କରିଥିଲେ । ଯାହାର ତଦନ୍ତ ଆରମ୍ଭ କରିଛି ସ୍ୱାସ୍ଥ୍ୟ ବିଭାଗର ୩ ଜଣିଆ ଟିମ୍ ।
ଇଞ୍ଜେକ୍ସନ ନେଲା ଜୀବନ:
ଦେବକୀଙ୍କ ଗୋଡ଼ରେ ଯନ୍ତ୍ରଣା ହେବାରୁ ସେ ବାଙ୍ଗୁରିଗାଁ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ଅଭିଯୋଗ ଅନୁସାରେ ଫାର୍ମାସିଷ୍ଟ ତାଙ୍କୁ ପେନକ୍ଳିଲର ଇଞ୍ଜେକ୍ସନ ନେବାକୁ ଲେଖିଥିଲେ । ତେବେ କାର୍ଯ୍ୟରତ ନର୍ସ ଚିଠା ଅନୁଯାୟୀ ମେଡିକାଲରେ ଥିବା ଇଞ୍ଜେକ୍ସନ ଦେଇଥିଲେ କିନ୍ତୁ ଇଞ୍ଜେକ୍ସନ ଦେବାପରେ ମହିଳା ଜଣକ ଗୁରୁତର ହେବା ଅଭିଯୋଗ ହୋଇଥିବା ବେଳେ କିଛି ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାକୁ ନେଇ ତାଙ୍କ ପୁଅ ବିଭିନ୍ନ ସରକାରୀ ସ୍ତରରେ ଅଭିଯୋଗ କରିଥିଲେ । ଗତକାଲି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ସ୍ୱାସ୍ଥ୍ୟବିଭାଗ ତରଫରୁ ଆଜି ବାଙ୍ଗୁରିଙ୍ଗା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ୩ ଜଣିଆ ଟିମ୍ ଘଟଣାକୁ ନେଇ ତଦନ୍ତ କରିଛନ୍ତି । ଏନେଇ ତଦନ୍ତକାରୀ ଅଧିକାରୀଙ୍କୁ ପଚାରିବାରୁ ସେମାନେ କହିଛନ୍ତି,"ତଦନ୍ତ ଆରମ୍ଭ ହୋଇଛି । ତଦନ୍ତ ପରେ ସ୍ୱାସ୍ଥ୍ୟ ବିଭାଗକୁ ରିପୋର୍ଟ ଦିଆଯିବ । "