ଓଡିଶା

odisha

By ETV Bharat Odisha Team

Published : 5 hours ago

ETV Bharat / state

12 ଘଣ୍ଟିଆ ପାଟଣାଗଡ଼ ବନ୍ଦ: ରେଳ ରୋକ, ଖୋଲିଲାନି ଦୋକାନ ବଜାର - Patanagarh Bandh

Patanagarh Bandh: ଆଜି 12 ଘଣ୍ଟିଆ ପାଟଣାଗଡ଼ ବନ୍ଦ । ବନ୍ଦ ରହିଲା ଦୋକାନ ବଜାର । ଦୁଇଟି ଦାବି ବନ୍ଦ ପାଳନ କରୁଛି ପାଟଣାଗଡ ସିଟିଜେନ ଫୋରମ ।

ପାଟଣାଗଡ ବନ୍ଦ
ପାଟଣାଗଡ ବନ୍ଦ (ETV Bharat Odisha)

ବଲାଙ୍ଗୀର:ଆଜି 12 ଘଣ୍ଟିଆ ପାଟଣାଗଡ ବନ୍ଦ । ପାଟଣାଗଡ଼କୁ ରେଳ ସଂଯୋଗୀକରଣ ଓ ବାଏପାସ ଦାବିରେ 12 ଘଣ୍ଟିଆ ପାଟଣାଗଡ ବନ୍ଦ ଡାକରା ଦେଇଛି ସିଟିଜେନ ଫୋରମ । ସେପଟେ ହରିଶଙ୍କର ରୋଡ଼ରେ ରେଳ ରୋକ ସହ ସମସ୍ତ ଦୋକାନ ବଜାର ବନ୍ଦ ରହିଛି ।

12 ଘଣ୍ଟିଆ ପାଟଣାଗଡ ବନ୍ଦ:

ପାଟଣାଗଡ଼ ବନ୍ଦ (ETV Bharat Odisha)

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ସବ ଡିଭିଜନରେ ଆଜି ସିଟିଜେନ ଫୋରମ ପକ୍ଷରୁ 12 ଘଣ୍ଟିଆ ବନ୍ଦ ଡାକରା ଦିଆ ଯାଇଛି। ବନ୍ଦ ପ୍ରଭାବରେ ଏଠାରେ ଯାତାୟାତ ଦୋକାନ ବଜାର ଓ ସମସ୍ତ ବେସରକାରୀ ଅନୁଷ୍ଠାନ ବନ୍ଦ ରହିଛି। ସେହିପରି ଆନ୍ଦୋଳନକାରୀ ପିକେଟିଂ କରିବା ସହ ସବୁଠି ରାସ୍ତାରୋକ କରିଛନ୍ତି। ସମାନ ଭାବରେ ଆନ୍ଦୋଳନକାରୀ ହରିଶଙ୍କର ରୋଡ଼ ଠାରେ ରେଳରୋକ କରିଛନ୍ତି। ଯାହାଦ୍ବାରା ବଲାଙ୍ଗୀର ରାୟପୁର ରେଳ ଚଳାଚଳ ବାଧା ପ୍ରାପ୍ତ ହୋଇଛି । ସେହିପରି ଏହି ବନ୍ଦ ଯୋଗୁଁ ଏଠି ସାଧାରଣ ଜୀବନ ପ୍ରଭାବିତ ହୋଇଛି।

‘ଜନପ୍ରତିନିଧି ଥାଇ ବି ରେଳ ସଂଯୋଗ ହୋଇନି’

Patanagarh Bandh (ETV Bharat Odisha)

ପାଟଣାଗଡ଼ ଅଞ୍ଚଳରୁ ତିନି ଜଣ ଜନ ପ୍ରତିନିଧି ରହିଛନ୍ତି । ଏଠାରେ ଅନେକ ପ୍ରଭାବଶାଳୀ ନେତା ଥିଲେ ମଧ୍ୟ ଆଜି ଯାଏଁ ପାଟଣାଗଡ଼କୁ ରେଳ ସଂଯୋଗ ହୋଇପାରି ନାହିଁ ବୋଲି ଫୋରମ କହିଛି । ସେହିପରି ଦୀର୍ଘ ଦିନରୁ ପାଟଣାଗଡ଼ ବାଏପାସ ଦାବି ଥିବା ବେଳେ ସରକାର ଏଯାଏଁ କୌଣସି ପଦକ୍ଷେପ ନେଇ ନାହାନ୍ତି । ଏହି ଦୁଇ ଦାବିକୁ ନେଇ ବିଗତ ବର୍ଷରେ ମଧ୍ୟ ଆନ୍ଦୋଳନ ହୋଇ ଆସୁଥିବା ବେଳେ ଚାରି ଥର ପାଟଣାଗଡ଼ ବନ୍ଦ କରି ଲୋକ ଓ ସଂଗଠନ ଆନ୍ଦୋଳନ କରିଥିଲେ ।

କେବେ ହେବ ଦାବି ପୂରଣ ?

Patanagarh Bandh (ETV Bharat Odisha)

ସୂଚନା ଅନୁସାରେ ଗତ 2012ରେ ବଲାଙ୍ଗୀର ନୂଆ ପଡ଼ା ଭାୟା ପାଟଣାଗଡ଼ ରେଳ ଲାଇନ ସର୍ଭେ ସରିଥିବା ସହ ଡିପିଆର କେନ୍ଦ୍ର ସରକାରଙ୍କ ପାଖରେ ରହିଛି । ହେଲେ ଏଯାଏଁ ଏହାକୁ ନେଇ କୌଣସି ସ୍ପଷ୍ଟ କଥା କେନ୍ଦ୍ର ସରକାର କହି ନାହାନ୍ତି । ସେପଟେ ଏହି କାରଣ ଯୋଗୁ ଆଜି ଏହି ବନ୍ଦ ଡାକରା ଦିଆଯାଇଥିବା ବେଳେ ଆନ୍ଦୋଳନ କାରୀ ତଥା ସିଟିଜେନ ଫୋରମ୍ ପ୍ରତିନିଧି ଦିବସା ନନ୍ଦ କହିଛନ୍ତି, ‘ଦୀର୍ଘ ବର୍ଷରୁ ପାଟଣାଗଡ଼ ବାସୀଙ୍କ ଏହି ଦାବି ରହିଛି । ଯେଉଁଥିରେ ବଲାଙ୍ଗୀର ନୂଆ ପଡ଼ା ଭାୟା ପାଟଣାଗଡ଼ ରେଳ ଲାଇନ ଦାବି ହୋଇ ଆସିଛି। ସେହିପରି ପାଟଣାଗଡ଼ ଵାଏପାସ ମଧ୍ୟ ଦାବି ଅଛି । ହେଲେ ସରକାର ଏଯାଏଁ କୌଣସି ପଦକ୍ଷେପ ନେଇ ନାହାନ୍ତି । ସେହିପରି 201 ରୁ ସର୍ଭେ ଓ ଡିପିଆର ସରିଥିବା ବେଳେ ଏଯାଏଁ ତାହା କାର୍ଯ୍ୟକାରୀ ହୋଇନାହିଁ । ଅନ୍ୟପଟେ ପାଟଣାଗଡ଼ର ତିନି ଜଣ ଜନ ପ୍ରତିନିଧି ଅଛନ୍ତି । ଦୁଇ ଜଣ ସାଂସଦ ଥିବା ବେଳେ ଜଣେ ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ ଅଛନ୍ତି । ତାଙ୍କ କାର୍ଯ୍ୟକାଳ ସରିବା ମଧ୍ୟରେ ଆମେ ଆଶା କରୁଛୁ ଆମେ ରେଳ ଦେଖିବୁ ବୋଲି ।’

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details