ଜଗତସିଂହପୁର: ପାରାଦ୍ବୀପ ସେକ୍ସ ରାକେଟର ପର୍ଦ୍ଦାଫାସ କଲା ପୋଲିସ । ଗତ ସୋମବାର ଦିନ ଜଗତସିଂହପୁର ଜିଲ୍ଲା ପାରାଦ୍ବୀପର ଉଦୟ ବିହାରରୁ ଏକ ବଡ଼ ଧରଣର ସେକ୍ସ ରାକେଟ ଠାବ କରିଥିଲା ଲକ୍ ଥାନା ପୋଲିସ । ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଅଚାନକ ପୋଲିସ ଚଢ଼ାଉ କରିଥିଲା । ଚଢାଉ ସମୟରେ ରାଣୀ ମହୁମାଛି ସମେତ 7 ଗ୍ରାହକଙ୍କୁ ଥାନାକୁ ଆଣିଥିଲା। ଏନେଇ ଗତକାଲି(ମଙ୍ଗଳବାର) ତାଙ୍କୁ ଡାକ୍ତରୀ ମାଇନା କରିବା ପରେ ଆଜି ତାଙ୍କୁ କୋର୍ଟ ଚାଲଣ କରିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି ।
ଘର ମାଲିକଙ୍କ ସମେତ ମୋଟ 9 ଜଣଙ୍କ ନାମରେ ମାମଲା ରୁଜୁ କରିଛି ପୋଲିସ । ସେମାନଙ୍କ ପରିଚୟ ପୋଲିସ ଗଣ ମାଧ୍ୟମ ଆଗରେ ପ୍ରକାଶ କରି ନ ଥିବା ବେଳେ 3 ଜଣ ଦେହଜୀବୀଙ୍କ ମଧ୍ୟରେ ଜଣେ ନାବାଳିକା ରହିଥିବା ଜଣାପଡିଛି। ତେଣୁ ଏହି ଘଟଣାକୁ ନେଇ ଲକ ଥାନା ପୋଲିସ ଆଜି ଜଗତସିଂହପୁର ସି ଡବ୍ଲୁସି ନିକଟରେ ସମ୍ପୃକ୍ତ ନାବାଳିକାକୁ ହାଜର କରିବ । ସେପଟେ ପାରାଦ୍ୱୀପରେ ଚାଲୁଥିବା ଏହି ହାଇ ପ୍ରୋଫାଇଲ ସେକ୍ସ ରାକେଟରେ ନାବାଳିକାକୁ ବ୍ୟବହାର କରାଯାଉଥିବାକୁ ନେଇ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି । ସେମାନଙ୍କ ନିକଟରୁ ପୋଲିସ କିଛି ଆପତ୍ତିଜନକ ଜିନିଷ ସହିତ ମୋବାଇଲ ଫୋନ ଓ ଏକ ଗାଡି ଜବତ କରିଥିଲା ।
ଏହା ମଧ୍ୟ ପଢନ୍ତୁ - ପାରାଦ୍ୱୀପରେ ସେକ୍ସ ରାକେଟ ଠାବ: 4 ରୂପଜୀବୀ ଓ 7 ଗ୍ରାହକ ଅଟକ