ଭୁବନେଶ୍ୱର:ଓଡି଼ଶାକୁ ମିଳିବ ୧୫ ଲକ୍ଷ ପକ୍କା ଘର । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆଉ ୧୫ ଲକ୍ଷ ହିତାଧିକାରୀମାନେ ପାଇବେ ପକ୍କା ଘର। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଘୋଷଣା କରିଛନ୍ତି । ବର୍ଷା ଦିନ ପରେ ମିଳିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର । ପ୍ରଥମ କିସ୍ତିରେ ରାଜ୍ୟକୁ ଆସିବ ୫ ଲକ୍ଷ ଘର । ଚିଠା ପ୍ରାୟ ପ୍ରସ୍ତୁତ ହୋଇ ସାରିଥିବା ବେଳେ। ଘରେ ବାପା ଓ ଦୁଇ ପୁଅ ଥିଲେ, ଯଦି ସେମାନେ ଅଲଗା ରହୁଥିବେ ତାଙ୍କୁ ମଧ୍ୟ ଘର ଦେବାକୁ ଯୋଜନା କରୁଛନ୍ତି ସରକାର ।
ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି, "ଭାରତୀୟ ଜନତା ପାର୍ଟି ତାର ସଂକଳ୍ପ ପତ୍ରରେ ୧୫ ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯୋଗାଇ ଦିଆଯିବା ନେଇ ଉଲ୍ଲେଖ କରିଥିଲା । ଏଥର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧ ଲକ୍ଷ ୮୦ ହଜାର ଏବଂ ସିଡ୍ୟୁଲ୍ଡ ଅଞ୍ଚଳରେ ୨ଲକ୍ଷ ଓଡ଼ିଶାର ଏସିସିସି ତାଲିକାରେ ୧ ଲକ୍ଷ ୨୦ ହଜାର ରହିଥିବା କହିଛନ୍ତି ମନ୍ତ୍ରୀ । କେନ୍ଦ୍ର ତରଫରୁ ପ୍ରଥମ କିସ୍ତିରେ ରାଜ୍ୟକୁ ୫ ଲକ୍ଷ ଘର ମିଳିଛି । ଏହି ଏସିସିସି ତାଲିକାରେ ଭଲ ଭାବେ ନିରୀକ୍ଷଣ କରିବୁ । ପ୍ରକୃତରେ ଯେଉଁମାନେ ଏହି ତାଲିକାରେ ଅଛନ୍ତି ସେମାନେ ଯୋଗ୍ୟ କି ନାହିଁ ତଦନ୍ତ ହେବ । ଆମେ ସିଦ୍ଧାନ୍ତ ନେଇଛୁ ଗରିବ ଲୋକମାନେ ଘର ପାଇବେ । ସେଥିପାଇଁ ପଞ୍ଚାୟତ ଅଫିସରମାନେ ଗ୍ରାମସଭାରେ ନିଷ୍ପତ୍ତି ନେବେ ।"