ଓଡିଶା

odisha

ETV Bharat / state

ଡିସେମ୍ବର 27ରୁ ଅନୁଗୋଳରେ ଆରମ୍ଭ ହେବ ଧାନ ସଂଗ୍ରହ, ଏଥର ୯୫ଟି ମଣ୍ଡି

ଏଥର ୧୧ ଲକ୍ଷ ୫୩ ହଜାର କୁଇଣ୍ଟାଲ ସଂଗ୍ରହ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି ପ୍ରଶାସନ । ଭାଗଚାଷୀଙ୍କ ପାଇଁ ନାହିଁ ମଣ୍ଡି ବ୍ୟବସ୍ଥା ।

କାଲିଠୁ ଅନୁଗୋଳରେ ଧାନ ସଂଗ୍ରହ ଆରମ୍ଭ
କାଲିଠୁ ଅନୁଗୋଳରେ ଧାନ ସଂଗ୍ରହ ଆରମ୍ଭ (ETV Bharat odisha)

By ETV Bharat Odisha Team

Published : Nov 26, 2024, 3:05 PM IST

ଅନୁଗୋଳ:ଆସନ୍ତାମାସ (ଡିସେମ୍ବର) ୨୭ ତାରିଖରୁ ଅନୁଗୋଳ ଜିଲ୍ଲାରେ ଚାଷୀଙ୍କ ଠାରୁ ଧାନ କିଣା ଆରମ୍ଭ ହେବ । ଜିଲାସ୍ତରୀୟ ଧାନ ସଂଗ୍ରହ କମିଟିରେ ଏହା ନିଷ୍ପତ୍ତି ହୋଇଛି । ଏଥିପାଇଁ ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ବେଳେ ଚାଷୀମାନେ ମଧ୍ୟ ବିକ୍ରି କରିବାକୁ ଧାନ ଅମଳ କରିବାରେ ଲାଗି ପଡିଛନ୍ତି । ଚଳିତବର୍ଷ କିଭଳି ସଠିକ ଭାବେ ବିନା କଟନୀ-ଛଟନୀରେ ଚାଷୀ ଧାନ ବିକ୍ରି କରିବେ, ସେଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।

  • ଜିଲ୍ଲା ପ୍ରଶାସନର ମିଟିଂରେ ସ୍ଥିର ହେଲା ତାରିଖ:-

ଚଳିତବର୍ଷ ସରକାର ଚାଷୀଙ୍କ ହିତ ପାଇଁ ଧାନ କିଣାରେ କିଭଳି ସ୍ବଚ୍ଛତା ରହିବ, ସେଥିପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି । ପ୍ରତ୍ୟକ ଜିଲ୍ଲାରେ ମନ୍ତ୍ରୀସ୍ତରୀୟ ବୈଠକ କରାଯାଇ ବିଭାଗୀୟ ଅଧିକାରୀମାନଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି । ମିଲରଙ୍କୁ ମଧ୍ୟ ଚାଷୀଙ୍କୁ କୌଣସି ପ୍ରକାର ହଇରାଣ ନକରିବାକୁ ତାଗିଦ କରାଯାଇଛି । ଅନୁଗୋଳ ଜିଲାରେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲା ପରିଷଦ ଅଧ୍ୟକ୍ଷା, ସମସ୍ତ ବିଧାୟକ, ଜିଲା ଯୋଗାଣ ଅଧିକାରୀ, ସମବାୟ ଅଧିକାରୀଙ୍କ ସମେତ ବହୁ ପ୍ରଶାସନିକ ଓ ଯୋଗାଣ ବିଭାଗ ଅଧିକାରୀମାନେ ଯୋଗ ଦେଇ ଆଲୋଚନା କରିଥିଲେ । ବୈଠକରେ ଧାନ କିଣିବାକୁ ଥିବା ମିଲରମାନେ ମଧ୍ୟ ଉପସ୍ଥିତ ଥିଲେ ।

ଡିସେମ୍ବର 27ରୁ ଅନୁଗୋଳରେ ଆରମ୍ଭ ହେବ ଧାନ ସଂଗ୍ରହ, ଏଥର ୯୫ଟି ମଣ୍ଡି (ETV Bharat odisha)

ଏହା ମଧ୍ୟ ପଢ଼ନ୍ତୁ...ବରଗଡ଼ରୁ ଆଜିଠୁ ଖରିଫ ଧାନ ସଂଗ୍ରହ ଆରମ୍ଭ, MSP ସହ ମିଳିବ ବୋନସ, ଚାଷୀ ଅସନ୍ତୁଷ୍ଟ

ଏହା ମଧ୍ୟ ପଢ଼ନ୍ତୁ...ସୁରୁଖୁରୁରେ ହେବ ଧାନ କିଣା, ମନଇଚ୍ଛା କଟନୀ ଛଟନୀରେ ଲାଗିବ ରୋକ

ଜିଲ୍ଲାରେ ଧାନ ଅମଳର ସ୍ଥିତି ଦେଖି ଧାନ କିଣା ତାରିଖ ଧାର୍ଯ୍ୟ କରାଯାଇଥିଲା । ଚାଷୀମାନେ କିଭଳି ‘ଏଫଏକ୍ୟୁ’ ମାନର ଧାନ ମଣ୍ଡିକୁ ଆଣିବେ, କୌଣସି ଦଲାଲ ହାବୁଡ଼ରେ ନପଡିବେ, କଟନୀ ଛଟନୀର ଶିକାର ନହେବେ ସେଥିପ୍ରତି କଡା ନଜର ରଖିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ବୈଠକରେ ନିର୍ଦେଶ ଦିଆଯାଇଥିଲା । ଏହାଛଡା ଏ ସମସ୍ତ ବିଷୟରେ ଚାଷୀମାନଙ୍କୁ ବ୍ୟାପକ ସଚେତନ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଥିଲା ।

କାଲିଠୁ ଅନୁଗୋଳରେ ଧାନ ସଂଗ୍ରହ ଆରମ୍ଭ (ETV Bharat odisha)
  • ଏଥର ୧୧ ଲକ୍ଷ ୫୩ହଜାର କୁଇଣ୍ଟାଲ ଧାନ ସଂଗ୍ରହ ଲକ୍ଷ୍ୟ:-

ଚଳିତବର୍ଷ ଜିଲ୍ଲାରୁ ପ୍ରାଥମିକ ପର୍ଯ୍ୟାୟରେ ମୋଟ ୧୧ ଲକ୍ଷ ୫୩ହଜାର କୁଇଣ୍ଟାଲ ଧାନ କିଣାଯିବା ପାଇଁ ଧାର୍ଯ୍ୟ କରାଯାଇଛି । ୯୫ଟି ଧାନ ମଣ୍ଡି ଖୋଲା ଯାଇଥିବା ବେଳେ ୪ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଧାନ ସଂଗ୍ରହ ଦାୟିତ୍ୱ ଦିଆଯାଇଛି । ସ୍ବଚ୍ଛତା ଅବଲମ୍ବନ ପାଇଁ ପ୍ରତ୍ୟକ ମଣ୍ଡିରେ ଜଣେ ଲେଖାଏଁ ମଣ୍ଡି ଅଧିକାରୀ ଏବଂ ପ୍ୟାକ ସେକ୍ରେଟାରୀ ରହିବେ । ଏହାଛଡା ଧାନ ସଂଗ୍ରହ ବେଳେ ମୋବାଇଲ ସ୍କ୍ବାଡ ବିଭିନ୍ନ ମଣ୍ଡିକୁ ଯାଇ ତଦାରଖ କରିବେ । ତେଣୁ ଚାଷୀମାନେ ସେମାନଙ୍କ ଧାନ ସୁରୁଖୁରୁରେ ବିକ୍ରି କରିବାକୁ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ। ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି ।

କାଲିଠୁ ଅନୁଗୋଳରେ ଧାନ ସଂଗ୍ରହ ଆରମ୍ଭ (ETV Bharat odisha)

ଏହା ମଧ୍ୟ ପଢନ୍ତୁ :- ସମ୍ବଲପୁରରେ ଖରିଫ ଧାନ କିଣା ଆରମ୍ଭ, ମଣ୍ଡିରେ ଅବ୍ୟବସ୍ଥା ଅଭିଯୋଗ

ଏହା ମଧ୍ୟ ପଢନ୍ତୁ :- ବରଗଡ଼ରୁ ଆରମ୍ଭ ହେଲା ଧାନ ସଂଗ୍ରହ ପ୍ରକ୍ରିୟା, ଟୋକନ ସମସ୍ୟା ପାଇଁ ଦ୍ବନ୍ଦ୍ବରେ ଚାଷୀ

  • ଚିନ୍ତାରେ ଭାଗ ଚାଷୀ

ଅପରପକ୍ଷରେ ଚାଷୀମାନେ ମଧ୍ୟ ଧାନ ଅମଳ ପାଇଁ ଲାଗି ପଡିଛନ୍ତି । କ୍ଷେତରେ ଧାନ କାଟିବାଠାରୁ ନେଇ ଅମଳ କରି ବସ୍ତାରେ ଭର୍ତ୍ତି କରିବା ପର୍ଯ୍ୟନ୍ତ ସବୁ କାମ ଯୁଦ୍ଧ କାଳୀନ ଭିତ୍ତିରେ କରୁଛନ୍ତି। ସରକାର ଏଥର ଧାନ କୁଇଣ୍ଟାଲ ପିଛା ୩୧ଶହ ଟଙ୍କା ଦର ଧାର୍ଯ୍ୟ କରି ଥିବାରୁ ଚାଷୀଙ୍କ ମନରେ ନାହିଁ ନଥିବା ଖୁସି। କାରଣ ଧାନ ରୁଆ ଠାରୁ ନେଇ ଅମଳ ପର୍ଯ୍ୟନ୍ତ ଚାଷୀଙ୍କୁ ଜଳ ସେଚନ, ସାର, ଔଷଧରେ ବହୁ ଖର୍ଚ୍ଚ କରିବାକୁ ପଡୁଛି। ବିକ୍ରି ବେଳକୁ କିଛି ଲାଭ ହେଉନାହିଁ । ଚଳିତବର୍ଷ ସେମାନେ ନିଶ୍ଚିତ ଭାବେ ଲାଭ ପାଇବାକୁ ଚାହିଁ ବସିଛନ୍ତି । ଅନ୍ୟପକ୍ଷରେ ଭାଗ ଚାଷୀମାନେ ଚିନ୍ତାରେ ପଡ଼ି ଯାଇଛନ୍ତି । କେତେକ ଚାଷୀ ନିଜସ୍ୱ ଜମି ନଥିବାରୁ ଅନ୍ୟଠାରୁ ଭାଗରେ ଜମି ଆଣି ଚାଷ କରୁଛନ୍ତି । କିନ୍ତୁ ମଣ୍ଡିରେ ସେମାନଙ୍କ ପାଇଁ ବିକ୍ରି କରିବା ସୁଯୋଗ ନାହିଁ । ବାଧ୍ୟ ହୋଇ ସେମାନେ ଦଲାଲ ଜରିଆରେ ବିକ୍ରି କରିବାକୁ ପ୍ରସ୍ତୁତ ହେଉଛନ୍ତି।

କାଲିଠୁ ଅନୁଗୋଳରେ ଧାନ ସଂଗ୍ରହ ଆରମ୍ଭ (ETV Bharat odisha)

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details