ଝାରସୁଗୁଡା: ଜିଲ୍ଲାର ବଡ଼ମାଲ ସ୍ଥିତ ଆର୍.ଏମ୍.ସି ବଜାର ପ୍ରାଙ୍ଗଣରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଧାନ କିଣା ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସୋମବାର ସକାଳ 10 ଟାରେ ଏହି ଧାନ କିଣା ଶୁଭାରମ୍ଭ ହେବାସହ ଜିଲ୍ଲାରେ ଆଜି ଠାରୁ ଚାଷୀମାନଙ୍କ ଠାରୁ ଧାନ ସଂଗ୍ରହ କରାଯାଉଛି l ଚାଷୀମାନେ କିପରି ସୁରୁଖୁରୁରେ ଧାନ ବିକ୍ରି କରିବେ ସେନେଇ ବିଶେଷ ଧ୍ୟାନ ଦିଆଯାଇଛି l
ଝାରସୁଗୁଡାରେ ଧାନ କ୍ରୟ ଆରମ୍ଭ:
ଚଳିତ ବର୍ଷ ଝାରସୁଗୁଡା ଜିଲ୍ଲାରେ 7 ଲକ୍ଷ 9 ହଜାର କ୍ବିଣ୍ଟାଲ ଧାନ କିଣିବା ପାଇଁ ଧାର୍ଯ୍ୟ ହୋଇଥିବା ବେଳେ 21 ହଜାର 7 ଶହ 30 ଜଣ ଚାଷୀ ଧାନ ବିକ୍ରି କରିବା ପାଇଁ ପଞ୍ଜିକରଣ କରିଛନ୍ତି l ସେମାନଙ୍କ ଠାରୁ ଧାନ କିଣିବା ପାଇଁ 64ଟି ସ୍ଥାନରେ ପେଡି ପ୍ରୋକ୍ୟୁରମେଣ୍ଟ ସେଣ୍ଟର ଖୋଲାଯାଇଛି l ଏନେଇ ଝାରସୁଗୁଡା ଅତିରିକ୍ତ ଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ବାଇଁ କହିଛନ୍ତି, "ଆଜି ଝାରସୁଗୁଡ଼ା ଜିଲ୍ଲାରେ RMC ମଣ୍ଡିରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେଲା । ୭ ଲକ୍ଷ ୯ ହଜାର କ୍ବିଣ୍ଟାଲ ଧାନ କିଣା ଯିବାର ଧାର୍ଯ୍ୟ କରାଯାଇଛି । ପ୍ରାୟ ୨୧ ହଜାର ୭ଶହ ୩୦ ଜଣ ଚାଷୀ ପଞ୍ଜିକୃତ ହୋଇଥିବା ଚାଷୀ ତାଙ୍କର ଧାନ ବିକ୍ରି କରିପାରିବେ । ୬୪ ଗୋଟି ସ୍ଥାନରେ ପ୍ରୋକ୍ୟୁରମେଣ୍ଟ ସେଣ୍ଟର କରାଯାଇଛି । ଏହି ସ୍ଥାନରେ ଚାଷୀମାନେ ନିଜର ଧାନ ବିକ୍ରି କରିପାରିବେ । ଓଡ଼ିଶା ସରକାରଙ୍କ ଚାଷୀମାନଙ୍କ ପାଇଁ ଐତିହାସିକ ପଦକ୍ଷେପ ଗ୍ରହଣ ପରେ ଆଜି ଚାଷୀଙ୍କ ଧାନ ବିକ୍ରି ପ୍ରକ୍ରିୟା ଆରମ୍ଭ ହୋଇଅଛି।"
ଧାନ କିଣା ଆରମ୍ଭରୁ ବିବାଦ: