ଭୁବନେଶ୍ବର:ଗ୍ରୀଷ୍ମ ପ୍ରବାହକୁ ନେଇ କ୍ୟାପିଟାଲ ହସ୍ପିଟାଲରେ ସ୍ୱତନ୍ତ୍ର ବ୍ୟବସ୍ଥା। ରୋଗୀଙ୍କ ପାଇଁ ଖୋଲିଲା ଓଆରଏସ କର୍ଣ୍ଣର। ହସ୍ପିଟାଲର ପ୍ରମୁଖ ସ୍ଥାନ ଗୁଡିକରେ ଖୋଲିଛି ଓଆରଏସ କର୍ଣ୍ଣର। ଏପଟେ ଅଂଶୁଘାତ ଜନିତ ରୋଗୀ ହସପିଟାଲକୁ ଆସିଲେ ସେମାନଙ୍କ ପାଇଁ ସ୍ବତନ୍ତ୍ର ଡାକ୍ତର ଟିମ ସହିତ ସ୍ୱତନ୍ତ୍ର ୧୦ଟି ବେଡ୍ ପ୍ରସ୍ତୁତ ରଖାଯାଇଛି। ଅଂଶୁଘାତ ଓ ଡାଇରିଆକୁ ଦୃଷ୍ଟିରେ ରଖି ବେଡ୍ ବ୍ୟବସ୍ଥା କରାଯାଇଥିବାବେଳେ ସ୍ୱତନ୍ତ୍ର ରୁମର ମଧ୍ୟ ବ୍ୟବସ୍ଥା କରାଯାଇଛି। ରୋଗୀ ଏବଂ ସେମାନଙ୍କର ସମ୍ପର୍କୀୟମାନଙ୍କ ପାଇଁ ଖୋଲାଯାଇଛି ଓଆରଏସ କର୍ଣ୍ଣର। ହସ୍ପିଟାଲର ପ୍ରମୁଖ ସ୍ଥାନ ଗୁଡିକରେ ଆରମ୍ଭ ହୋଇଛି ଓଆରଏସ କର୍ଣ୍ଣର। ଅଂଶୁଘାତଜନିତ ରୋଗୀ ହସ୍ପିଟାଲକୁ ଆସିଲେ ସେମାନଙ୍କ ପାଇଁ ସ୍ବତନ୍ତ୍ର ଡାକ୍ତର ଟିମ୍ ଚିକିତ୍ସା କରିବେ। ସେମାନଙ୍କୁ ଚିକିତ୍ସା ପାଇଁ ପ୍ରାଥମିକତା ଦିଆଯିବ।
ସାରା ଓଡ଼ିଶାରେ ଏବେ ଗ୍ରୀଷ୍ମପ୍ରବାହ ବଢିବାରେ ଲାଗିଛି। ରାଜ୍ୟରେ ଅସହ୍ୟ ଗରମ ଏବଂ ତାତିରେ ରାଜ୍ୟବାସୀ ଆଉଟୁ ପାଉଟୁ ହେଉଛନ୍ତି। ତେବେ ଖରା ଓ ତାତି ବଢୁଥିବାବେଳେ ଗ୍ରୀଷ୍ମ ପ୍ରବାହକୁ ନେଇ ସତର୍କ କରାଇଛନ୍ତି ଏସଆରସି। ଅଂଶୁଘାତ ଏବଂ ଡାଇରିଆ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସମସ୍ତ ହସ୍ପିଟାଲକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ସ୍ୱାସ୍ଥ୍ୟ ଓ ଅଗ୍ନିଶମ ବିଭାଗକୁ ମଧ୍ୟ ସତର୍କ ରହିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି କ୍ୟାପିଟାଲ ହସ୍ପିଟାଲରେ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏନେଇ କ୍ୟାପିଟାଲ ହସ୍ପିଟାଲର ଅଧୀକ୍ଷକ ଦିଲୀପ ପଣ୍ଡା କହିଛନ୍ତି , "ସରକାରୀ ସ୍ତରରେ ସମସ୍ତ ହସପିଟାଲକୁ ସଚେତନତା କରାଯାଇଛି। ସ୍ବାସ୍ଥ୍ୟକେନ୍ଦ୍ରରେ ଓଆରଏସ ରଖିବା ସହ ଅତ୍ୟାବଶ୍ୟକ ଔଷଧ ମହଜୁଦ କରି ରଖାଯାଇଛି। ଅଂଶୁଘାତ ଜନିତ ରୋଗୀଙ୍କ ପାଇଁ କୁଲର ଏବଂ ଏସି ରୁମ୍ କରାଯାଇଛି। ସେମାନେ କିଭଳି ଭାବରେ ଉଚିତ ଚିକିତ୍ସା ପାଇବେ ସେନେଇ ନଜର ରଖାଯାଇଛି।"