ଓଡିଶା

odisha

ETV Bharat / state

ଓଡିଶା ପୋଲିସ ବାଟାଲିୟନ ଡିପିସି ଉପରେ ହାଇକୋର୍ଟଙ୍କ ଅଙ୍କୁଶ - ଓଡିଶା ପୋଲିସ ବାଟାଲିୟନ

DPC of Odisha Police Battalion: ଓଡିଶା ପୋଲିସର ବିଭିନ୍ନ ବାଟାଲିୟନରେ କମାଣ୍ଡାଣ୍ଟ ପଦବୀକୁ ପଦୋନ୍ନତି ପାଇଁ ହେବାକୁ ଥିବା ଡିପିସି ଉପରେ ହାଇକୋର୍ଟ ରହିତାଦେଶ । ଅଧିକ ପଢନ୍ତୁ

Orissa High Court
Orissa High Court

By ETV Bharat Odisha Team

Published : Feb 15, 2024, 8:07 PM IST

କଟକ:ଓଡିଶା ପୋଲିସର ବିଭିନ୍ନ ବାଟାଲିୟନରେ କମାଣ୍ଡାଣ୍ଟ ପଦବୀକୁ ପଦୋନ୍ନତି ପାଇଁ ହେବାକୁ ଥିବା ଡିପାର୍ଟମେଣ୍ଟାଲ ପ୍ରମୋସନ କମିଟି (ଡିପିସି) ଉପରେ ହାଇକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି । ଆବେଦନକାରୀ ଡେପୁଟି କମାଣ୍ଡାଣ୍ଟ ବିଭୁତି ଭୂଷଣ ମହାରଣା ଏବଂ ଅନ୍ୟମାନଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ହାଇକୋର୍ଟ ଏହି ସ୍ଥଗିତାଦେଶ ଜାରି କରିଛନ୍ତି ହାଇକୋର୍ଟ । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୦ ତାରିଖକୁ ଧାର୍ଯ୍ୟ କରାଯାଇଛି ।

ଏହା ବି ପଢନ୍ତୁ- ଓଡ଼ିଶା ହାଇକୋର୍ଟ ନୂଆ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ

ଓଡିଶା ପୋଲିସର ବିଭିନ୍ନ ବାଟାଲିୟନରେ କମାଣ୍ଡାଣ୍ଟ ପଦବୀରେ ପଦୋନ୍ନତି ପାଇଁ ଗୃହ ବିଭାଗ ପକ୍ଷରୁ ୨୦୨୨ ମସିହା ଡିସେମ୍ବର ୩୦ ତାରିଖରେ ଚୂଡାନ୍ତ ଗ୍ରେଡେସନ ଲିଷ୍ଟ ପ୍ରକାଶ କରାଯାଇଥିଲା । କମାଣ୍ଡାଣ୍ଟ ପଦବୀକୁ ପଦୋନ୍ନତି ପାଇଁ ଉଭୟ ବାଟାଲିୟନ ଅଫିସର ଵା ସୁବେଦାର ଏବଂ ରିଜର୍ଭ ପୋଲିସର ରିଜର୍ଭ ଇନ୍ସପେକ୍ଟର ମାନଙ୍କୁ ସୁଯୋଗ ମିଳିଥାଏ । ଉଭୟ କାଟାଗୋରି ମଧ୍ୟରୁ ବାଟାଲିୟନ ଅଫିସରଙ୍କ ସଂଖ୍ୟା ଅଧିକା ଥିବାରୁ ୨:୧ ଅନୁପାତରେ ପଦୋନ୍ନତି ଦେବାକୁ ଆଇନରେ ବ୍ୟବସ୍ଥା ରହିଛି ।

ଏହା ବି ପଢନ୍ତୁ- 'ଆମ ଓଡ଼ିଶା ନବୀନ ଓଡ଼ିଶା'ରେ ସରପଞ୍ଚ ଓ ନିର୍ବାଚିତ ପ୍ରତିନିଧିଙ୍କୁ ସାମିଲ କର: ହାଇକୋର୍ଟ

ଏହା ବି ପଢନ୍ତୁ- ଆୟୁଷ୍ମାନ ଭାରତ ଯୋଜନା ଲାଗୁ ସମ୍ପର୍କିତ ଜନସ୍ୱାର୍ଥ ମାମଲାକୁ ଖାରଜ କଲେ ହାଇକୋର୍ଟ

ତେବେ ଏହି ଚୂଡାନ୍ତ ତାଲିକା ପ୍ରସ୍ତୁତି ସମୟରେ ବାଟାଲିୟନ ଅଫିସର ଵା ସୁବେଦାର ମାନଙ୍କ ବରିଷ୍ଠତାକୁ ଅଣଦେଖା କରାଯାଇଛି ବୋଲି ଆବେଦନକାରୀ ଅଭିଯୋଗ କରିଥିଲେ । ସେ ଆବେଦନ ପତ୍ରରେ ଉଲ୍ଲେଖ କରିଥିଲେ ଯେ ସେମାନଙ୍କଠାରୁ ପ୍ରାୟ ୪ବର୍ଷ ଜୁନିଅର ଥିବା ଅନେକ ଅଧିକାରୀଙ୍କ ନାମକୁ ପଦୋନ୍ନତି ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି । ଆବେଦନକାରୀ ମାନେ ପଦୋନ୍ନତିର ପ୍ରାଥମିକ ନାମାଙ୍କନ ପାଇବା ପରେ ଡିପିସି ହେବା ପୂର୍ବରୁ ଏ ନେଇ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଏହି ପ୍ରସଙ୍ଗରେ ସରକାର ଜବାବ ଦାଖଲ କରିବା ପରେ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୦ ତାରିଖକୁ ଧାର୍ଯ୍ୟ କରାଯାଇଛି । ଏହା ସହ ଓଡିଶା ପୋଲିସର ବିଭିନ୍ନ ବାଟାଲିୟନରେ କମାଣ୍ଡାଣ୍ଟ ପଦବୀକୁ ପଦୋନ୍ନତି ପାଇଁ ହେବାକୁ ଥିବା ଡିପିସି ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି ।

ଏହା ବି ପଢନ୍ତୁ- ଓଡ଼ିଶା ପୋଲିସ ଆଣୁଛି କର୍ଣ୍ଣର ସଟ୍ ଗନ୍, ଇସ୍ରାଏଲ କମାଣ୍ଡୋ ପରି ଦିଆଯିବ ତାଲିମ

ଇଟିଭି ଭାରତ, କଟକ

ABOUT THE AUTHOR

...view details