କଟକ:ବହୁଚର୍ଚ୍ଚିତORHDC ଋଣ ଦୁର୍ନୀତି ମାମଲାରେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ବଡ ଆଶ୍ବସ୍ତି ମିଳିଛି । ଆଜି ଏହି ମାମଲାରେ ସୁପ୍ରିମକୋର୍ଟରୁ ମୋକିମଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ଉପରେ ହାଇକୋର୍ଟ ରୋକ ଲଗାଇବା ମନା କରିବା ପରେ ସର୍ବୋଚ୍ଚ କୋର୍ଟରେ ଦ୍ବାରସ୍ଥ ହୋଇଥିଲେ ମୋକିମ ।
ଚଳିତମାସ (ଏପ୍ରିଲ) 14 ତାରିଖରେ ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ଉପରେ ରୋକ୍ ଲଗାଇବା ପାଇଁ ହାଇକୋର୍ଟରୁ ନିରାଶ ହେବା ପରେ ବିଧାୟକ ମହମ୍ମଦ ମୋକିମ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ORHDC ଦୁର୍ନୀତି ମାମଲାରେ ତଳକୋର୍ଟ (ଭିଜିଲାନ୍ସ କୋର୍ଟ) ମୋକିମଙ୍କୁ ୩ ବର୍ଷ ଦଣ୍ଡାଦେଶ ଶୁଣାଇଥିଲେ । ତଳକୋର୍ଟଙ୍କ ରାୟକୁ ଓଡ଼ିଶା ହାଇକୋର୍ଟରେ ମୋକିମଙ୍କ ପକ୍ଷରୁ ଚ୍ୟାଲେଞ୍ଜ କରାଯାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିଲା । ହାଇକୋର୍ଟ କୌଣସି ଅନ୍ତରୀଣ ରହିତାଦେଶ ଜାରି କରିବାକୁ ମନା କରିବା ସହ ପୂର୍ବ ଦଣ୍ଡାଦେଶକୁ କାଏମ ରଖିଥିଲେ । ଯାହାକୁ ଚାଲେଞ୍ଜ କରି ମୋକିମ ସିଧା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତାଙ୍କ ନିର୍ବାଚନ ଲଢିବା ସମ୍ଭବାନା ସର୍ବୋଚ୍ଚ ଅଦାଲତଙ୍କ ରାୟ ଉପରେ ନିର୍ଭର କରୁଥିବା ବେଳେ ସେ ଆଜି ବେଲ ପାଇଛନ୍ତି । ତେଣୁ ବର୍ତ୍ତମାନ ସେ ପ୍ରାର୍ଥୀ ହେବାରେ କୌଣସି ସମସ୍ୟା ନାହିଁ ।
ଏହା ମଧ୍ୟ ପଢନ୍ତୁ :- ସୁପ୍ରିମକୋର୍ଟ ଗଲେ ମୋକିମ, ତଳକୋର୍ଟ ରାୟକୁ ଚାଲେଞ୍ଜ କରି ମାମଲା ଦାୟର - Moquim moves SC