ଓଡିଶା

odisha

ETV Bharat / state

ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣା, ବଢ଼ିଲା ଗିରଫ ସଂଖ୍ୟା - CUTTACK BANGLADESHI GIRL CASE

ମଧୁପାଟଣା ପୋଲିସ ହାତରେ ଆଉ ଜଣେ ଦଲାଲ । ଗିରଫ ଦଲାଲ ଜଣକ ହେଉଛି ଭୁବନେଶ୍ବର ଝାରପଡା ଅଞ୍ଚଳର ଅବଦୁଲ ସୟଦୁଲ ସୁଲେମାନ ।

CUTTACK BANGLADESHI GIRL CASE
CUTTACK BANGLADESHI GIRL CASE (ETV Bharat Odisha)

By ETV Bharat Odisha Team

Published : Nov 26, 2024, 3:08 PM IST

କଟକ: ଧିରେ ଧିରେ ସାମ୍ନାକୁ ଆସୁଛି ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣାର ସତ । ଏହି ମାମଲାରେ ମଧୁପାଟଣା ପୋଲିସ ଗତକାଲି (ସୋମବାର) ଆଉ ଜଣେ ଦଲାଲକୁ ଗିରଫ କରିଛି । ଗିରଫ ଦଲାଲ ଜଣକ ହେଉଛି ଭୁବନେଶ୍ବର ଝାରପଡା ଅଞ୍ଚଳର ଅବଦୁଲ ସୟଦୁଲ ସୁଲେମାନ । ସେହିପରି ଦୁଇ ଦିନ ତଳେ ଗୋପାଳପୁର ଅଞ୍ଚଳରୁ ଦୁଇ ଜଣଙ୍କୁ ମଧ୍ୟ ଗିରଫ କରିଥିଲା ପୋଲିସ । ତେବେ ବାଂଲାଦେଶୀ ଯୁବତୀଙ୍କୁ ଓଡ଼ିଶାରେ ରୂପଜୀବୀ ଭାବେ ନିୟୋଜିତ କରାଯାଉଥିବା ପୋଲିସ ସୂଚନା ପାଇଛି ।

ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣା:

CUTTACK BANGLADESHI GIRL CASE (ETV Bharat Odisha)

ଗତକାଲି(ସୋମବାର) ରାଜଧାନୀ ଭୁବନେଶ୍ଵରର ବିଭିନ୍ନ ଅଞ୍ଚଳରେ ପୋଲିସ ଚଢ଼ଉ କରିଥିଲା । ଏହି କ୍ରମରେ ଦଲାଲ୍ ଅବଦୁଲ ସୟଦୁଲ ସୁଲେମାନ ଧରାପଡ଼ିଛି । ଏହା ବ୍ୟତୀତ ଅନ୍ୟ ଜଣେ ଦଲାଲକୁ ମଧ୍ୟ ପୋଲିସ ଅଟକ ରଖି ପଚରାଉଚରା ଜାରି ରଖିଛି । ସେପଟେ କଟକ ସିଟି ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟରେ ପୀଡ଼ିତାଙ୍କର ବୟାନ ରେକର୍ଡ କରାଯିବା ସହ ଡାକ୍ତରୀ ମାଇନା କରାଯାଇଛି । ପୀଡ଼ିତା ବାଂଲାଦେଶରୁ ଚାଲାଣ ପରେ ଓଡ଼ିଶାରେ କେଉଁ କେଉଁ ସ୍ଥାନରେ ତାଙ୍କୁ ରୂପଜୀବୀ ଭାବେ ନିୟୋଜିତ କରାଯାଇଥିଲା ତାହାର ତଦନ୍ତ କରୁଛି ପୋଲିସ । ଏହି ଘଟଣାରେ ଅନେକ ଲୋକଙ୍କ ସମ୍ପୃକ୍ତି ଥିବା ପୋଲିସ ସନ୍ଦେହ କରୁଛି ।

କଟକ ଡିସିପିଙ୍କ ପ୍ରତିକ୍ରିୟା:

ଏନେଇ କଟକ ଡିସିପି ଜଗମୋହନ ମୀନା କହିଛନ୍ତି,"ଏହି ଘଟଣାରେ ପୂର୍ବରୁ କଟକ ସଦର ଥାନା ଅଞ୍ଚଳରୁ ଜଣେ ଦମ୍ପତିକୁ ଗିରଫ କରାଯାଇଥିଲା । ଗିରଫ ଦମ୍ପତି ହେଲେ ଓମ ପ୍ରକାଶ ଚୌଧୁରୀ ଓ ଜାସ୍ମିନୀ ଚୌଧୁରୀ । ଗିରଫ ଦମ୍ପତି ଉକ୍ତ ନାବାଳିକାକୁ ଅନୈତିକ କାର୍ଯ୍ୟରେ ନିୟୋଜିତ କରୁଥିଲେ । ଏହି ଘଟଣାରେ ଗତକାଲି ଭୁବନେଶ୍ବର ପୋଲିସ ସହାୟତାରେ ଆମେ ଆଉ ଜଣକୁ ଗିରଫ କରିଛୁ । ତାର ନାଁ ହେଲା ଅବଦୁଲ ସୟଦୁଲ ସୁଲେମାନ । ସେ ଝାରପଡା ଲକ୍ଷ୍ମୀସାଗର ଅଞ୍ଚଳର ବୋଲି ଜଣାପଡ଼ିଛି । ସେହିପରି ଆଉ ଜଣକୁ ଅଟକ ରଖାଯାଇଛି । ଆଗକୁ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରହିବ । ଉକ୍ତ ନାବାଳିକାକୁ କିପରି ବାଂଲାଦେଶ ପଠାଯିବ, ସେନେଇ ବ୍ୟବସ୍ଥା କରାଯିବ ।"

ଏହା ମଧ୍ୟ ପଢନ୍ତୁ ...ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣା, ଦଲାଲ ସ୍ବାମୀ-ସ୍ତ୍ରୀ ଗିରଫ

ଏହା ମଧ୍ୟ ପଢନ୍ତୁ ...କଟକରୁ ବାଂଲାଦେଶୀ ନାବାଳିକା ଉଦ୍ଧାର, ପୋଲିସ ଟାର୍ଗେଟରେ ଅଭିଯୁକ୍ତ

ସମ୍ପୂର୍ଣ୍ଣ ଘଟଣା କ'ଣ ଥିଲା ?

ମଧୁପାଟଣା ଅଞ୍ଚଳରୁ ଗତ ୯ ତାରିଖରେ ପୋଲିସ ଦ୍ବାରା ଜଣେ ବାଂଲାଦେଶୀ ନାବାଳିକ ଉଦ୍ଧାର ହୋଇଥିଲେ । ଗତ ୧୦ ତାରିଖରୁ ନାବାଳିକା CWC ପାଖରେ ରହିଛନ୍ତି । ନାବାଳିକା ଜଣକ ପ୍ରଥମେ ବାଂଲାଦେଶରୁ ଆସି କିଛି ଦିନ କୋଲକାତାରେ ରହିଥିଲେ । ପରେ ଅର୍ଥାତ ଗତ ୩ ମାସ ହେଲା ନାବାଳିକା ଜଣକ କଟକ ଏବଂ ଭୁବନେଶ୍ୱରରେ ରହୁଥିଲେ । ଚାକିରି କରିଦେବା କହି ଦଲାଲ ପ୍ରଥମେ ପାର୍ଲରରେ ରଖିଥିଲେ ଏବଂ ପରେ ଶାରୀରିକ ଶୋଷଣର ଶିକାର ହୋଇଥିଲେ ସେ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details